ହରଭଙ୍ଗା: ୭/୫ (ଚିତ୍ତ ରଞ୍ଜନ ସିଂ )ଆଗାମୀ ୨୦୨୪  ସାଧାରଣ ନିର୍ବାଚନକୁ ଦୃଷ୍ଟି ରେ ରଖି ହରଭଙ୍ଗା ବ୍ଲକ ର ପ୍ରମୁଖ ସ୍ଥାନରେ ପୁରୁଣାକଟକ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗମାର୍ଚ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ପୁରୁଣାକଟକ ଥାନା ଅଧିକାରୀ ସାରଦା ପ୍ରସାଦ ମହାନ୍ତି, ଓ ଆଡ଼େନିଗଡ଼ ଫାଣ୍ଡି ଅଧିକାରୀ ବ୍ରହ୍ମନନ୍ଦ ପ୍ରଧାନ ଙ୍କ ନେତୃତ୍ୱ ରେ ବ୍ଲକ ର ଆଡ଼େନିଗଡ ପଞ୍ଚାୟତ ଅନ୍ତର୍ଗତ ମାଧପୁର, ବାରିଙ୍ଗ, ବଦଳାସାହି, ଗୋଛାସାହି ଆଦି ପ୍ରମୁଖ ସ୍ଥାନ ଗୁଡ଼ିକରେ ନିର୍ଭୟ, ଶାନ୍ତି ଶୃଙ୍ଖଳା,ଉଚିତ ମତଦାନ କରିବା ପାଇଁ ଜନସାଧାରଣ ଙ୍କୁ ସଚେତନତା କରିବା ସହିତ ଫ୍ଲାଗମାର୍ଚ୍ଚ କରିଥିଲେ।ପୁରୁଣାକଟ ଥାନା ଅଧିକାରୀ ଙ୍କ ସମେତ, ଆଡ଼େନିଗାଡ ଫାଣ୍ଡି ଅଧିକାରୀ, ଆଇଆରବି, ବି ଏସ ଏଫ ଯବାନ ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।