ବୌଦ୍ଧ – ( ଚିତ୍ତରଞ୍ଜନ ସିଂହ )ସରକାର ଙ୍କ ପକ୍ଷରୁ କୁହାଯାଉଛି ଯେ କୌଣସି ବ୍ୟକ୍ତି ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହେଲେ ତାଙ୍କୁ ତୁରନ୍ତ ସହାୟତା ର ହାତ ବଢ଼ାଇବା, ମେଡିକାଲ ନେବା, ପୋଲିସ କୁ ଜଣାଇବା l ଏପରିକି ପୋଲିସ ପକ୍ଷରୁ ମଧ୍ୟ କୁହାଯାଉଛି ତୁରନ୍ତ ଥାନା କୁ ଖବର ଦେବା, ଆମ୍ବୁଲାନ୍ସ ଓ ଅଗ୍ନିଶମ କୁ ଡାକିବା ଏସବୁ ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ଦିଆଯାଉଥିଲେ ମଧ୍ୟ ଏସବୁ ପ୍ରହସନ ମନେ ହେଉଥିବା ଭଳି ଏକ ଅଭାବନିୟ ଦୃଶ୍ୟ ଦେଖିବାକୁ ମିଳିଛି, ଦୁର୍ଘଟଣାର 4ଘଣ୍ଟା ବିତି ଯାଇଥିଲେ ମଧ୍ୟ ଘଟଣା ସ୍ଥଳ ରେ ପୋଲିସ ପହଁଚି ପାରିଲା ନାଇଁ, ଅଭିଯୋଗ ଦିଅ ତାପରେ ଥାନା ରୁ ବାହାରିବୁ ବୋଲି କୁହାଯାଉଛି l

ଏପଟେ ନିରୀହ ପରିବାର ଅସହାୟ ହୋଇ ପଡ଼ିଥିବା ବେଳେ ପୋଲିସ ର ଏଭଳି ବ୍ୟବହାର କୁ ନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି l ଜଣେ ମହିଳା ଶବ ପ୍ରତି କାହିଁକି ପୋଲିସ ସନମାନ ଦେଉନି ବୋଲି ଜନସାଧାରଣ ଅଭିଯୋଗ କରିଛନ୍ତି l ଏଭଳି ଘଟଣା ଦେଖିବା କୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଚାରିଛକ, ଶୀତଳ ପାଣି ପୂର୍ତ୍ତବିଭାଗ ରାସ୍ତା ର କୈଳାସୀ ସାହି ଛକ ନିକଟରେ l ଉକ୍ତ ମହିଳା ଜଣଙ୍କ ପୁରୁଣା କଟକ ଥାନା ବାଣୀଭୂଷଣ ପୁର ପଞ୍ଚାୟତ ଝାଡ ରାଜିଂ ଗ୍ରାମର ବାଳମତି ଦିଗାଲ (55) ସେ ତାଙ୍କର ଭାଈ ଘର ଛତ୍ରଙ୍ଗ କୁ ଆସିଥିଲେ ଆଜି ସକାଳ 4 ଟାରେ ରାଜ ଲକ୍ଷ୍ମୀ ବସରେ ଯିବାପାଇଁ ଛତ୍ରଙ୍ଗ କଇଲାସି ସାହିରୁ ଛକକୁ ଯାଉଥିବା ସମୟରେ ଏକ ଅଜଣା ଗାଡ଼ି ଧକ୍କା ଦେଇ ପଳାଇଥିଲା, ଘଟଣା ସ୍ଥଳ ରେ ମହିଳା ଙ୍କ ମୃତ୍ୟୁ ହୋଇଥିବା ବେଳେ ଦୀର୍ଘ 4 ଘଣ୍ଟା ହୋଇଯାଇଥିଲେ ସୁଦ୍ଧା ହର ଭଙ୍ଗା ପୋଲିସ ପହଞ୍ଚି ନଥିବା ନେଇ ଘଟଣା ସ୍ଥଳ ରେ ପୋଲିସ କାର୍ଯ୍ୟ ପ୍ରତି ଅସନ୍ତୋଷ ପ୍ରକାଶ ପାଉଛି l