ହରଭଙ୍ଗା ୭/୫ (ଚିତ୍ତ ରଞ୍ଜନ ସିଂ )ପୁରୁଣାକଟକ ଥାନା ଅନ୍ତର୍ଗତ ଖୋର୍ଦ୍ଧା ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ କଇରୀଘାଟି ନିକଟ ରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ଘଟିଯାଇଛି।ଏକ ନାଲି ରଙ୍ଗର କାରଟି ଯାହାର ନମ୍ବର OD 15 S 5014 ଖୋର୍ଦ୍ଧା ପଟୁ ବଲାଙ୍ଗୀର ପଟକୁ ଯାଉଥିବା ସମୟ ରେ ଭାରସାମ୍ୟ ହରାଇ ଏକ ଗଛ କୁ ବାଡେଇ ଦେଇଥିବା ଜଣା ପଡ଼ିଛି।

ଗାଡ଼ି ଚାଳକ ଙ୍କ ସମେତ ଗାଡ଼ିରେ ଥିବା ଆଉ ଜଣେ ବ୍ୟକ୍ତି ଅଳ୍ପକେ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଯାଇଥିବା ସୂଚନା ମିଳିଛି। ଗାଡ଼ିର ବାମ ପଟେ ମାଡ ହୋଇଥିବା ବେଳେ ଗାଡ଼ି ଚାଳକ ଓ ଗାଡ଼ିରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଙ୍କୁ ସ୍ଥାନୀୟ ଆଡ଼େନିଗଡ଼ ଡାକ୍ତରଖାନା କୁ ଆସୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣା ପଡ଼ିଛି। ଘଟଣା ସ୍ଥଳରେ ଆଡ଼େନିଗଡ଼ ଫାଣ୍ଡି ଅଧିକାରୀ ପହଞ୍ଚି ଅଧିକ ତଦନ୍ତ ଚଳେଇ ଥିବା ସୂଚନା ମିଳିଛି।