କେସିଙ୍ଗା: ( ପ୍ରୀତୀଶ ପଟେଲ )ସାଧାରଣ  ନିର୍ବାଚନ ୨୦୨୪ ପାଖେଇ ଆସୁଥିବା ବେଳେ କେସିଙ୍ଗା ବିଜେପି ତାର କର୍ମକର୍ତ୍ତା ମାନଙ୍କୁ ଏକାଠି କରିବା ସହିତ ଦଳରେ ନୂତନ କର୍ମକର୍ତ୍ତା ମାନଙ୍କୁ ଦଳ ରେ ସାମିଲ କରି ଦଳ କୁ ଆହୁରି ମଜଭୁତ କରିବାରେ ଲାଗି ପଡ଼ିଛି ।ଗତ ୨୫ ତାରିଖ ରେ ନଗର ମଣ୍ଡଳ ଯୁବ ସଭାପତି ପିଙ୍କୁ ପରିଡ଼ା ଙ୍କ ନେତୃତ୍ୱ ରେ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟ କ୍ରମରେ ପୂର୍ବତନ ବିରୋଧୀ ଦଳ ନେତା ତଥା ସଦର ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ପ୍ରଦୀପ୍ତ ନାଏକ ଯୋଗ ଦେଇ କର୍ମକର୍ତ୍ତା ମାନଙ୍କ ସାମ୍ନାରେ ନିଜର ଅଭିଭାଷଣ ରଖିଥିଲେ ।ଅଭିଭାଷଣ ସମୟ ରେ ବିରୋଧୀ ତାଙ୍କ ଅସୁସ୍ଥତା କୁ ନେଇ ଯେଉଁ ଅପ ପ୍ରଚାର ଚଳାଇଛନ୍ତି ତାହା ଠିକ୍ ନୁହେଁ ବୋଲି କହିଥିଲେ ।ମୁଁ ଠିକ୍ ଅଛି ଓ ଧୀରେ ଧୀରେ ଆହୁରି ସୁସ୍ଥ ହେଉଛି ବୋଲି କହିବା ସହିତ ,ଆଗକୁ ଲୋକଙ୍କ ସେବା କରିବାର ବାକି ଅଛି ତେଣୁ ମାଁ ମାଣିକେଶ୍ଵରୀ ମତେ ମରଣ ମୁହଁରୁ ଫେରାଇ ଆଣିଛନ୍ତି ବୋଲି କହିଥିଲେ ।ମୋର କର୍ମକର୍ତ୍ତା ହିଁ ମୋର ବଳ ଓ ସମସ୍ତ ଜନ ସାଧାରଣ ମୋର ପରିବାର ର ସଦସ୍ୟ ବୋଲି ମତ ବ୍ୟକ୍ତ କରିଥିଲେ ।

ସେହିପରି ଭାବେ ଗତ ୨୬ ତାରିଖ ରେ ମହିଳା ମୋର୍ଚ୍ଚା ତରଫ ରୁ ମହିଳା ସମାବେଶ ଅନୁଷ୍ଠିତ ହୋଇ ଯାଇଛି ।ମହିଳା ମାନଙ୍କୁ କେନ୍ଦ୍ର ସରକାର ଅଧିକ ଗୁରୁତ୍ଵ ଦେବା ସହିତ ମହିଳା ଙ୍କ ମାନଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ଗୁଡ଼ିକ ବିଷୟ ରେ ଆଲୋଚନା କରିଥିଲେ । ମୋଦୀ ସରକାର ଙ୍କ ମହିଳା ଯୋଜନା ବିଷୟରେ ଜାଣିଲେ |

ଯୁବ ସମାବେଶ ରେ ଅନ୍ୟ ମାନଙ୍କ ମଧ୍ୟ ରେ ପୂର୍ବତନ ବିଧାୟକ ଅନାମ ନାଏକ ,ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ,ଭବାନୀ ପାଟଣା ବିଧାନସଭା କ୍ଷେତ୍ର ପ୍ରଭାରୀ ତଥା ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ ,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ ,ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ସଦସ୍ୟ ଦିବ୍ୟଜ୍ୟୋତି ମୁଣ୍ଡ ,ଜିଲ୍ଲା ସାଧାରଣ ସମ୍ପାଦକ ଯୁଗଳ ପୋଢ଼,ଜିଲ୍ଲା ସାଧାରଣ ସମ୍ପାଦକ ଜୟଶଙ୍କର ନାଏକ ,ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ ।

ସେହି ପରି ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଲଳିତା ମହଲା ଙ୍କ ନେତ୍ରତ୍ଵ ରେ ଅନୁଷ୍ଠିତ ହୋଇଥିବା ବେଳେ ,ଅନ୍ୟ ମାନଙ୍କ ମଧ୍ୟରେ ମହିଳା ମୋର୍ଚ୍ଚା ର ସାଧାରଣ ସମ୍ପାଦିକା ସୋଭଙ୍ଗିନି ପାତ୍ର,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନମିତା ରାଣୀ ସାହୁ ,ପୂର୍ବତନ ନଗର ପାଳ ସରିତା ସିନ୍ଦୂର ,ମହିଳା ମୋର୍ଚ୍ଚା ସଂଯୋଜିକା ଜୟନ୍ତୀ ଗହିର ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଦୁଇଟି ସମ୍ମିଳନୀ ରେ ସଭାକାର୍ଯ୍ୟ କୁ ସୁଚାରୁ ପରିଚାଳନା କରିବାରେ ନଗର ସଭାପତି ମଗନ୍ ସିନ୍ଦୂର ,ସାଧାରଣ ସମ୍ପାଦକ ପ୍ରିତେଶ ପଟେଲ ,ପ୍ରଶାନ୍ତ ବାନାର୍ଜୀ ,ଗୋବିନ୍ଦ ବଞ୍ଛୋର୍,ସଞ୍ଜୟ ଅଗ୍ରୱାଲ ,କାଉନସିଲର ଧରଣୀଧର ନାଏକ ,ସୁନିଲ ଜୈନ ,ବିମଳ ବାଗ ,ବିକାଶ ଅଗ୍ରୱାଲ ,ଛେଲାଉଦ ଶାହା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।ଶେଷରେ ଜିଲ୍ଲା ସମ୍ପାଦକ ସନ୍ତୋଷ ଦାସ୍ ଧନ୍ୟବାଦ୍ ଅର୍ପଣ କରିଥିଲେ ।