ହରଭଙ୍ଗା ୭/୫ (ଚିତ୍ତ ରଞ୍ଜନ ସିଂ )ହରଭଙ୍ଗା ବ୍ଲକ ରାଧା ନଗର ଗ୍ରାମ ପଞ୍ଚlୟତର ବଡବାଗବର ଗ୍ରାମର କିଛି ନେତା ଓ କର୍ମୀ ବିଜେପି ଛାଡ଼ି ବିଜେଡି ରେ ଯୋଗ ଦେଇଥିବା ଜଣା ପଡ଼ିଛି। ସୂଚନା ମତେ ବଡବାଗବର ଗ୍ରାମର ବରିଷ୍ଠ ଯୁବ ବିଜେପି ନେତା ରାମ ଚନ୍ଦ୍ର ପ୍ରଧାନ ଙ୍କ ସମେତ, ରାଇପୁର ଗ୍ରାମର ଫକୀର ମଲିକ, ପବିତ୍ର ଭୋଇ, ସୁନୀଲ ମଲିକ, ବସନ୍ତ ମଲିକ, ଜଳ ବକ୍ସି, ଅଶୋକ ମଲିକ, ସଦାନନ୍ଦ ମଲିକ, ସୁବାସ ମଲିକ, ଶ୍ରୀକାନ୍ତ ପ୍ରଧାନ, ଓ ଉସତ ନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଗତ ରବିବାର ଦିନ ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ଙ୍କ ବାସଭବନ ରେ ଶ୍ରୀଅମାତ ଙ୍କ ଉପସ୍ଥିତି ରେ ବିଜେପି ଛାଡ଼ି ବିଜେଡି ରେ ସାମିଲ ହୋଇଥିଲେ ।ତାଙ୍କୁ ଦଳୀୟ ଚି଼ହ୍ନ ଥିବା ଉତ୍ତରୀୟ ଦେଇ ବିଜେଡି ଦଳରେ ରେ ସାମିଲ କରାଯାଇଥିବା ସୂଚନା ମିଳିଛି।

ଗତ ସୋମବାର ଦିନ ବଡ଼ବାଗବର, ଚନ୍ଦନ ନଗର ଗାଁ ରେ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ବିଧାୟକ ପ୍ରାର୍ଥୀ ପ୍ରଦୀପ ଅମାତ ଯୋଗ ଦେଇଥିଲେ ଓ ଗ୍ରାମର ଅନେକ ନେତା ଓ କର୍ମୀ ବିଧାୟକ ପ୍ରାର୍ଥୀ ପ୍ରଦୀପ ଅମାତ ଙ୍କ ଉପସ୍ଥିତି ରେ ବିଜେଡି ଦଳ ରେ ସାମିଲ ହୋଇଥିଲେ। ଶେଷର ଗ୍ରାମ ର ସମସ୍ତ ଜନସାଧାରଣ ଏକ ସ୍ଵରରେ ଯୋଡ଼ି ଶଙ୍ଖ ରେ ଭୋଟ ଦେବା ପାଇଁ ସଂକଳ୍ପ ନେଇଥିବା ସୂଚନା ମିଳିଛି।