ହରଭଙ୍ଗା୮/୬୫ (ଚିତ୍ତ ରଞ୍ଜନ ସିଂ )ସାଧାରଣ ନିର୍ବାଚନ ପୂର୍ବରୁ ବୌଦ୍ଧ ପୋଲିସ କୁ ବଡ଼ ଧରଣ ସଫଳତା ବୌଦ୍ଧ ଜିଲ୍ଲାରେ ଆତ୍ମ ସମର୍ପଣ କଲେ ଛତିଶଗଡ଼ ଦlନ୍ତେୱାଡା ଅଂଚଳ ର ନଅଜଣ ମାଓବାଦୀ l ଚଳିତ ବର୍ଷ ବୌଦ୍ଧଜିଲ୍ଲା ମାଓ ପ୍ରବଣ ଜିଲ୍ଲା ଭାବେ ସଂପୃକ୍ତି ହୋଇଛି l ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓବାଦୀ ସହିତ ପୋଲିସ୍ ମୁହାଁ ମୁହିଁ ହେବା ସହିତ ବିଭିନ୍ନ ମାଓ ସାମଗ୍ରୀ ଜବତ କରାଯାଇଛି l

ଗତ ମାସରେ କଣ୍ଟାମାଳ ଅଞ୍ଚଳରେ ଦୁଇଜଣ ମାଓବାଦୀ ଏନ୍କାଉଣ୍ଟରରେ ମୃତ୍ୟୁବରଣ କରିଥିବା ବେଳେ ଆଜି ସାତ ଜଣ ପୁରୁଷ କେଡର ଓ ୨ ଜଣ ମହିଳା କେଡର ମୋଟ 9ଜଣ ମାଓବାଦୀ ବୌଦ୍ଧ ପୋଲିସ୍ ପ୍ରଶାସନ ପାଖରେ ଆତ୍ମ ସମର୍ପଣ କରିଛନ୍ତି l ଚଳିତ ବର୍ଷ ମାଓବାଦୀମାନେ ମୁଖ୍ୟ ସ୍ରୋତରେ ସାମିଲ୍ ହେଉଥିବା ଦେଖାଯାଇଛି l ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆଇ.ଜି. ଜୟ ନାରାୟଣ ପଙ୍କଜ ଓ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଆତ୍ମ ସମର୍ପଣ ବିଷୟରେ ବିବରଣୀ ପ୍ରଦାନ କରିଥିଲେ l

କନ୍ଧମାଳ, କଳାହାଣ୍ଡି, ବୌଦ୍ଧ ଓ ନୟାଗଡ଼ର ଅଷ୍ଟମ କମ୍ପାନୀରେ ସଂପୃକ୍ତ ସାତଜଣ ପୁରୁଷ ଓ ଦୁଇଜଣ ଝିଅ ଆତ୍ମ ସମର୍ପଣ କରିଛନ୍ତି l ପୋଲିସ୍ ପ୍ରଶାସନ ତରଫରୁ ସେମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଛି l ମାଓବାଦୀ ମାନଙ୍କୁ କାମରେ ବାଧା ହେଲେ ଦିଆଯାଉଥିଲା ନିର୍ଯାତନା ତେଣୁ ନିଜସ୍ୱ ମତରେ ମାଓବାଦୀ ମାନେ ମୁଖ୍ୟ ସ୍ରୋତ ରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ମାଓବାଦୀ l ଅପରେସନ ଜାରି ରହିବ ଓ ଆଗାମୀ ନିର୍ବାଚନ ଠିକ ଭାବେ ପରିଚାଳନା ସଠିକ ଭାବେ ହେବ ବୋଲି ବୌଦ୍ଧ ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି ।