ହରଭଙ୍ଗା ୮/୫ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ କେନ୍ଦୁପତ୍ର ବିଭାଗ ର କେନ୍ଦୁପତ୍ର ଉନତ ମାନ ର ଅଟେ।ରାଜ୍ୟ ତଥା ରାଜ୍ୟ ବାହାରେ ଏହାର ଚାହିଦା ଅଧିକ ରହିଛି।କିନ୍ତୁ ଚଳିତ ବର୍ଷ ବୌଦ୍ଧ କେନ୍ଦୁପତ୍ର ବିଭାଗ ର ହରଭଙ୍ଗା କେନ୍ଦୁପତ୍ର ରେଞ୍ଜ ଓ ଚାରିଛକ କେନ୍ଦୁପତ୍ର ରେଞ୍ଜ ଅଧୀନରେ ଅଧାପନ୍ତରିଆ ଭାବେ କେନ୍ଦୁ ଗୋଛା କଟାଯାଇଛି।ଜଙ୍ଗଲ ତଥା ସରକାରୀ ଜମି ଆଦି ସ୍ଥାନ ମାନଙ୍କରେ ବିଭାଗ ପକ୍ଷରୁ କମ ଶ୍ରମିକ କୁ ଅଧାଓଳି ହାଜିରା ପକେଇ ମୁନସୀ ଓ କର୍ମଚାରୀ ମାନେ କେନ୍ଦୁଗୋଚ୍ଛା କାଟିଥିବା ଅଭିଯୋଗ ହେଉଛି।

ଏବଂ ବିଭାଗ ପକ୍ଷରୁ ଅଧିକ ଶ୍ରମିକ ଙ୍କ ମଷ୍ଟ୍ରୋଲ ବାହାର କରି ହିତାଧିକାରୀ ଙ୍କ ଖାତାରେ ପଇସା ଉଠାଉଥିବା ଅଭିଯୋଗ ମଧ୍ୟ ହେଉଅଛି।ଘଟଣା ରୁ ପ୍ରକାଶ ଯେ ଯଦି କେନ୍ଦୁପତ୍ର ରେଞ୍ଜ ଅଧୀନ ରେ ଠିକ ଭାବେ କେନ୍ଦୁଗୋଚ୍ଛା କଟା ଯାଇଥାନ୍ତା ତା ହେଲେ ଉନ୍ନତ ମାନର କେନ୍ଦୁପତ୍ର ବାହାରିଥାନ୍ତା। ଏହା ଦ୍ୱାରା କେନ୍ଦୁପତ୍ର ର ଉତ୍ପାଦନ କମୁଛି ଓ ଶ୍ରମିକ ମାନେ ନିରାଶ ହେଉଛନ୍ତି।

ଏପଟେ କେନ୍ଦୁପତ୍ର ତୋଳାଳୀ ମାନଙ୍କ ଭାଗ୍ୟ ରାଜ୍ୟ ସରକାର ଙ୍କ ହାତରେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।ହେଲେ ସରକାରୀ ସଂରକ୍ଷିତ ଜଙ୍ଗଲ ଓ ସରକାରୀ ମହାଲ ପଡ଼ିଆ ରେ ପତ୍ର ତୋଳି ଜୀବନ ଜୀବିକା ନିର୍ବାହ କରୁଥିବା ଶ୍ରମିକ ମାନେ କିନ୍ତୁ ସମ୍ପୂର୍ଣ ନିରୁତ୍ସାହିତ।ଗରିବ କେନ୍ଦୁପତ୍ର ତୋଳାଳୀ ଙ୍କ ରୋଜଗାର ପନ୍ଥା ଓ ସ୍ୱାର୍ଥ ଦୃଷ୍ଟିରୁ ସରକାର ଏହାର ବିଚାର କରିବାକୁ ସାଧାରଣ ରେ ଦାବୀ ହେଉଛି।ଏ ଦିଗ ରେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ଅସାଧୁ କର୍ମଚାରୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଦିବାସୀ ନେତା ସାଧୁ କଂହର ଦାବୀ କରିଛନ୍ତି।