ହରଭଙ୍ଗା :୨୫ /୦୪ (ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ପୁଣି ଆଦର୍ଶ ଆଚରଣ ଵିଧି ଉଲଂଘନ ର ଚିତ୍ର ଦେଖିବାକୁ ମିଳିଛି l ବ୍ଲକ ର ତୀରଡ଼ ମହାନଦୀ କୂଳରେ ଜଳ ସମ୍ପଦ ବିଭାଗ ଓଡିଶା ସରକାର ଙ୍କ ଅନୁଦାନ ରେ ନିର୍ମାଣ ଧୀନ ଥିବା ପାର୍ବତ୍ୟ ଗିରି ଉଠା ଜଳ ସେଚନ ପ୍ରକଳ୍ପ ର ଏକ ଫଳକ ଚାରିଛକ -ଶୀତଲପାଣି ପୂର୍ତ୍ତ ରାସ୍ତା ଅରଖ ପଦର ସରକାରୀ ବିଦ୍ୟାଳୟ ନିକଟରେ ଦିଆଯାଇଛି l

ଯାହାକି ଆଗାମୀ ସାଧାରଣ ନିର୍ବାଚନ ରେ ପ୍ରତ୍ୟକ ରାଜ ନୈତିକ ଫଳକ ହଟାଇବା ପାଇଁ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି l କିନ୍ତୁ ଏହି ଫଳକଟୀ ହଟାଯାଇ ନ ଥିବା ରୁ ଏହା ସିଧାସଳଖ ଆଦର୍ଶ ଆଚରଣ ଵିଧି ଉଲଂଘନ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି l ତେଣୁ ଜିଲ୍ଲାପାଳ ଏହା ଉପରେ ଧ୍ୟାନ ଦେଇ ଆଦର୍ଶ ଆଚରଣ ଵିଧି ଉଲଂଘନ ହେଉଥିବା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି l