ହରଭଙ୍ଗା :(ଚିତ୍ତରଞ୍ଜନସିଂ)ହରଭଙ୍ଗା ବ୍ଲକ ବାମଣ୍ଡା ପଞ୍ଚାୟତ (କଟାତଳ) ସ୍ଥିତ ମଡେଲ୍ ଡିଗ୍ରୀ କଲେଜରେ ଲାଗି ରହିଥିବା ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବିରେ ଛାତ୍ରଛାତ୍ରୀ ମାନେ ଶନିବାର ଦିନ ଖୋର୍ଦ୍ଧା -ବଲାଙ୍ଗୀର 57ନଂ ଜାତୀୟ ରାଜପଥ କଲେଜ ସମ୍ମୁଖରେ ଅବରୋଧ କରିଥିଲେ |

କଲେଜରେ ପାନୀୟ ଜଳ ସଂକଟ, ବାରମ୍ବାର ବିଦ୍ୟୁତ କାଟ, ଅଣ ଛାତ୍ରଙ୍କ ପ୍ରବେଶ ଓ କଲେଜ୍ ସମ୍ମୁଖ ଦେଇ ଯାଇଥିବା ଜାତୀୟ ରାଜପଥ ନମ୍ବର 57 ରେ ହମ୍ପ୍ସ୍ ନିର୍ମାଣ ଆଦି ପ୍ରସଙ୍ଗରେ ଛାତ୍ରଛାତ୍ରୀ ମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ | ଫଳରେ ଦୀର୍ଘ ସମୟ ଧରି ଅନେକ ଯାନବାହନ ଅଟକି ରହିଥିଲା l

ପରେ ବୌଦ୍ଧ ଆଦର୍ଶ ପୋଲିସ ପହଂଚି କଲେଜ୍ କର୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା ପରେ ରାସ୍ତାରୋକ ହଟିଥିଲା ଓ ଜାତୀୟ ରାଜପଥ ସ୍ୱାଭାବିକ ହୋଇଥିଲା l