ହରଭଙ୍ଗା ; (ଚିତ୍ତରଞ୍ଜନ ସିଂ)ଘଞ୍ଚ ଜଙ୍ଗଲ ପାହାଡ ପର୍ବତ ମଧ୍ୟରେ ରହିଛି ପଦ୍ମତୋଳା ଅଭୟାରଣ୍ୟ।ଉକ୍ତ ଜଙ୍ଗଲ ଟି ସବୁଜିମା ରେ ପରିପୂର୍ଣ ଅଟେ।ସୁରକ୍ଷା ଦୃଷ୍ଟି ରୁ ଏହି ଅଭୟାରଣ୍ୟ କୁ ପ୍ରତିବର୍ଷ ଦେଶ ବିଦେଶ ର ବିଭିନ୍ନ ପ୍ରଜାତି ର ପକ୍ଷୀ ଙ୍କ ସମାଗମ ହୋଇଥାଏ।ଏହି ଅଭୟାରଣ୍ୟ କୁ ଲାଗିରହିଛି ସାତକୋଶିଆ ଗଣ୍ଡ। ସାତକୋଶିଆ ଗଣ୍ଡ ର ଜଳରାଶି ରେ ବିଭିନ୍ନ ପ୍ରଜାତି ର ରଙ୍ଗ ବେରଙ୍ଗ ଦେଶୀ ବିଦେଶୀ ପକ୍ଷୀ ଙ୍କର କୋଳାରାବ ରେ ମୁଖରିତ ହୋଇଥାଏ।ନୟାଗଡ଼ ବନ୍ୟପ୍ରାଣୀ ଓ କୁସଙ୍ଗ ରେଞ୍ଜ ଅଧୀନରେ ପଦ୍ମତୋଳା ଅଭୟାରଣ୍ୟ ଅବସ୍ଥିତ।

ଏହି ଜଙ୍ଗଲ ମଧ୍ୟରେ ଦେଖିବାକୁ ମିଳେ ନବରଙ୍ଗୀ ନାମକ ଏକ ଚଢ଼େଇ।ବିଶେଷ କରି ପଦ୍ମତୋଳା ଅଭୟାରଣ୍ୟ ଭିତରେ ସର୍ବାଧିକ ଦେଖିବାକୁ ମିଳିଥାଏ ଏହି ନବରଙ୍ଗୀ ଚଢ଼େଇ।ପଦ୍ମତୋଳା ଅଭୟାରଣ୍ୟ ଭିତରେ ପକ୍ଷୀ ଶିକାର ଉପରେ ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ଥିବାରୁ ପକ୍ଷୀମାନେ ନିରାପଦ ମଣିଥାନ୍ତି।ଏବଂ ବିଶେଷ କରି ଏହି ପଦ୍ମତୋଳା ଅଭୟାରଣ୍ୟ ଘଞ୍ଚଜଙ୍ଗଲ ମଧ୍ୟରେ ଥିବାରୁ ପକ୍ଷୀମାନେ ନିରାପଦ ମଣୁଛନ୍ତି।ଭାରତୀୟ ପକ୍ଷୀ, ଇଣ୍ଡିଆନ ପିଟା,ଫେରି ପିଟା ଆଦି ପକ୍ଷୀ ଙ୍କ ସହିତ ଏହି ନବରଙ୍ଗୀ ଚଢ଼େଇ ର ସାମାଞ୍ଜସ୍ୟ ରହିଥାଏ ବୋଲି ପରିବେଶବିତ ମାନେ ମତ ରଖିଛନ୍ତି।