କେସିଙ୍ଗା :(ପ୍ରୀତେଶ ପଟେଲ)କେସିଙ୍ଗା ସହର କଳାହାଣ୍ଡି ଜିଲ୍ଲା ର ଦ୍ଵାରା ଦେଶ ଭାବେ ପରିଗଣିତ ହୋଇଥାଏ ।ଭିତ୍ତି ଭୂମି ର ଅଭାବ ନଥିବା ସତ୍ତ୍ୱେ ଉପେକ୍ଷିତ ଅଞ୍ଚଳ ଭାବେ ପରିଗଣିତ ।ରାଜ୍ୟ ସରକାର ସବୁ ବେଳେ କେସିଙ୍ଗା ବାସି ଙ୍କୁ ଉପେକ୍ଷିତ କରି ଆସିଛନ୍ତି ।ମେଡ଼ିକାଲ କଲେଜ ରୁ ଆରମ୍ଭ କରି କୋଣାର୍କ ସୂତା କଳ ପର୍ଯ୍ୟନ୍ତ ସବୁ ସମୟ ରେ କେସିଙ୍ଗା କୁ ଉପେକ୍ଷିତ କରିଛନ୍ତି ରାଜ୍ୟ ସରକାର ।ବାରମ୍ବାର ଉପେକ୍ଷିତ ହୋଇଥିବା କେସିଙ୍ଗା ବାସି ବର୍ତ୍ତମାନ ନିର୍ବାଚନ ରେ ବିଜେଡ଼ି କୁ ଉଚିତ୍ ଜବାବ୍ ଦେବା ପାଇଁ ପ୍ରସ୍ତୁତ ହେଉଥିବା ଆଲୋଚନା ହେଉଛି ।

କେସିଙ୍ଗା ରେ ସମସ୍ତ ଭିତ୍ତି ଭୂମି ଥାଇ ମଧ୍ୟ ମେଡ଼ିକାଲ କଲେଜ କୁ ଭବାନୀ ପାଟଣା କୁ ସ୍ଥାନାନ୍ତର କରାଗଲା ।କେସିଙ୍ଗା ବାସି ଏକ ଯୁଟ ହୋଇ ଆନ୍ଦୋଳନ ମଧ୍ୟ କରିଥିଲେ ମେଡ଼ିକାଲ କଲେଜ୍ ପାଇଁ ହେଲେ ଏହି ବିଜେଡ଼ି ସରକାର ଏହାକୁ କର୍ଣ୍ଣପାତ କରି ନଥିଲେ ।କେସିଙ୍ଗା ତେଲ ନଦୀରୁ ଲାଞ୍ଜିଗଡ ବେଦାନ୍ତ କୁ ଜଳ ଯୋଗାଣ ହେଉଛି ହେଲେ କେସିଙ୍ଗା ରେ ପାନୀୟ ଜଳ ସଙ୍କଟ ସବୁ ବେଳେ ଲାଗି ରହିଛି ।୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ଘୋଷଣା ଦିବା ସ୍ବପ୍ନ ଭଳି ମନେ ହେଉଛି । ଏମ ଏସ୍ ଏମ ଇ ପାର୍କ କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ ।

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ୫ଟି ରେ ସାମିଲ ନ କରିବା ମଧ୍ୟ କେସିଙ୍ଗା ବାସି ଙ୍କ ମନକୁ ଦୁଃଖ ଦେଇଛି ।ଏବେ ବି ରୋଗୀ ବେସରକାରୀ ମେଡିକାଲ ଉପରେ ନିର୍ଭର ଶିଳ ।ଶିକ୍ଷା କ୍ଷେତ୍ର ରେ ଆଖି ଦୃଷୀୟ ପରିବର୍ତ୍ତନ ହୋଇନାହିଁ ,କେବଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ର ରୂପାନ୍ତରଣ କରି ପ୍ରାଥମିକ ଶିକ୍ଷା କୁ ଅଣଦେଖା କରିଛନ୍ତି ସରକାର ।ଅଙ୍ଗନ୍ ବାଡ଼ି ମାନଙ୍କ ରେ ଛତୁଆ ଓ ଅଣ୍ଡା ବଣ୍ଟନ ଠିକ୍ ସମୟ ରେ ହୋଇପାରୁନି ।ଦୀର୍ଘ ଦିନରୁ ଜାତୀୟ ରାଜପଥ କଡ଼ରେ ବସି ରହିଥିବା ଉଠା ଦୋକାନୀଙ୍କୁ ଥଇଥାନ କରିବାରେ ବିଫଳ ସରକାର ,ଏହାକୁ ନେଇ ଉଠା ଦୋକାନି ଙ୍କ ମନରେ ଅସନ୍ତୋଷ ଜାରି ରହିଛି ।ବିଜୁ ବାବୁ ଙ୍କ ଅମଳ ରୁ ଭିତ୍ତି ପ୍ରସ୍ତର କରାଯାଇଥିବା କୋଣାର୍କ ସୂତା କଳ କୁ ପୁନଃ କାର୍ଯ୍ୟକ୍ଷମ କରିବା ନେଇ ସରକାରୀ ଆନ୍ତରିକତା ର ଅଭାବ ଦେଖା ଦେଇଛି ।

କୋଣାର୍କ ସୂତାକଳ ଆରମ୍ଭ ହେଲେ ବେକାର ଯୁବକ ଯୁବତୀ ନିଯୁକ୍ତି ପାଇବାର ଆଶା ବାନ୍ଧି ବସିଥିବା ବେଳେ ,ଏହାକୁ ମଧ୍ୟ ସରକାର ଆରମ୍ଭ କରିବାରେ ବିଫଳ ବିଜେଡ଼ି ସରକାର ।ଏଭଳି ବିଭିନ୍ନ ସମସ୍ୟା ଘେରରେ କେସିଙ୍ଗା ବାସି ।ଏଥର ନିର୍ବାଚନ ସମୟ ରେ କେସିଙ୍ଗା କୁ ଉପେକ୍ଷିତ ,ଅବହେଳିତ କରିଥିବା ବିଜେଡ଼ି ସରକାର ଙ୍କୁ ଉପରୋକ୍ତ ସମସ୍ୟା ଗୁଡ଼ିକୁ ନେଇ ଘେରିବେ ବୋଲି ସହର ସାରା ଚର୍ଚ୍ଚା ଜୋର ଧରିଛି ।ଦୀର୍ଘ ୨୫ ବର୍ଷ ରେ ବିଜେଡ଼ି ସରକାର କେସିଙ୍ଗା ପାଇଁ କଣ କରିଛି ତାହାର ହିସାବ ମାଗୁଛନ୍ତି କେସିଙ୍ଗା ବାସି ।ଏହି ସମସ୍ତ ସମସ୍ୟା କୁ ଆଖି ଆଗରେ ରଖି କେସିଙ୍ଗା ବାସି ଆଗକୁ ବିଜେଡ଼ି କୁ ଉଚିତ୍ ଜବାବ୍ ଦେବେ ନାଁ ପୁଣି ମଦ ମାଂସ ର ପ୍ରଲୋଭନ ରେ ଭାଷୀ ଯାଇ ବିଜେଡ଼ି କୁ ଭୋଟ ଦେବେ ତାହା ଦେଖିବାକୁ ବାକି ରହିଲା ।