ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ଜୁନିୟର ମହାବିଦ୍ୟାଳୟ ରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇ ଯାଇଅଛି । ଦୀର୍ଘ ଆଠଦିନ ଧରି ଚାଲିଥିବା ଏହି ତାଲିମ ଶିବିରର ପରିସମାପ୍ତି ପର୍ବରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ଅଧ୍ୟକ୍ଷତା କରିଥିଲେ ।ଏହି ଉଦଯାପନୀ ଉତ୍ସବରେମୁଣ୍ଡୋଘାଟ ଗ୍ରାମପଂଚାୟତ ସରପଂଚ କେଶନ ଜଗଦଲାମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ମହିଳା ସୁରକ୍ଷା ତାଲିମ ଶିବିରର ଉପକାରିତା ଓ ଏଥିପ୍ରତି ସରକାରଙ୍କର ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ ।
ଇଂରାଜୀ ବିଭାଗର ପ୍ରାଧ୍ୟାପକ ଶ୍ରୀ ସୌମିତ୍ରୀ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ନାରୀଶକ୍ତିକୁ ସମ୍ମାନ ଦେଇ ଜାଣିଲେ ଦେଶ ଏକ ସୁସଂସ୍କୃତ ଦେଶ ଭାବରେ ପରିଗଣିତ ହେବ ବୋଲି ମତ ରଖିଥିବା ସ୍ଥଳେ କ୍ରୀଡ଼ା ପ୍ରଶିକ୍ଷକ ଶ୍ରୀ ଗୋବିନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀ ଗଦାଧର ପ୍ରଧାନ , ଶ୍ରୀ ନୀଳାମ୍ବର ଝାଂକର ଆଦି କର୍ମଚାରୀ ବୃନ୍ଦ ଉତ୍ସବରେ ସକ୍ରୀୟ ସହଯୋଗ କରିଥିଲେ । ଶେଷରେ ପ୍ରଶିକ୍ଷିକା ସୁଶ୍ରୀ ଶ୍ବେତାରାଣୀ ମହାପାତ୍ର ଓ ସୁଶ୍ରୀ ଅଙ୍କିତା କହଁର ଏବଂ ପ୍ରଶିକ୍ଷଣ ନେଇଥିବା ପଂଚାନବେ ଜଣ ଛାତ୍ରୀଙ୍କୁ ସମ୍ମାନପତ୍ର ପ୍ରଦାନ କରା ଯାଇଥିଲା ।