ମୁନିଗୁଡା ;(ରମାକାନ୍ତ ପୋଡାଲ )ITDA OTELP PLUS ଗୁଣୁପୁର ଙ୍କ ପ୍ରତ୍ୟକ୍ଷ ଅନୁଦାନ ରେ ସହଯୋଗୀ ସଂସ୍ଥା ଓ ପି ଡି ଏସ ସି ଙ୍କ ତତ୍ୱାବଧାନ ରେ ବଡ ବାରିଡି ଗ୍ରାମ ର ୧୨ ଜଣ ଚାଷୀ ଙ୍କୁ ୧୨.୫ ଏକର ଚାଷ ଜମିରେ ମିଠା ମକା ଚାଷ କରିବା ପାଇଁ ସହାୟତା ମାନେ ବିହନ ସାର ଓ ବୈଷୟିକ ସହାୟତା ଯୋଗାଇ ଦିଆଯାଇଥିଲା. ଆଦିବାସୀ ସମ୍ପ୍ରଦାୟ ର ଚାଷୀ ମାନେ ଯଥାର୍ଥ ସହଯୋଗ ପାଇ ଠିକଣା ସମୟରେ ଚାଷ କରି ଥିଲେ. ପାଣିପାଗ ଠିକ ରହିବାରୁ ମିଠା ମକା ଉତ୍ପାଦନ ଆଶାନୁରୂପ ହେଲା।
ବିଳାମୁଣ୍ଡ ରୁ ମିଠା ମକା ଗୋଟା କୁ୭ ଟଙ୍କା ଦରରେ ବାତ୍ତି ଲି ଅଂଚଳ ର ବେପାରୀ ମାନେ ନେଇ ଗଲେ. ଫଳରେ ଏକର ପିଛା ପ୍ରାୟ ୮୦୦୦ ଟଙ୍କା ( ଆଠ ହଜାର ଟଙ୍କା ) ବାହାରିଲା. ଚାଷୀ ମାନେ ଏଥିରେ ଭାରି ଖୁସି ବ୍ୟକ୍ତ କରିଛନ୍ତି. ଏହି କାର୍ଯ୍ୟକ୍ରମ କୁ କୃଷି ଅଧିକାରୀ ସୌମେନ୍ଦ୍ର ନାରାୟଣ ଦାଶ ପ୍ରତ୍ୟକ୍ଷ ଭାବରେ ତଦାରଖ କରୁଥିଲେ ଏବଂ ସାମାଜିକ ତଥା ଜୀବନ ଜୀବିକା ସଂଯୋଜକ ପରେଶ ପ୍ରସାଦ ମହାପାତ୍ର ସଂଯୋଜିତ କରିଥିଲେ