ଧର୍ମଗଡ଼ ୨୫/୪/୨୪(ହେମନ୍ତ କୁମାର ମାଝୀ)ରାଜ୍ୟରେ ପ୍ରଥମ ପଯ୍ୟାୟ ମତଦାନ ପାଇଁ ୧୮ ତାରିଖ ରୁ ପ୍ରାର୍ଥୀ ପତ୍ର ଦାଖଲ ଜାରି ରହିଛି। ଜିଲ୍ଲା ରେ ମେ ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଗୁରୁବାର ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ତଥା ଅଷ୍ଟମ ଦିନରେ  ଧର୍ମଗଡ ରେ ବିଭିନ୍ନ ରାଜନୈତିକ ଦଳର ବିଧାୟକ ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସକାଳ ୧୧ ଟା ରୁ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବରେ ରାଜେନ୍ଦ୍ର ବୈଠାରୁ ଏବଂ  ଧର୍ମଗଡ ନିର୍ବାଚନ ମଣ୍ଡଳୀର ଟଙ୍କଧର ଶବର, ହେରମ୍ବ ସେନାପତି,ସୋମ୍ୟ ରଞ୍ଜନ ନାଏକ ଏବଂ ସମାଜବାଦୀ ପାର୍ଟି ରୁ ସନ୍ତୋଷ କୁମାର ଭୋଇ ବିଧାୟକ ପ୍ରାର୍ଥୀ ଭାବରେ ସେମାନଙ୍କ ସମର୍ଥକ ମାନଙ୍କ ସହ ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଧର୍ମଗଡ଼ ରୁ