ହରଭଙ୍ଗା :୨୫ /୦୪ (ଚିତ୍ତରଞ୍ଜନ ସିଂହ)ସରକାର ସବୁଠୁ ଅଧିକ ରାଜସ୍ବ କେନ୍ଦୁ ପତ୍ର ରୁ ଆଦାୟ କରୁଥିବା ବେଳେ ତୋଳାଲୁଙ୍କୁ ଏହାର ଉଚିତ ମୂଲ୍ୟ ମିଳୁନଥିବା ତୋଳାଳୀ ଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଉଛି l ଚଳିତ ବର୍ଷ ଗ୍ରୀଷ୍ମ ପ୍ରଭାବ ୪୫ ଡିଗ୍ରୀ ରୁ ଉର୍ଦ୍ଧ ରେ ଥିଲେ ମଧ୍ୟ ପତ୍ର ତୋଳାଳୀ ମାନେ ପେଟ ଚାଖଣ୍ଡେ ପାଇଁ ଗ୍ରୀଷ୍ମ ପ୍ରଭାବ ସହିତ ବିଷାକ୍ତ ସରୀସୃପ, ବନ୍ୟ ହିଂଶ୍ର ଜନ୍ତୁ ଙ୍କୁ ଭୃକ୍ଷେପ ନ କରି ପତ୍ର ତୋଳିଛନ୍ତି l ଯାହା ସୂଚନା ରହୁଛି ଚଳିତ ବର୍ଷ ପତ୍ର ଫର୍ମା ପିଛା ୧୪୦ ଟଙ୍କା ଓ କେରି ପିଛା ଏହାର ମୂଲ୍ୟ ୧୪୦ ପଇସା ସରକାରୀ ଦର ରହିଛି l

ଗୋଟିଏ କେରିରେ ୨୨ ଗୋଟି ପତ୍ର ତୋଳାଳୀ ଦେଇଥାଏ l ଯଦି ପତ୍ର କୁ ହିସାବ କୁ ନିଆଯାଏ ତା ହେଲେ ଏକ ତୋଳାଳୀ ପତ୍ର ପିଛା ମାତ୍ର 6ପଇସା ମୂଲ୍ୟ ପାଇଥାଏ l ପରିଶ୍ରମ ହିସାବ ରେ ନ୍ୟୁନ ମୂଲ୍ୟ ପାଇଥାଏ ତୋଳାଳୀ କିନ୍ତୁ ସରକାର ଆଜି ପର୍ଯ୍ୟନ୍ତ ଏହି ତୋଳାଳୀ ଙ୍କ ପରିଶ୍ରମ ର ମୂଲ୍ୟ ବୁଝୁ ନ ଥିବାରୁ ବୌଦ୍ଧ ଜିଲ୍ଲା ତଥା ହରଭଙ୍ଗା ବ୍ଲକ ର ବିଭିନ୍ନ କେନ୍ଦୁ ପତ୍ର ତୋଳାଳୀ ଅସନ୍ତୋଷ ପ୍ରକାଶ କରୁଛନ୍ତି l

ଅନ୍ୟ ପଟେ କିଛି ଜନ ମତ ରହୁଛି ଜେ ଜଙ୍ଗଲ କେନ୍ଦୁ ପତ୍ର ଅlଟ କେନ୍ଦୁ ପତ୍ର ଠାରୁ ଗୁଣଵାନ ଥିବାରୁ ଜଙ୍ଗଲରେ କେନ୍ଦୁ ପତ୍ର ସଂଗ୍ରହ ପାଇଁ ନିଆଁ ଲଗାଇ ଦିଆଯାଏ l ଫଳରେ ଯିବ ଜନ୍ତୁ ଅସୁରକ୍ଷିତ ସହିତ ଗାଁ ମୁଁହା ହୁଅନ୍ତି ଓ ଶିକାର ହୁଅନ୍ତି l ଚଳିତ ବର୍ଷ ଗତ କାଲି ଠାରୁ ହରଭଙ୍ଗା ବ୍ଲକ ରେ ପତ୍ର ତୋଳା ଆରମ୍ଭ ହୋଇଥିବା ରୁ କିଛି ପତ୍ର ଫଡି ଘରେ ତୋଳାଳୀ ଙ୍କ ପାଇଁ ପିଇବା ପାଣିର ସୁବିଧା ନ ଥିବା ମଧ୍ୟ ଅଭିଯୋଗ ଆସୁଛି l ତେଣୁ ତୋଳାଳୀ ଙ୍କୁ ଉଚିତ ମୂଲ୍ୟ ସହିତ, ପାନୀୟ ଜଳ ଓ ବିଶେଷ କରି ଜଙ୍ଗଲ ପୋଡି ରୁ ନିବୃତ ରହିବା ପାଇଁ ବୌଦ୍ଧ କେନ୍ଦୁପତ୍ର ବିଭାଗ ଅଧିକାରୀ ଧ୍ୟାନ ଦେବା ସହ କର୍ମଚାରୀ ଙ୍କୁ ଅବଗତ କରାଇବା ସାଧାରଣରେ ଦାବି ହେଉଛି l