ବୌଦ୍ଧ -( ଚିତ୍ତରଞ୍ଜନ ସିଂହ ) ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ର ବିଜେଡି ସରକାର ଓ ବିଧାୟକ ଙ୍କ ଉପରେ ବର୍ଷିଲା ବିଜେପି । ସମ୍ମିଳନୀରେ ରଖିଲେ ରାଜ୍ୟ ସରକାରଙ୍କ ବିଫଳତା ର କଳା ଚିଠା । ବିଜେଡି ସରକାର ଜିଲ୍ଲା କୁ କରୁଛନ୍ତି ରସାତଳ ଗାମୀ । ଶିକ୍ଷା ସ୍ୱାସ୍ଥ୍ୟ ବହୁ ପଛରେ ଜିଲ୍ଲା । ବଢୁଛି ଦାଦନ ଦୁଃଖ ଓ ଚାଷୀ ସମସ୍ୟା ବୋଲି ବିଜେପି କହିଲା ।ବିଜେପି ପକ୍ଷରୁ ପାର୍ଟି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀ ରେ ବିଜେପି ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାଥି ସରୋଜ ପ୍ରଧାନ ଓ କଣ୍ଟାମାଳ ବିଧାୟକ ପ୍ରାଥି କହ୍ନେଇ ଚରଣ ଡାଙ୍ଗ ଉପସ୍ଥିତ ଥିଲେ ।

ରାଜ୍ୟ ସରକାର ଗତ ୨୦ ବର୍ଷ ହେଲା ବୌଦ୍ଧ ରେ ଶାସନ କରୁଥିବା ବେଳେ ୨୫ବର୍ଷ ହେଲା ବୌଦ୍ଧ ଜିଲ୍ଲା ରେ ସ୍ଥିର ସରକାର ରହି ଆସିଛି । ବିଜେଡି ପ୍ରାଥି ପ୍ରଦୀପ ଅମାତ ଶାସନ କରି ଆସୁଛନ୍ତି କିନ୍ତୁ ଜିଲ୍ଲା ଆଜିବି ଅବହେଳିତ ହୋଇ ରହିଯାଇଛି ବୋଲି ବିଜେପି କହିବା ସହ ଶାସକ ଦଳ ଉପରେ ବର୍ଷି ଥିଲେ । ଅନ୍ୟପଟେ କଣ୍ଟାମାଳ ମଧ୍ୟ ସମାନ ସ୍ଥିତି ବୋଲି ସଦସ୍ୟ ମାନେ କହିଥିଲେ । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ଚାଷୀମାନଙ୍କ ପାଇଁ ଜନସେଚନର ସୁବିଧା ନଥିବା ବେଳେ ଜିଲ୍ଲାରେ ନାହିଁ ଶୀତଳ ଭଣ୍ଡାର ସୁବିଧା । ଜାହାଫଳ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ଆଜି ବି ଜିଲ୍ଲାର ଲୋକ ପେଟରେ ଦାନା ପାଇଁ ଦାଦନ ହୋଇ ବାହାର ରାଜ୍ୟକୁ ଯାଉଛି । ସ୍କୁଲ ରେ ଶିକ୍ଷକ ନାହାଁନ୍ତ । କେନ୍ଦ୍ର ସରକାରଙ୍କ ନାରୀ ସଶକ୍ତିକରଣ ଯୋଜନା ସବୁ କୁ ହାଇଯାକ କରିଛିନ୍ତି ରାଜ୍ୟ ସରକାର ବୋଲି ବିଜେପି ସଭାପତି ଅଭିଯୋଗ ଆଣିଛନ୍ତି । ସେପଟେ ଛାତ୍ର ବୃତି ପାଲଟିଛି ଫାସ । ଛାତ୍ର ବୃତି ଦେଇ ଭୋଟ ଭିକ୍ଷା କରୁଛନ୍ତି ରାଜ୍ୟ ସରକାର । ଶିକ୍ଷା ବ୍ୟବସ୍ଥା ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇଛି । ଆଜିବି ଜିଲ୍ଲାରେ ସରକାରୀ ମହିଳା ମହାବିଦ୍ୟାଳୟ ନାହିଁ ବୋଲି ବୌଦ୍ଧ ବିଧାୟକ ପ୍ରାଥି କହିଛନ୍ତି । ଅନ୍ୟପଟେ MGNRGS ରେ ଠିକ ରେ କାମ ହେଉନାହିଁ । ଲୋକ ବଦଳରେ JCB କାମ କରୁଛି । ଯେଉଁଥିପାଇଁ ଲୋକେ ଆଜି ଦାନନ ପାଇଁ ଯାଉଛନ୍ତି । ମେଗା ପାନୀୟ ଓ ଜଳ ସେଚନ ପ୍ରିଜେଟ ହେଲା କିନ୍ତୁ ତାହା ଆଜି ସରକାରୀ ଦଳ ର ବିଧାୟକ ଘର ପ୍ରୋଜେଟ ପାଲଟିଛି । ପ୍ରକୃତ ଚାଷୀ ପାଣି ପାଉନାହିଁ ବୋଲି କଣ୍ଟାମାଳ ବିଧାୟକ ପ୍ରାର୍ଥୀ କହିଛନ୍ତି l