ବୌଦ୍ଧ – ( ଚିତ୍ତରଞ୍ଜନ ସିଂହ ) ଆଜି ବୌଦ୍ଧ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ମହିଧର ରଣା ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଉଭୟ ନିର୍ବାଚନ ମଣ୍ଡଳୀର ବିଜେଡି ହଜାର ହଜାର ସମର୍ଥକ ବୌଦ୍ଧ ସହର ସ୍ଥିତ ରଘୁନାଥ ମନ୍ଦିରରେ ଏକତ୍ରିତ ହୋଇଥିଲେ ।

ସେଠାରେ ଉଭୟ ପ୍ରାର୍ଥୀ ପୂଜାର୍ଚ୍ଚନା କରି ଏକ ବିଶାଳ ରାଲିରେ ବାହାରିଥିଲେ । ସହରର ଗାନ୍ଧିଛକ, ପୋଡ଼ାପଡ଼ା, NAC ଛକ , ୱାର୍ଲେସ ଛକ ଓ କୋର୍ଟ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚିଲା । ହଜାର ହଜାର କର୍ମୀ ଓ ଜନତାଙ୍କ ସମାଗମ ବୌଦ୍ଧ ବିଜେଡ଼ିର ଲୋକପ୍ରିୟତା କୁ ସୂଚିତ କରୁଥିଲା । ତେବେ ଏହି ବିଶାଳ ଜନ ସମାଗମ ବିଜେଡି ଶିବିରକୁ ଆହୁରି ମଜଭୁତ କରିଥିଲା ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ବିଧାୟକ ପ୍ରାର୍ଥୀ ମହିଧର ରଣା ଓ ପ୍ରଦୀପ ଅମାତ ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହା କେବଳ ନିମିତ ମାତ୍ର ଲୋକେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଦର୍ଶ ରେ ଅନୁପ୍ରାଣିତ ହୋଇ ଏହି ବିଶାଳ ଜନସମାବେଶ ଓ ଆଗାମୀ ଦିନରେ ବିଜେଡି ନିଶ୍ଚିତ ଏହି ଦୁଇ ଆସନରେ ବିଜୟୀ ହେବ ବୋଲି କହିଛନ୍ତି ଦୁଇ ବିଧାୟକ ପ୍ରାର୍ଥୀ ।