Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଉଦଯାପିତ

47 0

ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ବୌଦ୍ଧ, କନ୍ଧମାଳ ଓ ସୁବର୍ଣ୍ଣପୁର ଆଦି ଜିଲ୍ଳା ଗାୟତ୍ରୀ ପରିବାର ଙ୍କ ସକ୍ରୀୟ ସହଯୋଗ ଏବଂ ସାନ୍ତିକୁଞ୍ଜ ହରିଦ୍ଵାର ର ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଦୀର୍ଘ ଚାରିଦିନ ଧରି ଚାଲିଥିବା ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଆଜି କଣ୍ଟାମାଳ ବସଷ୍ଟାଣ୍ଡ ସ୍ଥିତ ଦୂର୍ଗା ମଣ୍ଡପ ଠାରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି l ନାରୀ ସଶକ୍ତି କରଣ ବର୍ଷ ଉପଲକ୍ଷେ ଶାନ୍ତିକୁଞ୍ଜ ହରିଦ୍ଵାର ର ଟୋଲିନାୟକ ପ୍ରଶାନ୍ତ ସେଠ୍ ଙ୍କ ନେତୃତ୍ୱରେ ସହ-ଟୋଲିନାୟକ ଅମୁଲ୍ୟ ସ୍ଵାଇଁ, ଗାୟକ ସରୋଜ ପ୍ରଧାନ ଓ ବାଦକ ସୁବାସ ଚୌଧୁରୀ ପ୍ରମୁଖ ସଂଗୀତ ଓ ପ୍ରବଚନ ମlଧ୍ୟମରେ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ଯୁଗ ସ୍ରଷ୍ଟା ବେଦ ମାତା ଗାୟତ୍ରୀ ଙ୍କ ମହିମା ଓ ନୀତି ଆଦର୍ଶ କଥା ଭକ୍ତ ଓ ଶ୍ରଦ୍ଧାଳୁମାଙ୍କ ହୃଦୟ ମଧ୍ୟରେ ଧର୍ମୀୟ ଭାବନା ସୃଷ୍ଟି କରିଥିଲା l ସାମୁହିକ ଜପ, ଧ୍ୟାନ,ଦେବପୁଜନ, ଗାୟତ୍ରୀ ଯଜ୍ଞ, ପ୍ରଜ୍ଞାଯୋଗ ଆଦି ସମେତ ସଂସ୍କାର କାର୍ଯ୍ୟ ଅନୁଷ୍ଠିତ ହୋଇଛି l

ଏଥିରେ ୧୫ଜଣ ମୁଣ୍ଡନ ସଂସ୍କାର,୧୦ଜଣ ଗୁରୁମନ୍ତ୍ର ଦୀକ୍ଷା, ୭ଜଣ ବିଦ୍ୟାରମ୍ଭ ସଂସ୍କାର, ଜଣେ ନାମ କରଣ ସଂସ୍କାର ଓ ଜଣେ ମାତା ଙ୍କୁ ପୁଂଶବନ ରେ ସଂସ୍କାରିତ୍ କରlଯାଇଥିଲା l ଏହି ଅବସରରେ ମନମୁଣ୍ଡା ର ଗୁରୁଚରଣ ମେହର ଙ୍କ ସୂପୁତ୍ରି ବସୁଧl ଙ୍କ ସହ କୌସ୍ତୁଭ ମେହେର ଙ୍କ ସୁପୁତ୍ର ଆଶିଷ ଙ୍କ ଗାୟତ୍ରୀ ପୀଠ ରେ ଆଦର୍ଶ ବିବାହ ହୋଇଥିଲା l ତୃତୀୟ ଦିନ ସନ୍ଧ୍ୟାରେ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା ଅନୁଷ୍ଠିତ ଦ୍ଵୀପ ଯଜ୍ଞ ରେ ସମଗ୍ର ଯଜ୍ଞପୀଠ ଆଲୋକରେ ଝଲସି ଉଠିଥିଲା l ଆଜି ୨୪କୁଣ୍ଡର ଯଜ୍ଞ କର୍ତ୍ତା ମାନଙ୍କ ଦ୍ବାରା ଯଜ୍ଞ କାର୍ଯ୍ୟ ସମାପନ ପରେ ପୂର୍ଣ୍ଣାହୁତି ହୋଇଥିଲା l ଯଜ୍ଞ ପୂର୍ଣ୍ଣାହୁତି ପରେ ଟୋଲିନାୟକ ପଣ୍ଡିତ ପ୍ରଶାନ୍ତ ସେଠ୍ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଆଶିର୍ବାଦ ପ୍ରଦାନ କରିବା ସହ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସୁଖୀ ଓ ନିରାମୟ ଜୀବନ କାମନା କରିଥିଲେ l ଚାରିଦିନ ଧରି ଚାଲିଥିବା ଯଜ୍ଞ, ଭଜନ ଓ ପ୍ରବଚନ ରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଇ ପ୍ରଭୂ କୃପା ଲାଭ କରିଥିଲେ

Related Post

ମାରୱାଡି ସମାଜ ତରଫରୁ ଜିଲ୍ଲା ମାଟ୍ରିକ ଟପର ଙ୍କୁ ସମ୍ବର୍ଦ୍ଧନା

Posted by - August 1, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ପୁରୁଣାକଟକ ମାରୱାଡି ସମାଜ ତରଫରୁ ବୌଦ୍ଧ ଜିଲ୍ଲା ମାଟ୍ରିକ ଟପର ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ପୁରୁଣାକଟକ ମାରୱାଡି ସମାଜ ସଭାପତି…

ଜୟପାଟଣାରେ ଏନ୍ ପି ଏସ୍ ଶିକ୍ଷକ ଓ ସଂଘର ସଭା ଅନୁଷ୍ଠିତ

Posted by - May 28, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଜୟପାଟଣା ଉମାଶଙ୍କର ହାଇ ସ୍କୁଲ ପ୍ରାଙ୍ଗଣରେ ଏନ୍ ପି ଏସ୍ ଶିକ୍ଷକ ଓ କର୍ମଚାରୀ…

ଭୈରବୀ ଡିଗ୍ରୀ କଲେଜରେ ଜଳ ସଂରକ୍ଷଣ ସଚେତନତା ରାଲି

Posted by - December 20, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ତରଫରୁ ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ଯୁବ ସମାଜସେବୀ ସୁଧିର ଦୀପ…

ଯାଜପୁର :ପୋଲିସ ଜୁଲମ ପ୍ରତିବାଦରେ ଥାନା ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚାର ଧାରଣା

Posted by - December 4, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ବିଂଝାରପୁର ଥାନା ସମ୍ମୁଖରେ ଆଜି ଏହି ଧାରଣା ଦିଆଯାଇଛି । ପୋଲିସ ପ୍ରକୃତ ଅଭିଯୁକ୍ତଙ୍କୁ ଘଂଟ ଘୋଡାଉଥିବା ବେଳେ ନିରିହ ଜନତାଙ୍କୁ…