ସୋନପୁର ଓମସାର କାର୍ଯ୍ୟକର୍ତ୍ତା ନିର୍ବାଚନ

48 0

ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ) ଓଡିଶା ମେଡିକାଲ ସେବା ସଂଘ ସୁବର୍ଣ୍ଣପୁର ଶାଖାର ସାଧାରଣ ପରିଷଦ ବୈଠକ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ତାଲିମ କେନ୍ଦ୍ରଠାରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୀପ କୁମାର ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଘର ନୂତନ କର୍ମକର୍ତ୍ତା ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସର୍ବ ସମ୍ମତି କ୍ରମେ ଡାକ୍ତର ନରେନ୍ଦ୍ର କୁମାର ମେହେର ସଭାପତି ଏବଂ ଡାକ୍ତର ସୁବାସ ଚନ୍ଦ୍ର ପଣ୍ଡା ସଂପାଦକ ଭାବେ ମନୋନୀତ ହୋଇଥିଲେ।

ସଭାରେ ଡାକ୍ତରମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିବା ବେଳେ ସଂଘର ରାଜ୍ୟ ଶାଖା ମାଧ୍ୟମରେ ତାହା ସରକାରଙ୍କ ନଜରକୁ ଆଣିବାକୁ ନିଷ୍ପତ୍ତି ନିଆଗଲା। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ଦୈତ୍ୟ ନାରାୟଣ ପାଢୀ, ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ ପ୍ରମୁଖ ମଂଚାସୀନ ଥିବାବେଳେ ଅନେକ ଡାକ୍ତର ଏହି ସଭାରେ ଉପସ୍ଥିତ ଥିଲେ। ଓମସା ସୁବର୍ଣ୍ଣପୁର ଶାଖାର ବିଦାୟୀ ସଂପାଦକ ଡାକ୍ତର ନନ୍ଦ କିଶୋର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

 

Related Post

କେସିଙ୍ଗା ଆଦର୍ଶ ଥାନା ପରିସର ରେ ରକ୍ତଦାନ ଶିବିର ଅନୁଷ୍ଠିତ

Posted by - June 1, 2022 0
କେସିଙ୍ଗା :(ପୀତେଶ ପଟେଲ) ରକ୍ତଦାନ ମହତ୍ ଦାନ ।ଆଜି କେସିଙ୍ଗା ଆଦର୍ଶ ଥାନା ପୋଲିସ ପକ୍ଷରୁ ଥାନା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି।ଏଥିରେ 58…

ଇଂରାଜୀ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ଉତ୍ସବ

Posted by - July 16, 2022 0
ବୌଦ୍ଧ: ୧୬/୭(ଚିତରଞ୍ଜନ ସିଂ) ହରଭଙ୍ଗା ବ୍ଲକ ପୁରୁଣା କଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଇଂରାଜୀ ବିଭାଗ ପକ୍ଷରୁ  ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳନ  ହୋଇଯାଇଛି ।…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଭାଲୁର ମ୍ରୁତ୍ୟୁ

Posted by - July 20, 2021 0
ବୌଦ୍ଧ :(ଚିତ୍ତରଞ୍ଜନ ସିଁ )ଗତକାଲି ବିଳମ୍ବିତ ରାତିରେ ହରଭଙ୍ଗା ବ୍ଲକ୍ ବୀରରାମଚନ୍ଦ୍ରପୁର ଗ୍ରାମ ନିକଟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଏକ ଭାଲୁ ମ୍ରୁତ୍ୟୁବରଣ କରିଥିବା ଜଣା…

ତେନ୍ତୁଳିଖୁଣ୍ଟି ତାଳୁଙ୍କ ସ୍ତରୀୟ, ସଭାପତି ସମେତ ପ୍ରଧାନ ମଣ୍ଡଳୀ କର୍ମକର୍ତ୍ତା ନିର୍ବାଚିତ

Posted by - August 21, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ସଦର ମହକୁମା ଯେ, ଇ,ଲୁ,ମ,ମଣ୍ଡଳୀ ରେ ତାଳୁଙ୍କ ସ୍ତରୀୟ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହଇଥିଲା।ଏଥିରେ ନିର୍ବାଚନ ଅଧିକାରୀ…