Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା ,ସିବିଆଇ ତଦନ୍ତ ଦାବିରେ ଭବାନିପାଟଣା ରେ ରାସ୍ତା ଅବରୋଧ

142 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅଧୀନସ୍ଥ ଘୋଟିଆ ଗାଁ ପାଖରେ ଥିବା ଏକ ଜଙ୍ଗଲରେ ଜଣେ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ହେବା ଘଟଣା କୁ ନେଇ ଦିନକୁ ଦିନ ଆନ୍ଦୋଳନ ତେଜିବାରେ ଲାଗିଛି ଏହା ଏକ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କରାଯାଇଛି ବୋଲି ବହୁଜନ ଛାତ୍ର ସଂଗଠନ ଆଜି ଭବାନିପାଟଣା ନକ୍ଟିଗୁଡା ଠାରେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।

ଛାତ୍ରୀ ଜଣକ ଘୋଟିଆଗାଁର ବିଭେ ନିଆଲଙ୍କ ଝିଅ କନକ ନିଆଲ ବୋଲି ଜଣାପଡିଛି। ସେ ଚିଚିଆ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶେଣୀର ଛାତ୍ରୀ ଥିଲେ । ମଙ୍ଗଳବାର ଦିନ ମଧ୍ୟାହ୍ନ ଛୁଟି ସମୟରେ ସେ ବାହାରକୁ ଯାଇ ଆଉ ଘରକୁ ଫେରି ନ ଥିଲେ ।

ଝିଅ ଘରକୁ ଫେରି ନ ଥିବା ନେଇ ପରିବାର ବହୁ ଖୋଜାଖୋଜି କଲେ ହେଲେ ପାଇ ନ ଥିଲେ । ପରେ ଗାଁ ପାଖରେ ଥିବା ଜଙ୍ଗଲର ଏକ ଗଛ ଶାଖାରେ ନିଜ ବେକରେ ନିଜ ଓଢଣୀ ଲଗାଇ ଝୁଲନ୍ତା ଅବସ୍ଥାରେ ଲୋକେ ଦେଖିବାକୁ ପାଇଥିଲେ । ଝିଅକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଗୋଳାମୁଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ବର୍ତ୍ତମାନ ପୋଲିସ ସନ୍ଦେହ ରେ ତିନି ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି। ତେବେ ଏହା ଏକ ହତ୍ୟାକାଣ୍ଡ ଓ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରି ଆଜି ଭବାନିପାଟଣାରେ ବିଭିନ୍ନ ଛକରେ ରାସ୍ତା ଅବରୋଧ କରିବା ଫଳରେ ବରଗଡ/ବୋରିଗୁମ୍ମା 26 ନମ୍ବର ଜାତୀୟ ଯାତାୟତ ବାଧାପ୍ରାପ୍ତ ହୋଇଛି ।

Related Post

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଘଟଣ, ଭାଲୁ ଆକ୍ରମଣରେ ନନ୍ଦନ କାନନ୍ ଗାଇଡ ଆହତ

Posted by - October 27, 2021 0
ବାରଙ୍ଗ:(ସନ୍ତୋଷ ରାଉତ )ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଘଟଣ ଭାଲୁ ଆକ୍ରମଣରେ ନନ୍ଦନ କାନନ୍ ଗାଇଡ ଟୁଲୁ ବେହେରା ଆହତ । ଅପରାହ୍ନ ସମୟରେ ସଫାରୀ ବସ ରେ…

ଆମ୍ବୁଲାନ୍ସରେ ଶିଶୁ ମୃତ୍ୟୁ ଘଟଣା, ଘଣ୍ଟାଏ ନୁହେଁ ୨୨ ମିନିଟରେ ହସ୍ପିଟାଲ୍ ପହଞ୍ଚିଥିଲା ଆମ୍ବୁଲାନ୍ସ:-କମିସନରେଟ୍ ପୁଲିସ

Posted by - February 14, 2020 0
ଭୁବନେଶ୍ପର: ରାଜଧାନୀରେ ଟ୍ରାଫିକ ଜାମରେ ଫସି ଆମ୍ବୁଲାନ୍ସରେ ଶିଶୁମୃତ୍ୟୁ ଘଟଣା ନୂଆମୋଡ ନେଇଛି । ଶିଶୁମୃତ୍ୟୁ ନେଇ ଆଜି କମିସନରେଟ ପୁଲିସ ଟୁଇଟ୍ କରି ସ୍ପଷ୍ଟୀକରଣ ଦେଇଛି…

ବାତ୍ୟା ର୍ୟଶ କୁ ମୁକାବିଲା କରିବା ପାଇଁ ସରକାର ପ୍ରସ୍ତ୍ରୁତ,୧୬ ନଂ ଜାତୀୟ ରାଜପଥ ବନ୍ଦ

Posted by - May 25, 2021 0
ଭୁବନେଶ୍ବର/ଯାଜପୁର ଅଫିସ: ବାତ୍ୟା ୟସ ଅତିକ୍ରମ କରିବା ସମୟରେ ଉଦ୍ଧାର କାର୍ଯ୍ୟ ଓ ଅତିକ୍ରମ କରିବା ପରେ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ଏନଡ଼ିଆରଏଫ, ଓଡ୍ରାଫ, ଅଗ୍ନିଶମ, ପୂର୍ତ୍ତ,…

ରାସ୍ତା ପାଇଁ ହୀନସ୍ତା, ରାସ୍ତା ନହେଲେ ଆଗକୁ ଆନ୍ଦୋଳନ ଚେତାବନୀ

Posted by - November 28, 2022 0
ଧର୍ମଗଡ଼: ୨୭ /୧୧ :ସରକାର ଗମନାଗମନ ପାଇଁ ପକ୍କା ରାସ୍ତା ନିର୍ମାଣ ସକାଶେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ରାଜ୍ୟ ସରକାରଙ୍କ ବିଧାୟକ…