Breaking News
7:32 amପୁରୀ: ଶ୍ରୀମନ୍ଦିରର ନୀଳଚକ୍ର ଯାଏଁ ଚଢ଼ିଗଲେ ପୂଜକ । ନୀଳଚକ୍ର ଯାଏଁ ଚଢ଼ିଯାଇଥିବା ପୂଜକ ଜଣକ ଅଗ୍ନିଶ୍ଚର ମହାଦେବ ମନ୍ଦିରର ହୋଇଥିବା ଜଣାପଡ଼ିଛି । ତାଙ୍କ ନାଁ ଚନ୍ଦ୍ରଶେଖର ପଣ୍ଡା 7:30 amନୟାଗଡ଼: ଦଶପଲ୍ଲାର ଗୋଡ଼ିବିଡା ଓ ଅଭୟପୁର ମଧ୍ୟରେ ଘରୋଇ ଯାତ୍ରୀବାହୀ ବସ୍‌ ଓଲଟିଲା। ବ୍ୟାଙ୍କ ମ୍ୟାନେଜର ମୃତ। ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିଲା କାଳେଶ୍ୱର ନାମକ ବସ୍‌ 7:29 amଭୁବନେଶ୍ବର: ଟ୍ରେନ୍‌ଲାଇନକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ବାପୁଜୀନଗର ଟ୍ରେନ୍‌ଲାଇନକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା। ଯୁବକ ଜଣକ ହେଉଛନ୍ତି କେଦାରପଲି ବସ୍ତି ଅଞ୍ଚଳର, ଘଟଣା ସ୍ଥଳରେ ଜିଆରପି ପୋଲିସ ପହଂଚି ମୃତ ଦେହ ଜବତ କରି ତଦନ୍ତ କରୁଛି 7:16 amସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା 8:34 amପୁରୀ: ଦଶହରାରେ ଖଣ୍ଡା ଦେଖାଇ ଦାଦାବଟି ଆକାରରେ ଦୁର୍ଗାପୂଜା ଖର୍ଚ୍ଚ ଦାବି କରିଥିବା ୪ ଅଭିଯୁକ୍ତ ବାସେଳିସାହି ଥାନା ପୁଲିସ ଦ୍ବାରା ଗିରଫ

ବୀରମହାରାଜପୁର ରେ ଉପଖଣ୍ଡ ସ୍ତରୀୟ ବିଦ୍ୟୁତ ମହୋତ୍ସବ ପାଳନ

90 0

ସୋନପୁର:(ଅଜିତ କୁମାର ପୂଜାହାରୀ) ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ସାରା ଦେଶରେ ଉଜ୍ୱଳ ଭାରତ-ଉଜ୍ଜ୍ଵଳ ଭବିଷ୍ୟତ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଏହି କ୍ରମରେ ଆଜି ବୀରମହାରାଜପୁର ରେ ଉପଖଣ୍ଡ ସ୍ତରୀୟ ବିଦ୍ୟୁତ ଉତ୍ସବ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ପ୍ରଶାସନ ଆନୁକୂଲ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ର ସଂସ୍ଥା ସମୂହ ଏନ ଟି ପି ସି, ଓ ପି ଟି ସି ଏଲ, ଟି ପି ଓ ଡବ୍ଲୁ ଡି ଏଲ ଙ୍କ ସହଯୋଗରେ ଆୟୋଜିତ ହୋଇଯାଇଛି l ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା,ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶ୍ରୀ ଝସକେତନ ବଘାର , ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷl ଶାନ୍ତି ଲୁହା, ଜିଲ୍ଲା ପରିଷଦ ଜୋନ 1 ସଦସ୍ୟ ଲବ କୁମାର ସାହୁ, ଏମ୍ ପି ନୋମିନି ନଳିନୀ ପଣ୍ଡା, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ପ୍ରମୁଖ ଯୋଗଦାନ କରିଥିଲେ l ପ୍ରାରମ୍ଭ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ଶୁଲିଆ ସଭାର ଉଦ୍ଦେଶ୍ଯ ସମ୍ବନ୍ଧରେ ଆଲୋକପାତ କରିଥିଲେ I

ଏବେ ଦେଶରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟାରେ ଏବଂ ଜନସାଧାରଣଙ୍କ ସହଯୋଗରେ ଶକ୍ତି କ୍ଷେତ୍ରରେ ଏହି ବିକାଶମୂଳକ ଯାତ୍ରାରେ ସଫଳତାର ଶୀର୍ଷରେ ପହଞ୍ଚିବାରେ ଆମେ ସକ୍ଷମ ହୋଇପାରିଛୁ l ନୂତନ ଜ୍ଞାନ କୌଶଳ ର ବିନିଯୋଗ ସହ ସୁଦକ୍ଷ ପରିଚାଳନା ଫଳରେ ଉପଭୋକ୍ତା ମାନଙ୍କୁ ଗୁଣାତ୍ମକ ଓ ନିରବିଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେଇ ଶକ୍ତି କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଅଣାଯାଇ ପାରିଛି ବୋଲି ସେ କହିଥିଲେ l ମୁଖ୍ୟ ଅତିଥି ସୂପାର ଠେଲା କହିଲେଯେ ବିଗତ ବର୍ଷ ମାନଙ୍କ ତୁଳନାରେ ଶକ୍ତି କ୍ଷେତ୍ରରେ ଅନେକ ସୁଧାର ଆସିଛି l ବିଦ୍ୟୁତ ବିଭାଗର କର୍ମଚାରୀ ମାନଙ୍କ ଦିନରାତି ପ୍ରଚେଷ୍ଟାରେ ଆମକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ମିଳିପାରୁଛି l ଏଣୁ ଆମେ ଯୋଗାଣ ଅସୁବିଧା ସମୟରେ ସେମାନଙ୍କୁ ସବୁ ପ୍ରକାର ସହଯୋଗ କରିବା ଉଚିତ I କାର୍ଯ୍ୟକ୍ରମ ଅବସରରେ ବିଦ୍ୟୁତ ଉତ୍ପାଦନ, ଏହାର ସଂରକ୍ଷଣ, ଜଳ ବିଦ୍ୟୁତ ତଥା ବିଭିନ୍ନ ରିନ୍ୟୁଏବେଲ ଏନର୍ଜି ର ଉତ୍ପାଦନ ଓ ଏହାର ବହୁଳ ବ୍ୟବହାର ସମ୍ପର୍କିତ କ୍ଷୁଦ୍ର ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା I

ଭବିଷ୍ୟତ ଶକ୍ତି ସଂରକ୍ଷଣ ପାଇଁ ଆମ ସମସ୍ତଙ୍କୁ ପ୍ରକୃତି ର ସୁରକ୍ଷା କରିବା ସହିତ ଏହାର ଉପଯୁକ୍ତ ସଂରକ୍ଷଣ ର ଆବଶ୍ୟକ l ବିଦ୍ୟୁତ ଶକ୍ତି ର ବିନିଯୋଗ ଉପଭୋଗ ପାଇଁ ନ ହୋଇ ଉପଯୋଗ କରିବା ନିମନ୍ତେ ସରକାର ଜନସାଧାରଣଙ୍କ ଙ୍କୁ ଅନୁରୋଧ କରିଛନ୍ତି।ଉଭୟ ସରକାରଙ୍କ ନିରନ୍ତର ଉଦ୍ୟମ ଫଳରେ ରାଜ୍ଯରେ ବିଜୁଳି ଉତ୍ପାଦନ କ୍ଷମତା ବୃଦ୍ଧିହୋଇ ଏହା ର ଶକ୍ତି ଅଭାବକୁ ଦୂର କରିବା ସହିତ ରାଜ୍ଯକୁ ବଳକା ଶକ୍ତିରେ ପରିଣତ କରିପାରିଛି l ଏବେ ଦେଶର ଶତପ୍ରତିଶତ ଗ୍ରାମକୁ ବିଦ୍ୟୁତିକରଣ ଲକ୍ଷ୍ୟ ହାସଲ କରାଯାଇଛି । ଦେଶ ତଥା ରାଜ୍ୟ ର ଶକ୍ତି ଭିତ୍ତି ଭୂମି ସହ ଆନୁସଙ୍ଗିକ ବ୍ୟବସ୍ଥାକୁ ସୁଦୃଢ କରାଯାଇ ଗ୍ରାମାଞ୍ଚଳର ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରାଯାଇପାରିଛି l ଏହି ଅବସରରେ ସୋନପୁର ନାଟ୍ୟ ଚକ୍ର ଦ୍ୱାରା ଗ୍ରାମାଞ୍ଚଳରେ ବିଦ୍ୟୁତ ଯୋଗାଣ ଓ ଏହାର ସୁଦୂର ପ୍ରସାରୀ ସଫଳତା ଉପରେ ଏକ ସୁନ୍ଦର ନାଟକ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଶାଶ୍ୱତ ତ୍ରିପାଠୀ ଓ ସାଥୀଙ୍କ ଦ୍ୱାରା ଲୋକନୃତ୍ୟ ପରିବେଷଣ କରାଯାଇଥିଲା । ଉତ୍ସବର ସଫଳତା ପାଇଁ ସୈଭାଗ୍ୟ ରଞ୍ଜନ ସାମଲ ପ୍ରଶାସନ କୁ ଧନ୍ୟବାଦ ଦେବା ସହ ଉପସ୍ଥିତ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Post

ସରକାରୀ ଯୋଜନା ସଫଳ ରୂପାୟନ ପାଇଁ ଉପ -ଜିଲ୍ଲାପାଳ ଙ୍କ ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ

Posted by - July 30, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ କାର୍ଯ୍ୟlଲୟ ସଭଗ୍ରହ ଠାରେ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ପାଟଣାଗଡ ଉପଜିଲ୍ଲାପାଳ ଡ଼ା . ବିଜୟାନନ୍ଦ ସେଠି…

ନଦିରେ ବୁଡ଼ି ନାବାଳକ ମୃତ

Posted by - November 30, 2019 0
ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ )ନଦିରେ ବୁଡ଼ି ନାବାଳକ ମୃତ । ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ସଦର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ।…

ଜିଲ୍ଲାସ୍ତରୀୟ ବୁଦ୍ଧ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

Posted by - May 7, 2022 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ) ପରମ କାରୁଣିକ ଭଗବାନ ବୁଦ୍ଧଙ୍କ ନାମରେ ନାମିତ ବୌଦ୍ଧ ଜିଲ୍ଲ।ରେ ମହାସମାରୋହରେ ବୁଦ୍ଧ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ…

କିଷାନ କଂଗ୍ରେସ ପକ୍ଷରୁ ବଳଭଦ୍ର ଜନ୍ମ, ଗହ୍ମାପୂର୍ଣିମା ରେ ଗୋ ପୂଜନ ଓ ସମ୍ବର୍ଦ୍ଧନା

Posted by - August 4, 2020 33
ନୀଳଗିରି:(ସୌମ୍ୟା ସାଇ ବାରିକ୍)କରୋନା ମହାମାରୀ ର ସଂକଟ ଓ କଟକଣା ମଧ୍ୟରେ ସାରା ଭାରତ ବର୍ଷ ତଥା ଓଡିଶା ର ପୁରପଲ୍ଲୀ ରେ ରକ୍ଷା ବନ୍ଧନ ଉତ୍ସବ…

ସ୍ଵାସ୍ଥ୍ୟ ସଚେତନତା ପଥପ୍ରାନ୍ତ ନାଟକ

Posted by - September 29, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ଜିଲ୍ଳା ର ସଦର ବ୍ଲକ ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଡୁମ୍ଵେରଖୋଲ ଗ୍ରାମରେ ସ୍ଵାସ୍ଥ୍ୟ ସଚେତନତା ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି । ମାଗୁଣୀ ମହାକୁଡ…