ଆଣ୍ଡାମାନ ଛୁଇଁଲା ମୌସୁମୀ,ମେ ୨୭ରେ କେରଳ ଓ ଜୁନ୍ ୭ ରେ ଓଡିଶା ପହଞ୍ଚିବ

127 0

ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ ଚଲିତ ବର୍ଷ ଠିକ୍ ସମୟରେ କେରଳ ଛୁଇଁବା ନେଇ‌ ଭାରତିୟ ପାଣିପାଗ ବିଭାଗ (IMD) ପକ୍ଷରୁ ଆକଲନ କରାଜାଇଛି l ତେବେ, ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ଦ୍ଵିପ ପୁଞ୍ଜରେ ପ୍ରବେଶ କରିସାରିଥିବା IMD ପକ୍ଷରୁ ସୁଚନା ମିଲିଛି l ଏହାର ପ୍ରଭାବରେ ଆଣ୍ଡାମାନ ନିକୋବର ଦ୍ଵିପ ସମୁହରେ ପ୍ରବଲ ବର୍ଷା ମଧ୍ୟ ହୋଇଥିବା ଜଣାପଡିଛି l

ମୌସୁମୀ ବାୟୁ ପାଇଁ ବର୍ତମାନ ଜଲବାୟୁ ଅନୁକୁଳ ଥିବାରୁ ଏହା କ୍ରମେ କ୍ରମେ ବଙ୍ଗୋପ ସାଗରର ଦକ୍ଷିଣ ପ୍ରାନ୍ତରେ ପ୍ରବେଶ କରିବା ସହ ଆସନ୍ତା ଦୁଇ ରୁ ତିନି ଦିନ ମଧ୍ୟରେ ସମ୍ପୁର୍ଣ୍ଣ ଆଣ୍ଡମାନ ସାଗର ଦ୍ଵିପ ପୁଞ୍ଜ ତଥା କେନ୍ଦ୍ରିୟ ବଙ୍ଗୋପସାଗରରେ ଏହାର ପ୍ରଭାବ ବିସ୍ତାର କରିବ ବୋଲି ଭାରତୀୟ ପାଣିପାଗ ବିଭାଗର ବିଶେଷଜ୍ଞ ଆର୍.କେ.ଜେନାମଣି ସୁଚନା ଦେଇଛନ୍ତି l କେରଳ ଉପକୁଳ ରେ ଏହା ଆସନ୍ତା ମେ ମାସ ୨୭ ତାରିଖ ସୁଦ୍ଧା ପ୍ରବେଶ କରିବାକୁ ଥିବା ବେଳେ ଓଡିଶା ଉପକୁଳ ରେ ଜୁନ୍ ମାସ ୭ ତାରିଖରେ ପହଞ୍ଚିବ ବୋଲି IMD ପକ୍ଷରୁ ସୁଚନା ଦିଆଯାଇଛି l

ସାଧାରଣତଃ ଜୁନ୍ ମାସ ୧ ତାରିଖ ରେ ମୌସୁମୀ ବାୟୁ କେରଳ ପହଞ୍ଚି ଥାଏ l ତେବେ,ଚଲିତ ବର୍ଷ ଏହା ଆଗୁଆ କେରଳ ଉପକୁଲ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଲନ କରାଯାଇଥିବା ବେଳେ ତାହା ବର୍ତମାନ ସଠିକ୍ ପ୍ରମାଣିତ ହୋଇଛି ବୋଲି IMD ସୁତ୍ରରୁ ଜନାପଡିଛି l ନିକଟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା “ଆସାନି” ମୌସୁମୀ କୁ ଆଗୁଆ ରାସ୍ତା ଦେଖାଇବାରେ ସହାୟକ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଲିଛି l

Related Post

ଚଳିତବର୍ଷ ବିନାଭକ୍ତରେ ଅନୁଷ୍ଠିତ ହେବ ଦାରୁବ୍ରହ୍ମଙ୍କ ସ୍ନାନଯାତ୍ରା

Posted by - June 4, 2021 0
ପୁରୀ: କରୋନା ସଂକ୍ରମଣ ଅବ୍ୟାହତ ରହିଥିବାରୁ ଚଳିତବର୍ଷ ବିନାଭକ୍ତରେ ଅନୁଷ୍ଠିତ ହେବ ଦାରୁବ୍ରହ୍ମଙ୍କ ସ୍ନାନଯାତ୍ରା। ଗତବର୍ଷ ପରି କେବଳ ପାଳିଆ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ଏହି ଯାତ୍ରା…

କୋକସରା ଆବାସ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି, କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଲୋକାୟୁକ୍ତ ଙ୍କ ନୋଟିସ ଜାରି

Posted by - April 15, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବହୁ ଚର୍ଚ୍ଚିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନତୀ ସମ୍ପର୍କରେ ଓଡିଶା ରାଜ୍ଯ ଲୋକାୟୁକ୍ତ କଳାହାଣ୍ଡି…

ଚିଟଫଣ୍ଡ ଟଙ୍କା ଫେରସ୍ତ ଦାବିରେ ଟିଟିଲାଗଡ଼ ତହସିଲ ସମ୍ମୁଖରେ ଜମାକାରୀଙ୍କ ଗଣ ସତ୍ୟାଗ୍ରହ

Posted by - February 13, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ବିଗତ ୧୨ ବର୍ଷ ହୋଇଗଲାଣି ଆଜି ଯାଏଁ ଚିଟ ଫଣ୍ଡ ଜମାକାରୀଙ୍କୁ ସରକାର ପ୍ରତିଶ୍ରୁତି ଦେବା ପରେ ମଧ୍ୟ ଜମା ଟଙ୍କା ଫେରସ୍ତ କରି…

ହୃଦୟକୁ ଘୋଟାଲା ହେବାକୁ ଦିଅ ନାହିଁ,ଭାଲେଣ୍ଟାଇନ୍ସ ଡେ ଠକେଇ ପାଇଁ ସାବଧାନ

Posted by - February 4, 2021 0
ଭୁବନେଶ୍ୱର: ପାଖେଇ ଆସୁଛି ଭାଲେଣ୍ଟାଇନ ଡେ। ଏହି ସ୍ୱତନ୍ତ୍ର ଦିନକୁ ପାଳନ କରିବାକୁ ଯୁବ ପୀଢିମାନେ କେତେ କଣ ଯେ ଚିନ୍ତା କରିଥିବେ ତାହାକୁ ହୁଏତ ଆପଣ…

ବିଜେଡ଼ିର ପ୍ରଚାର ସମୟରେ ଅଘଟଣ, ପ୍ରଚାର ଗାଡି ଦୁର୍ଘଟଣାଗ୍ରସ୍ତ,ଅଳ୍ପକେ ବର୍ତିଲେ ଦୁଇ ଜଣ

Posted by - February 16, 2022 0
ବସ୍ତା:ବସ୍ତାବ୍ଲକ ଅଧିନସ୍ଥ ନଟାକଟା ପଞ୍ଚାୟତରେ ଆଜି ବିଜେଡିର ନିର୍ବାଚନ ପ୍ରଚାର ସମୟରେ ଏକ ବଡ଼ ଅଘଟଣା ଘଟିଯାଇଛି। ପ୍ରଚାର ଗାଡି ଡ୍ରାଇଭର ମଦ୍ୟପାନ କରି ଗାଡି ଚଳାଉ…