Breaking News
8:48 amକେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ, ୩ ଜଣ ପୂଜା କମିଟି ସଦସ୍ୟଙ୍କୁ ଗିରଫ କଲା ପୁଲିସ 8:45 amକେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ଗସ୍ତ, ସମୀକ୍ଷା କରିବେ ରେଳ ପ୍ରକଳ୍ପ, 8:38 amଡିସେମ୍ବର ପହିଲା ସୁଦ୍ଧା ହିତାଧିକାରୀଙ୍କୁ ଶୀତ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ମଧୁବାବୁ ପେନ୍‌ସନ ଓ ଜାତୀୟ ପେନ୍‌ସନ ଯୋଜନା ହିତାଧିକରୀଙ୍କୁ ମିଳିବ ଏହି ସହାୟତା 8:36 amଅର୍ଚ୍ଚନା ମାମଲାରେ ଶ୍ରଦ୍ଧାଞ୍ଜଳି ଓ ଚନ୍ଦନଙ୍କୁ ଇଡିର ଜେରା। ୧୪ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଶ୍ରଦ୍ଧାଞ୍ଜଳି, ଚନ୍ଦନଙ୍କୁ ୯ ଘଣ୍ଟା ଜେରା କଲା ଇଡି 8:34 amଆଠଗଡ଼ ଥାନା ରାଜନଗର ନିକଟ ଡାଳଖାଇ ଠାକୁରାଣୀ ମନ୍ଦିର ନିକଟରେ ଚର୍ଚ୍ଚିତ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଓ ଏକ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା,ଦୁର୍ଘଟଣାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ

ନବରଙ୍ଗପୁର ଜିଲ୍ଲାରେ ଅବାଭନୀୟ ଘଟଣା, ମା ‘ହେଲା ନାବାଳିକା

392 0

ନବରଙ୍ଗପୁର:( ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳ ରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି।  ଜଣେ ୧୪ ବର୍ଷର ନାବାଳିକା ମା ‘ହୋଇଛି। ଡାକ୍ତରଖାନା ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛି।  ତେବେ ଘଟଣାର ଦୀର୍ଘଦିନ ପରେ ପରିବାର ଲୋକ କେହିହେଲେ ଲୋକ ଲଜ୍ଜ୍ୟାକୁ ଡରି ମୁହଁ ଖୋଲି ନ ଥିଲେ।  ନାବାଳିକା ମଧ୍ୟ ହତ୍ୟା ଧମକ ପାଇଁ ଭୟ ମୁହଁ ଖୋଲି ନଥିଲା।  କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଖୀ କେନ୍ଦ୍ର ରେ ପରିବାର ଲୋକ ଗର୍ଭବତୀ ନାବାଳିକା କୁ ଭର୍ତ୍ତି କରିବା ପରେ ପ୍ରକୃତ ଘଟଣା ପଦାକୁ ଆସି ଥିଲା। ବୁଧବାର ଦିନ ନାବାଳିକା ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଇ ଥିଲା।  ଦୀର୍ଘଦିନ ପରେ ( ୱାନ୍ ସ୍ଟେପ ସେଣ୍ଟର )ସଖୀ ସେଣ୍ଟର ପକ୍ଷରୁ କାଉନସେଲିଂ ପରେ ନାବାଳିକା ଓ ପରିବାର ବହୁ କଷ୍ଟରେ ମୁହଁ ଖୋଲିଥିଲେ। ନାବାଳିକା ନ୍ୟାୟ ପ୍ରଦାନ ପାଇଁ ଆଗେଇ ଆସିଲେ ସଖୀ ସେଣ୍ଟର ର କାର୍ଯ୍ୟରତ କର୍ମଚାରୀ ରଂଜିତା ସାହୁ, ସ୍ୱରଣିକା ପଟ୍ଟନାୟକ, ଜ୍ୟୋତିମୟୀ ମହାନ୍ତି, ସୌଦାମିନୀ ବୈପାରୀ!

ନବରଙ୍ଗପୁର ପୁଲିସର ସହାୟତା ନିଆଯାଇଥିଲା ବୋଲି ସଖୀ କେନ୍ଦ୍ରର ପରିଚାଳନା ରଞ୍ଜିତା ସାହୁ କହିଛନ୍ତି।  ନବରଙ୍ଗପୁର ପୁଲିସ ସହାୟତା ରେ  ରାଇଘର ପୁଲିସ ପରିବାର ଲୋକଙ୍କ ଏତଲା ଆଧାରରେ ୩ ଜଣ ଅଭିଯୁକ୍ତଙ୍କ ଗିରଫ କରିଛି। ନବଜାତ ଶିଶୁ କନ୍ୟାକୁ ସିଡବ୍ୟୁସିକୁ ହସ୍ତାନ୍ତର କରାଯାଇଛି।  ନାବାଳିକା ର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ସଖୀ କେନ୍ଦ୍ର ପକ୍ଷରୁ କୁହା ଯାଇଛି।  ଅନ୍ୟପକ୍ଷରେ ରାଇଘର ଥାନା ଅଧିକାରୀ ଟଙ୍କଗିରି ଭାଇ କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ପରିବାର ଲୋକୋ ନାବାଳିକା ଗର୍ଭବତୀ ହେବା ପାଇଁ ୩ ଜଣଙ୍କୁ ଦାୟୀ କରିଛନ୍ତି।  ଘରେ କେହି ନ ଥିବାର ସୁଯୋଗ ନେଇ ନାବାଳିକା ଝିଅକୁ ସେମାନେ ଭେଟୁଥିଲେ ବୋଲି ଦର୍ଶାଇ ପରିବାର ପକ୍ଷରୁ ଏତଲା ଦିୟାଯାଇଛି।  ୩ ଜଣ ଅଭିଯୁକ୍ତଙ୍କ ମଧ୍ୟ ରେ ଜଣେ ନାବାଳକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଡିଏନଏ ପରୀକ୍ଷା ପରେ ଶିଶୁ କନ୍ୟା ର ପ୍ରକୃତ ବାପା କିଏ ଜଣା ପଡ଼ିବ ବୋଲି ସେ କହିଛନ୍ତି।  ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

 

Related Post

କଳାହାଣ୍ଡି ଜିଲ୍ଲାର ୧୩ ଜିଲ୍ଲା ପରିଷଦ ଆସନ ଫଳାଫଳ ଘୋଷଣା,ବିଜେଡି କୁ ୧୧ ବିଜେପି କୁ ୨,କଂଗ୍ରେସ ଶୁନ

Posted by - February 27, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ସମଗ୍ର ଓଡ଼ିଶାରେ ସମସ୍ତ କଳ୍ପନା ଜଳ୍ପନା କୁ ପଛରେ ପକାଇ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଜୁ ଜନତା…

୭୪ ତମ କଳାହାଣ୍ଡି ଗଠନ ଦିବସ ମହା ସମାରୋହରେ ପାଲିତ

Posted by - November 1, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ପାଳନ କରିଛି ୭୪ ତମ କଳାହାଣ୍ଡି ଗଠନ ଦିବସ। ଆଜି ଭବାନୀପାଟଣା ସ୍ଥିତ ମାଁ ମାଣିକେଶ୍ବରୀ ଙ୍କ…

ପ୍ରଶାସନର ଅପରିଣାମଦର୍ଶିତା ଯୋଗୁଁ ଆଜି ଶଯ୍ୟାଶାୟୀ ତପସ୍ୱିନୀ

Posted by - July 22, 2021 0
ବୌଦ୍ଧ:(( ଚିତ୍ତରଂଜନ ସିଂ) ଗୁରୁତ୍ବପୂର୍ଣ ପ୍ରଶାସନିକ ପଦ ପଦବୀରେ ଥିବା ଅଧିକାରୀ ମାନଙ୍କ ଭୁଲ୍ ବିଚାର ଯୋଗୁଁ ଲୋକେ କିଭଳି ହନ୍ତସନ୍ତ ହୁଅନ୍ତି ତାର ଉଦାହରଣ ଦେଖିବାକୁ…

କଳାହାଣ୍ଡି ଜିଲ୍ଲା ରେ ଚକଡ଼ା ପୋକ ପ୍ରାଦୁର୍ଭାବ, କ୍ଷତିଗ୍ରସ୍ତ ଚାଷି ପକ୍ଷରୁ କ୍ଷତିପୂରଣ ଦାବିରେ ତହସିଲଦାର ଙ୍କୁ ଦାବିପତ୍ର

Posted by - November 10, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ବିଭିନ୍ନ ବ୍ଳକ ରେ ଦେଖାଦେଇଛି ଚକଡା ପୋକର ପ୍ରାଦୁର୍ଭାବ, ବହୁକଷ୍ଟରେ ଫସଲ…