ଧରାପଡ଼ିଲା ଗୋଲଡେନ୍‌ ବାବା,ଥାନାରେ ଅଟକି ରଖି ଗୋଲଡେନ୍‌ ବାବାକୁ ପୁଲିସ ପଚରାଉଚରା

1131 0

ଭୁବନେଶ୍ୱର:ଗୋଲଡେନ୍‌ ବାବା ନିଜକୁ ରାଜନୈତିକ ନେତା କହି ଉତ୍ତର ଭୁବନେଶ୍ୱରର ବିଭିନ୍ନ ସାମଜିକ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ। ଗୋଲଡେନ୍‌ ବାବା ନାମରେ ୧୯ଟି ଅଭିଯୋଗ ରହିଛି। ସେଥିମଧ୍ୟରୁ ଚେକ୍‌ ବାଉନ୍ସ, ଠକେଇ ଓ ଜମି ହେରାଫେରି ଆଦି ମାମଲା ସାମିଲ ରହିଛି। ବଡ଼ବିଲ୍‌ରେ ଜଣଙ୍କୁ ନିଜର ଠକେଇର ଶିକାର ବନାଇଥିବା ବି ଗୋଲଡେନ୍‌ ବାବା ନାମରେ ଅଭିଯୋଗ ହୋଇଥିଲା। ପୁଲିସ ଅନେକ ଦିନ ହେବ ଗୋଲଡେନ୍‌ ବାବାକୁ ଖୋଜୁଥିଲା। ଗୋଲଡେନ୍‌ ବାବା ପ୍ରଥମେ ନୀଳାଦ୍ରି ବିହାରରେ ରହୁଥିଲା। ସେଠାରୁ ଫେରାର ହୋଇ କଳାରାହଙ୍ଗ ଓ ପରବର୍ତ୍ତୀ ସମୟରେ ଦିଲ୍ଲୀରେ ରହୁଥିବା ଜଣାପଡ଼ିଛି। ଗୋଲଡେନ୍‌ ବାବା ପାଖରେ ୪ଟି ଦାମୀଦାମୀ ସଉକିନ୍‌ କାର ଥିବା ପୁଲିସ ସୂଚନା ଦେଇଛି। ଥାନାରେ ଅଟକି ରଖି ଗୋଲଡେନ୍‌ ବାବାକୁ ପୁଲିସ ପଚରାଉଚରା ଜାରି ରଖିଛି।ସୋମବାର ଅପରାହ୍ନରେ ଚନ୍ଦ୍ରଶେଖର ପୁଲିସ ଫେରାର ଥିବା ଗୋଲଡେନ୍‌ ବାବାକୁ ଧରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତଙ୍କ ନାମ ଜ୍ୟୋତିରଞ୍ଜନ ବେହୁରା ଓରଫ ଗୋଲଡେନ୍‌ ବାବା ବୋଲି ଜଣାପଡ଼ିଛି।

Related Post

ବିପଦ ସଂକେତ ଉପରେ ଜଳକା, ବସ୍ତାରେ ବନ୍ୟା ,ପାଣି ଘେରରେ ଶହ ଶହ ହେକ୍ଟର ଚାଷ ଜମି

Posted by - September 17, 2021 0
ବସ୍ତା:(ପ୍ରଭାକର ମଲ୍ଲିକ)ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା । ଏଣୁ ବନ୍ୟା ପାଣି ଘେରରେ ବସ୍ତା । ଜଳକା ନଦୀର ମଥାନୀ ଠାରେ ବିପଦ ସଂକେତ…

ବୌଦ୍ଧ ନିର୍ବାଚନ ମଣ୍ଡଳୀ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ

Posted by - August 21, 2021 0
ବୌଦ୍ଧ,:( ଚିତ୍ତରଂଜନସିଂ)ବୌଦ୍ଧ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରସ୍ଥ ପଞ୍ଚାୟତ ଭବନଠାରେ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ଉନ୍ନୟନ କାର୍ଯ୍ୟକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ…

ସମ୍ବଲପୁର ରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି

Posted by - June 15, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ନବନିର୍ବାଚିତ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କୁ ଆଜି ସମ୍ବଲପୁର ଠାରେ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନl ଦିଆଯାଇଛି । ରାଜ୍ୟ ସଭା ସାଂସଦ ଭାବରେ ନିର୍ବାଚିତ…

Leave a comment

Your email address will not be published.