Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ମୃତ୍ୟୁ ସହ ସଂଗ୍ରାମ କରୁଛି କର୍କଟ ରୋଗୀ, ସରକାରୀ ସହାୟତା ପାଇଁ ହାତ ପାତିଛନ୍ତି ମାଆ ଓ ସ୍ତ୍ରୀ

146 0

କେସିଙ୍ଗା:(ପ୍ରିତେଶ ପଟେଲ୍)ଯନ୍ତ୍ରଣାରେ ଛଟପଟ ।ଏପରିସ୍ଥିତି ରେ ମୁହଁକୁ ମୁହଁ ମିଳାଇ ଆଖିରୁ ଲୁହ ଗଡେଇ ସହାୟତା ହାତ ପାତିଛି ସ୍ତ୍ରୀ। ମୋ ସ୍ୱାମୀ ଙ୍କୁ ବଞ୍ଚାଇ ଦିଅ-ମୋ ସଙ୍ଖା ସିନ୍ଦୁର କୁ ଭଲ କରିଦିଅ।ସତରେ ଏହା କାହାଣୀ ନୁହଁ।ଜଣେ କର୍କଟ ରୋଗୀ ର ସ୍ତ୍ରୀ ର କରୁଣ ଦୃଶ୍ୟ।

ଏଭଳି ହୃଦୟ ବିଦାରକ ଘଟଣା କଳାହାଣ୍ଡ ଜିଲ୍ଲା ଅନ୍ତର୍ଗତ ବୋର୍ଡ଼ା ଗ୍ରାମରେ ଦେଖିବାକୁ ମିଳିଛି।ଗ୍ରାମର ରୂପାଧରତାଣ୍ଡି (୩୫)ଗତ ଦ୍ଵି ବର୍ଷ ତଳୁ ବ୍ଲଡ଼କ୍ୟାନ୍ସର ରୋଗ ରେ ପୀଡିତ।ଭବାନୀପାଟଣା ଡାକ୍ତର ଖାନା ଠାରୁ ଆରମ୍ଭ କରି ବୁର୍ଲା ଭୁବନେଶ୍ୱର, କଟକ ସ୍ଥିତି ଡାକ୍ତର ଖାନାରେ ଚିକିତ୍ସା କରାଇଛନ୍ତି।ହେଲେ ଉପଶମ ପାଇବା ଦୂରର କଥା ଦିନ କୁ ଦିନ ରୋଗ ବଢିଚାଲିଛି।

ଏବେ ରୋଗ ଶଯ୍ୟା ରେ ମରଣ ସହ ସଂଗ୍ରାମ କରୁଛନ୍ତି।ଘରରେ ଥିବା ସବୁ ପ୍ରକାର ଜିନିଷ ପତ୍ର ବିକ୍ରି କରି ଏ ଡାକ୍ତର ଖାନା ରୁ ସେ ଡାକ୍ତର ଯାଇ ଚିକିତ୍ସା କରାଇଥିଲେ।ଶେଷରେ ନିଜ ବାସନ କୁସନ ବି ବିକ୍ରି କରି ଚିକିତ୍ସା ହେଲେ।ହେଲେ କିଛି ସୁଫଳ ମିଳିଲା ନାହିଁ।ଏବେ ଘର ଚାରିକାନ୍ଥ ଆବଦ୍ଧ କୋଠରୀ ଭିତରେ ଖଟ ଉପରେ ଛଟପଟ ହେଉଛନ୍ତି।କହିବାକୁ ଗଲେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି।ଡାକ୍ତର ଙ୍କ କହିବା ମତେ ଏହିରୋଗର ଉନ୍ନତମାନର ଚିକିତ୍ସା ଆବଶ୍ୟକ।ସେଥିପାଇଁ ପ୍ରଚୁର ଅର୍ଥ ଆବଶ୍ୟକ ଥିବା ଡାକ୍ତର କହିଥିବା ସ୍ତ୍ରୀ ସଜନା ତାଣ୍ଡି ପ୍ରକାଶ କରନ୍ତି।ପରିବାର ଅତି ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ କୋଉଠି ଏତେ ପରିମାଣ ଟଙ୍କା ଯୋଗାଡ କରିବେ ତାହା ସହଜରେ ଅନୁମେୟ। ପୀଡିତ ଜଣ ହିଁ ପନିପରିବା ବ୍ୟବସାୟ କରି ପରିବାର କୁ ପ୍ରତିପୋଷଣ କରୁଥିଲେ।

ହେଲେ ଏବେ ସେ ରୋଗ ଶଯ୍ୟା ରେ-ପଡିରହିଥିବା ବେଳେ ଅନାଟନ ଭିତରେ ପରିବାର।ସରକାର ଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ଡାକ୍ତର ଖାନା ରେ ଚିକିତ୍ସା କରି ସାରିଛନ୍ତି।ପରିବାର ଙ୍କ କହିବା ମତେ କାର୍ଡ ରେ ଯେତେ ଟଙ୍କା ଥିଲା ଚିକିତ୍ସା କରାଇ ଶେଷ ହୋଇଯାଇଥିବା ଜଣାପଡିଛି।ବର୍ତ୍ତମାନ ଅର୍ଥ ର ଆବଶ୍ୟକ ରହିଥିବା ବେଳେ ସ୍ତ୍ରୀ ନ୍ୟୁଜ ମାଧ୍ୟମରେ ସରକାର ଙ୍କୁ ସହାୟତା ପାଇଁ ହାତ ପାତିଛନ୍ତି।ସରକାର ଓ ଜିଲ୍ଲା ପ୍ରଶାସନ ରୂପାଧର ପ୍ରତି ଦୃଷ୍ଟି ଦେଇ ତାର ଉନ୍ନତ ଚିକିତ୍ସା କରାଇଲେ ହୁଏତ ପରିବାରରେ ପୁଣି ହସଖୁସି ଫେରି ଆସି ପାରନ୍ତା ବୋଲି ବୁଦ୍ଧିଜୀବୀ ଭିତରେ ଆଲୋଚନା ହେଉଛି।ବର୍ତ୍ତମାନ ତାଙ୍କର ଗୋଟାଏ ୨ବର୍ଷ ର ଶିଶୁ ,ବିଧମା ମାଆ ଓ ସ୍ତ୍ରୀ କୁ ନେଇ ଘର ସଂସାର।ରୂପାଧର ଙ୍କ ଚିକିତ୍ସା ଜରୁରୀ ଥିବା ବେଳେ ବିଧମା ମାଆ ଓ ସ୍ତ୍ରୀ ସରକାର ଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି।ଏଣେ ତୁରନ୍ତ ଉନ୍ନତ ଚିକିତ୍ସା ପାଇଁ ପ୍ରଶାସନ ଓ ସରକାର ଙ୍କ ନିକଟରେ ଗ୍ରାମ ବାସୀ ଙ୍କ ଦାବି ହେଉଛି।ଏନେଇ ଜିଲ୍ଲା ଚିକିତ୍ସା ଅଧିକାରୀ ଙ୍କ ସହ ଯୋଗାଯୋଗ କରିଥିଲେ ହିଁ ସମ୍ଭବ ହୋଇ ନ ଥିଲା।

 

Related Post

ସିଡିପିଓଙ୍କ କାର୍ଯ୍ୟଳୟ ଘେରାଉ। ଆଠ ଦଫା ଦାବିକୁ ନେଇ ଅଙ୍ଗନବାଡି କର୍ମୀ ଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା

Posted by - November 22, 2022 0
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ର ୨୬ଟି ଗ୍ରାମ ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ ମାନେ ୮ଦଫା ଦାବିକୁ ନେଇ ସିଡିପିଓ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ସମ୍ବଲପୁର ରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି

Posted by - June 15, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ନବନିର୍ବାଚିତ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କୁ ଆଜି ସମ୍ବଲପୁର ଠାରେ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନl ଦିଆଯାଇଛି । ରାଜ୍ୟ ସଭା ସାଂସଦ ଭାବରେ ନିର୍ବାଚିତ…

ଓଡିଶା ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କଲେ କଳାହାଣ୍ଡି ଜନଜାଗରଣ ମଞ୍ଚ

Posted by - October 21, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ସମଗ୍ରରାଜ୍ୟ ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଗୋଲାମୁଣ୍ଡା ସନ୍ ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷ୍ୟା ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ କଳାହାଣ୍ଡି ଜନଜାଗରଣ…

ଟିଟିଲାଗଡ ରେ କଂଗ୍ରେସ ତରଫରୁ ୬ ଘଣ୍ଟିଆ ବନ୍ଦ ପାଳନ

Posted by - November 13, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ସାରାରାଜ୍ୟରେ ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ନିଆଁ ଜଳୁଥିବା ବେଳେ ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ମନ୍ତ୍ରୀ…

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି ମଡ଼ାଇବା ଘଟଣା,ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

Posted by - March 12, 2022 0
ଭୁବନେଶ୍ବର :(ବ୍ୟୁରୋ) ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି ମଡ଼ାଇବା ଘଟଣା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗିରହିଛି । ଲୋକଙ୍କ ଆକ୍ରମଣରେ ବିଧାୟକ…