ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲାରେ ନିର୍ବାଚନୀ ପ୍ରଚାର କଲେ ବିଜେଡିର ଷ୍ଟାର ପ୍ରଚାରକ ଭି କାର୍ତ୍ତିକେୟନ ପାଣ୍ଡିଆନ l ପାଣ୍ଡିଆନ ପ୍ରଥମେ ବିରାମହରାଜପୁର ନିର୍ବାଚନ ମଣ୍ଡଳୀର କଏଁରାଜୁଲି ଖେଳପଡିଆର ଅସ୍ଥାୟୀ ହେଲିପେଡ ରେ ଓଲ୍ହେଇ ସେଠରେ ଅନୁଷ୍ଠିତ ହୋଇଥିବା ନିର୍ବାଚନୀ ସଭାରେ ଯୋଗଦାନ କରିଥିଲେ l

ସେଠାରେ ନବୀନ ସରକାରଙ୍କ ବିଭିନ୍ନ ଜନହିତକରି ଯୋଜନା କୁ ନେଇ ପ୍ରଚାର କରିଥିଲେ l ଡବଲ ଇଞ୍ଜିନ ସରକାର ହେଲେ ବିରୋଧୀ ବିଜୁ ସ୍ବାସ୍ଥ୍ୟ ଯୋଜନା ବନ୍ଦ କରିବେ ବୋଲି ଚକ୍ରାନ୍ତ କରୁଥିବା କହିଲେ ବିଧାୟକ ପ୍ରାର୍ଥୀ l ଭି କେ ପାଣ୍ଡିଆନ ନିଜ ଚାକିରୀ କ୍ୟାରିଅର ସୋନପୁର ର ବିନିକା ରୁ ଆରମ୍ଭ କରିଥିବା କଥା କହିବ ସହ ବିରୋଧୀ ଗତ ନିର୍ବାଚନ ରେ ବର୍ଷକୁ ୨  କୋଟି ନିଯୁକ୍ତି ଧାନର ଏମ ମ ଏସ ପି ଦୁଇଗୁଣା କରିବା କଥା କାହିଁ ଠକି ଥିବା କଥା କହିବ ସହ ବିରୋଧୀ ଡଳ ମିଛୁଆ ବୋଲି କହିଥିଲେ l

ଉଭୟ ଲୋକସଭା ଓ ବିଧାନ ସଭା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କଲେ ଅପିଲ l ବିଶେଷ କରୀ ବିଏସକେୱାଇ ନବୀନ କାର୍ଡ, ମହିଳା ମାନଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦଶ ଲକ୍ଷ ଟଙ୍କା, ମୁଖ୍ୟମନ୍ତ୍ରୀଙ୍କ ମହିଳା ସଶକ୍ତିକରଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପାଞ୍ଚଳକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ଶୁଧ ରେ ଋଣ ତଥା ଅନ୍ୟ ଅନେକ ଜନହିତକର ଯୋଜନା କୁ ନେଇ ଲୋକଙ୍କୁ ଉଦବୋଧନ ଦେଇଥିଲେ l ଏଠାରୁ ସେ ସୋନପୁର ନିର୍ବାଚନ ମଣ୍ଡଳୀ ର ଶିଆଳି ପଡିଆରେ ଅନୁଷ୍ଠିତ ହେଉଥିବା ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ବିରମହାରାଜ ପୁର ଅଂଚଳର ବହୁ ବିଜେପି ଓ କଂଗ୍ରେସ କର୍ମୀ ପାଣ୍ଡିଆନଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିଲେ l