ହରଭଙ୍ଗା(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତ୍ରଙ୍ଗ -ହରଭଙ୍ଗା ପୂର୍ତ୍ତ ବିଭାଗ ରାସ୍ତାର ଛତ୍ରଙ୍ଗ ଠାରେ ଥିବା ବିଦୁତ୍ ବିଭାଗର ଛତ୍ରଙ୍ଗ ଫିଡର ରେ ଚାଲିଥିବା ନିର୍ମାଣ ଧିନ ପାଚେରୀ କାର୍ଯ୍ୟ ପୂର୍ତ୍ତ ରାସ୍ତା କୁ ଅକ୍ତିଆର କରି ନିର୍ମାଣ କରୁଥିବା ଦେଖିବାକୁ ମିଳିଛି l ଏହି ନିର୍ମାଣ କୁ ନେଇ ଜନ ଅସନ୍ତୋଷ ଦେଖାଦେବl ସହିତ ଟାଟା ର ଜୋର ଜବରଦସ୍ତି କାର୍ଯ୍ୟ ନେଇ ସମାଲୋଚନା ହୋଇଥିବା ଜଣା ପଡିଛି l ସୂଚନା ମତେ ଟାଟା ଇଲେକଟ୍ରିକ କମ୍ପାନୀ ଛତ୍ରଙ୍ଗ ଫିଡର ର ସୁରକ୍ଷା ଦୃଷ୍ଟିରୁ ଟାଟା କମ୍ପାନୀ ପକ୍ଷରୁ ପାଚେରୀ ନିର୍ମାଣ କରାଯାଉ ଅଛି। ପଚେରିଟି ବଳପୂର୍ବକ ପୂର୍ତ୍ତବିଭାଗ ରାସ୍ତା ଉପରେ ନିର୍ମାଣ କରାଯାଉଅଛି

ସ୍ଥାନୀୟ ଜନ ସାଧାରଣ ବାରଣ କଲେ ମଧ୍ଯ ଟାଟା କମ୍ପାନୀ ଜବର୍ ଦସ୍ତି ପାଚେରୀ ନିର୍ମାଣ କରୁଥିବା ଛତ୍ରଙ୍ଗ ବାସିନ୍ଦା ପ୍ରକାଶ କରିଛନ୍ତି l ପୂର୍ତ୍ତ ବିଭାଗ ର ସୂଚନା ଅନୁଯାଇ ରାସ୍ତା ର ପିଚୁ ଠାରୁ ଦଶ ପୁଟ ଛାଡ଼ି ପାଚେରୀ ନିର୍ମାଣ କରିବା କଥା କିନ୍ତୁ ପୂର୍ତ୍ତ ବିଭାଗର ଅନୁମତି ନ ନେଇ ଟାଟା ବଳ ପୂର୍ବକ ପାଚେରୀ କାମ ଚାଲୁ ରଖିଚି। ଅନ୍ୟ ପଟେ ଗ୍ରୀଷ୍ମ ପ୍ରଭାବ ବୌଦ୍ଧ ଜିଲ୍ଲା ରାଜ୍ୟର ସର୍ବଚୋ ତାପ ମାତ୍ରାରେ ଥିବା ବେଳେ ସରକାରଙ୍କ ନିୟମ ଅନୁଯାଇ ଦିନ 11ଘଣ୍ଟା ଶୁଦ୍ଧl ପ୍ରତି ନିର୍ମାଣ ଧୀନ କାର୍ଯ୍ୟ ବନ୍ଦ କରିବାର ପରାମର୍ଶ ଥିଲେ ମଧ୍ୟ ଏହି ନିର୍ମାଣ କାର୍ଯ୍ୟ ରେ ଦିନ 2ଘଣ୍ଟା ସମୟରେ ବୃଦ୍ଧ ବୟସ୍କ ଶ୍ରମିକ କାର୍ଯ୍ୟକରୁଥିବା ଦେଖିବାକୁ ମିଳିଛି l

ଏଣୁ ଜିଲ୍ଲା ପ୍ରଶାସନ, ପୂର୍ତ୍ତ ବିଭାଗ ଓ ଜିଲ୍ଲା ଶ୍ରମ ଅଧିକାରୀ ଟାଟା କମ୍ପାନୀର ପାଚେରୀ ନିର୍ମାଣ କାର୍ଯ୍ୟ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରମଜୀବୀ, ବୁଦ୍ଧି ଯିବି ଓ ସ୍ଥାନୀୟ ଜନ ସାଧାରଣ ଦାବି କରିଛନ୍ତି lନିର୍ମାଣ ଧୀନ କାର୍ଯ୍ୟ କୁ ନେଇ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ପଞ୍ଚାନନ ସାହୁ ଙ୍କୁ ଯୋଗାଯୋଗ କରିବାରୁ ପୂର୍ତ୍ତ ବିଭାଗ ବିନା ଅନୁମତି ରେ ଏହି କାର୍ଯ୍ୟ ହେଉଥିବା ଓ ଯଦି ନିର୍ମାଣ କାର୍ଯ୍ୟ ପୂର୍ତ୍ତ ରାସ୍ତାରେ ବଳ ପୂର୍ବକ ଟାଟା କମ୍ପାନୀ କରୁଛି ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯିବl ନେଇ ସୂଚନା ଦେଇଛନ୍ତି l