ଚାଳିଶ ହଜାର ରୁ ଉର୍ଦ୍ଧ ଭୋଟ ରେ ପ୍ରାର୍ଥୀ ଙ୍କୁ ଜିତେଇବା ପାଇଁ ଦେଲେ ଗୁରୁମନ୍ତ୍ର

ହରଭଙ୍ଗା:୦୫ /୦୫ (ଚିତ୍ତ ରଞ୍ଜନ ସିଂ )ବୌଦ୍ଧ ଜିଲ୍ଲାର ବିଜେଡି ନିର୍ବାଚନୀ ପ୍ରଚାରରେ ଆଜି ଭିକେ କାର୍ତ୍ତିକ ପାଣ୍ଡିଆନ l ପ୍ରଥମେ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ପୁରୁଣା କଟକ ଭୈରବୀ ଡିଗ୍ରୀ କଲେଜ ପଡିଆ ରେ ହେଲିପ୍ୟାଡ଼ ରେ ହେଲିକ୍ୟାପ୍ଟର ଅବତରଣ କରି ମିନି ଷ୍ଟାଡିୟମ ଠାରେ ହେଉଥିବା ସାଧାରଣ ସଭାରେ ଉପସ୍ଥିତ ର ହଜାର ହଜାର ବିଜେଡି କର୍ମୀ, କର୍ମକର୍ତା ଓ ଜନ ସାଧାରଣ ଙ୍କ ସହିତ ସିଧା ସଳଖ ମିଶିବା ପରେ ମଂଚାସୀନ ହୋଇଥିଲା l

ଉକ୍ତ ସାଧାରଣ ସଭାରେ ପାଣ୍ଡିଆନ ଙ୍କ ସମେତ କନ୍ଧମାଳ ବିଜେଡି ସାଂସଦ ପ୍ରାର୍ଥୀ ଡ଼. ଅଚ୍ୟୁତ ସାମନ୍ତ ଓ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ହେଭି ୱେଟ ବିଜେଡି ନେତା ପ୍ରଦୀପ କୁମାର ଅମାତ ମଂଚାସୀନ ହୋଇ ୨୦୨୪ ସାଧାରଣ ନିର୍ବାଚନ ରେ ବହୁ ଜନ ମତ ରେ ଯୋଡି ଶଙ୍ଖ ରେ ଭୋଟ ଦେବା ପାଇଁ ଜନ ସାଧାରଣ ଙ୍କୁ ଭୋଟ ଭିକ୍ଷା କରିଥିଲେ l

ଅନ୍ୟ ପଟେ ଭିକେ ପାଣ୍ଡିଆନ ବିଜେଡି ର ବିକାଶ କ୍ଷେତ୍ରରେ ଜନ ସାଧାରଙ୍କ ପାଖରେ ମତ ରଖିବା ସହିତ ଉଭୟ କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଓ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ଅମାତ ଙ୍କୁ ଯୋଡି ଶଙ୍ଖ ରେ ଭୋଟ ଦେଇ ବିଜେତା କରି ନବୀନ ପଟ୍ଟନାୟକ ଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ନିର୍ବାଚନୀ ପ୍ରଚାର କରିଥିଲେ l ଏହି ନିର୍ବାଚନୀ ପ୍ରଚାର ରେ ବିଶିଷ୍ଟ ସିନେ ତାରକା ମାନେ ଉପସ୍ଥିତ ରହି ମଧ୍ୟ ଶଙ୍ଖ ଚି଼ହ୍ନ ପ୍ରଚାର କରିଥିଲେ l

ତତ ସହିତ ଜିଲ୍ଲାର କଣ୍ଟାମlଳ ନିର୍ବାଚନୀ ମଣ୍ଡଳୀ କଣ୍ଟାମlଳ ହାଇସ୍କୁଲ ପଡିଆରେ ହେଲିକ୍ୟାପ୍ଟର ଅବତରଣ କରି ଭିକେ ପାଣ୍ଡିଆନ କଣ୍ଟାମlଳ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ପ୍ରାର୍ଥୀ ମହୀଧର ରଣା ଙ୍କୁ ଶଙ୍ଖ ଚି଼ହ୍ନ ରେ ଭୋଟ ଦେବା ପାଇଁ ସାଧାରଣ ସଭାରେ ଜନ ସାଧାରଙ୍କୁ ନିର୍ବାଚନୀ ପ୍ରଚାର କରିଥିଲେ l ଓ 5ଟି ଗ୍ୟାରେଣ୍ଟି ଉପରେ ଜନ ସାଧାରଙ୍କ ପାଖରେ ମତ ରଖିଥିଲେ l ଆଜି ଭିକେ ପାଣ୍ଡିଆନ ଙ୍କୁ ବୌଦ୍ଧ ଜିଲ୍ଲା ନିର୍ବାଚନୀ ପ୍ରଚାର ଗସ୍ତ ନେଇ ବିଜେଡି କର୍ମ କର୍ତା, ନେତା ଙ୍କ ଉଲ୍ଲାସ ଓ ଉତ୍କଣ୍ଠା ଦେଖିବାକୁ ମିଳିଥିଲା l