କେସିଙ୍ଗା : (ପ୍ରୀତେଶ ପଟେଲ)ପୂର୍ବତନ ବିଧାୟକ ପ୍ରଦୀପ୍ତ ନାଏକ ପୁନର୍ବାର ନିର୍ବାଚନ ମଇଦାନ ରେ ଅବତରଣ କରିଛନ୍ତି ।ନିଜ ଶରୀର ଅସୁସ୍ଥତା ଥିବା ସତ୍ତ୍ୱେ ନିର୍ବାଚନ ଲଢିବା ନିଷ୍ପତି ପରେ ଆଶା ଓ ଆଶଙ୍କା ରେ ଥିଲେ କର୍ମକର୍ତ୍ତା ।କିନ୍ତୁ ସଦର ର ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା କରି ପ୍ରଦୀପ୍ତ ନିଜେ ଫିଟ୍ ଥିବା ଦର୍ଶାଇ ଥିଲେ ।କେସିଙ୍ଗା ରେ ଅନୁଷ୍ଠିତ ଯୁବ ସମାବେଶ ରେ ଯୋଗ ଦେବା ସମୟ ରେ ମୋ କର୍ମକର୍ତ୍ତା ହିଁ ମୋର ବଳ ବୋଲି ମତ ପୋଷଣ କରିବା ସହିତ ମୋ ପାଇଁ ମୋ କର୍ତ୍ତା ହିଁ ପ୍ରଚାର କରିବେ ବୋଲି କହିଥିଲେ ।

ଏହାକୁ ସତ ପ୍ରମାଣିତ କରିବାରେ ଲାଗି ପଡିଛନ୍ତି କେସିଙ୍ଗା ନଗର ବିଜେପି ର କର୍ମକର୍ତ୍ତା ଗଣ ।ନଗର ର ସମସ୍ତ ୱାର୍ଡ ର ଘର ଘର ବୁଲି ନିଜ ଦଳୀୟ ବିଧାୟକ ଓ ସାଂସଦ ପ୍ରାର୍ଥୀ ଙ୍କ ପାଇଁ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳୁଛି ।ଆଜି କେସିଙ୍ଗା ଏନ୍ ଏ ସି ର ୱାର୍ଡ ନମ୍ବର ୧/୨ ରେ ବିଜେପି ର କର୍ମକର୍ତ୍ତା ମାନେ ପ୍ରଚାର କରିଛନ୍ତି ।କର୍ମକର୍ତ୍ତା ଙ୍କ ମନୋବଳ କୁ ବଢ଼ାଇବା ପାଇଁ ଆଜି ବିଜେପି ରେ ନୂତନ ଭାବେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ଅନାମ ନାଏକ ମଧ୍ୟ କର୍ମ କର୍ତ୍ତା ଙ୍କ ସହିତ ପ୍ରଚାର ମଇଦାନ ରେ ପାଦ ଦେଇଛନ୍ତି ।

ନଗର ର କର୍ମକର୍ତ୍ତା ଙ୍କ ସହିତ ମିଶି ଅନାମ ମଧ୍ୟ ଲୋକ ଙ୍କୁ ଘର ଘର ବୁଲି ୨୪  ବର୍ଷ ର କୁ ଶାସନ୍ ଓ ନାରୀ ନିର୍ଯାତନା ବୋଲି କହିଥିଲେ ଓ ନିଜ ଦଳର ବିଧାୟକ ଓ ସାଂସଦ ଙ୍କ ପାଇଁ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି ।ଅନାମ ଙ୍କ ସହିତ କେସିଙ୍ଗା ନଗର ସଭାପତି ମଗନ୍ ସିନ୍ଦୂର ,ଯୁବ ସଭାପତି ପିଂକୁ ପରିଡ଼ା ,ପୂର୍ବତନ ନଗର ସଭାପତି ପ୍ରଶାନ୍ତ ବାନାର୍ଜୀ, ଗୋବିନ୍ଦ ବଞ୍ଛୋର, କମଳାକାନ୍ତ ସାହୁ, ଭିବିଷଣ୍ ସାହୁ, ସୁନୀଲ ଜୈନ, ସୁଧୀର ସାହୁ , ପ୍ରୀତେଶ ପଟେଲ ମଧ୍ୟ ପ୍ରଚାର ରେ ସାମିଲ ଥିଲେ ।