Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ଯୁବତୀଙ୍କୁ ସାଙ୍ଗରେ ହାଇଦ୍ରାବାଦ ନେଇ ଆଇନ ଉଲଂଘନ କରିନାହିଁ : ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

386 0

ଭୁବନେଶ୍ୱର: ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତକୁ ନେଇ ଆଜି ବିଧାନସଭାରେ ବିରୋଧୀ ହୋହଲ୍ଲା କରିଛନ୍ତି। ଫଳରେ ଅପରାହ୍ଣ ୩ଟା ଯାଏ ଗୃହକୁ ମୁଲତବି କରାଯାଇଛି।ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜ  ଏହି ପ୍ରସଙ୍ଗ ଉଠାଇ ମନ୍ତ୍ରୀ ଜ୍ୟୋତି ପ୍ରକାଶଙ୍କୁ ଟାର୍ଗେଟ୍‌ କରିଥିଲେ।

ସରକାରୀ ଖର୍ଚ୍ଚରେ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ସହ ୨ ମହିଳାଙ୍କ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ ମନ୍ତ୍ରୀ। କେଉଁ ଅଧିକାରରେ ସରକାରୀ ଖର୍ଚ୍ଚରେ ୨ ମହିଳା ଅତିଥିଙ୍କୁ ନେଇ ବୁଲିବାକୁ ଯାଇଥିଲେ, ଏ ବିଷୟରେ ମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରନ୍ତୁ ବୋଲି ଦାବି କରିଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା।କଂଗ୍ରେସ ପ୍ରେସମିଟ୍ କରି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ରଞ୍ଜନ ପାଣିଗ୍ରାହୀ ଦୁଇ ଯୁବତୀଙ୍କୁ ନେଇ ସରକାରୀ ପଇସାରେ ହାଇଦ୍ରାବାଦ ଯାଇଥିବା କଥା ଉଠାଇଥିଲା । ଆଜି ଗୃହର ଶୂନ୍ୟ କାଳରେ ବିରୋଧୀ ଦଳ ନେତା ପ୍ରଦୀପ ନାଏକ ଏହି ପ୍ରସଙ୍ଗ ଉଠାଇବା ସହ କେଉଁ ପରୀପ୍ରେକ୍ଷୀରେ  ମନ୍ତ୍ରୀ ଏଭଳି କଲେ ତାର ସ୍ପଷ୍ଟୀକରଣ ଦାବି କରିଥିଲେ ।

ବିରୋଧୀ ଦଳ ନେତା ଏହି ପ୍ରସଙ୍ଗ ଉଠାଇବା ପରେ ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ମନ୍ତ୍ରୀଙ୍କଠାରୁ ସମାନ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦାବି କରିଥିଲେ । କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ତାତ୍ସଲ୍ୟ ଓ କଟାକ୍ଷ କରି କହିଥିଲେ – ‘ଛି ! ମନ୍ତ୍ରୀ କଣ ଏମିତି କରନ୍ତି? ’

Facebook Notice for EU! You need to login to view and post FB Comments!

Related Post

ସାରିଲା ପ୍ରଥମ ପର୍ଯ୍ୟାୟ ଭୋଟ

Posted by - April 11, 2019 0
୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ଓଡ଼ିଶାର ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଶାନ୍ତିଶୃଙ୍ଖଳାରେ ସରିଛି ମତଦାନ। ଇଭିଏମ୍‌ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ…

ଆଉ ଆଦାୟ ହେବନି ଏକାଧିକ ଫାଇନ୍ ,କେବଳ ସିରିୟସ ଅଫେନ୍ସ ପାଇଁ ହେବ ଜୋରିମନା,ଟୋଲ ଗେଟ୍‌ରେ ଧରାହେବେ ମଦୁଆ ଡ୍ରାଇଭର

Posted by - September 6, 2019 0
ଭୁବନେଶ୍ୱର ୬।୯: ଟ୍ରାଫିକ ନିୟମ ଉଲ୍ଲଂଘନରେ ଏକାଧିକ ଫାଇନ୍ ନେଇ ନୂଆ ନିଷ୍ପତ୍ତି ହୋଇଛି। ଏଣିକି ଆଉ ଏକାଧିକ ପ୍ରକାର ଫାଇନ ଆଦାୟ କରାଯିବନି। ରାଜ୍ୟ ପରିବହନ…

ଭିଜିଲାନ୍ସ ଦ୍ବାରା ଗିରଫ ଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ ଚେର ଲମ୍ବିଛି ବହୁ ଦୂରକୁ

Posted by - November 29, 2020 0
ଭୁବନେଶ୍ବର :ବହୁକୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ ଚେର ଗଞ୍ଜାମକୁ ଲମ୍ବିଛି। ଅଭୟକାନ୍ତ ଏବଂ ତାଙ୍କ ପୁଅ…

ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ସଜ୍ଜିତ

Posted by - August 8, 2021 0
ସୋନପୁର:( ଅଜିତ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଳା ରେ ଏବେ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ସ୍ତରରୁ ବ୍ଲକ ସ୍ତର ପର୍ଯ୍ଯନ୍ତ ସାଙ୍ଗଠନିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା…

ଦାନ ବାନ୍ଧୁଛି ଲଘୁଚାପ,ଆସନ୍ତା ୨୦ ରୁ ପୁଣି ବର୍ଷିବ

Posted by - September 16, 2020 0
ଭୁବନେଶ୍ବର :ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି (ବୁଧବାର) ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ ବଙ୍ଗୋପସାଗରରେ ଏକ ଲଘୁଚାପ ଏବେ ଦାନା…

Leave a comment

Your email address will not be published.