Breaking News
7:44 amଛେଳି କୃତ୍ରିମ ପ୍ରଜନନ କାର୍ଯ୍ୟକାରୀରେ ଦେଶରେ ଓଡ଼ିଶା ପ୍ରଥମ ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ ଲକ୍ଷ୍ୟ 7:35 amଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ପୁଲିସ ନିଷ୍କ୍ରିୟ‌; ହାଇକୋର୍ଟ କ୍ଷୁବ୍ଧ ଇନ୍‌ଫୋସିଟି ଥାନା ଆଇଆଇସିଙ୍କୁ ବର୍ଷେ ଯାଏ ଫିଲ୍ଡ ପୋ‌ଷ୍ଟିଂ ମନା 7:32 amପଦ୍ମପୁର ଉପନିର୍ବାଚନରେ ବିଜୟୀ ପରେ ନବୀନ ନିବାସରେ ବର୍ଷା ସିଂ ବରିହା। ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଦଳୀୟ ନେତାଙ୍କ ସହିତ ପହଞ୍ଚିଲେ ବର୍ଷା। ବର୍ଷାଙ୍କ ସହିତ ପଶ୍ଚିମ ଓଡ଼ିଶାର ଅନେକ ନେତା ଉପସ୍ଥିତ 9:27 pmରାଜନୀତି ବାହାନାରେ ଯଦି ମହିଳାମାନଙ୍କୁ ଅସମ୍ମାନ କରାଯିବ ଓଡ଼ିଶାବାସୀ ସମର୍ଥନ କରିବେ ନାହିଁ: ନବୀନ ପଟ୍ଟନାୟକ 9:25 amକଟକ ଖାନନଗର ପାର୍କ ନିକଟରେ ଆଜି ସକାଳେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ,ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ଅନୁମାନ

ସିଆରପିଏଫ ବେଟାଲିଆନ୍ ପକ୍ଷରୁ ଜନ ସମ୍ପର୍କ କାର୍ଯ୍ୟକ୍ରମ

72 0

ମୁନିଗଡ। : (ରାମାକାନ୍ତ ପୋଢାଳ)  ଉପାନ୍ତ ଅଞ୍ଚଳରେ ଜନ ସାଧାରଣଙ୍କ ସହ ସୁସମ୍ପର୍କ ସ୍ଥାପନ ଉଦ୍ଧେଶ୍ୟରେ ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅଧୀନସ୍ଥ ରଘୂବାରି ଓ ଡିମିରିଗୁଡ଼ା ନିକଟ  ସିଆରପିଏଫ କ୍ୟାମ୍ପ ପରିସରରେ ଜନ ସଂପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଆରପିଏଫ  ଅଧିକାରୀ ଏଵଂ ଯବାନ ମାନଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମକୁ ସୁ ଉଦଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଘୂବାରି, ଡିମିରିଗୁଡ଼ା ଦୁଇ ପଞ୍ଚାୟତର ୪ଟି ଗାଁର ଲୋକମାନେ ଯୋଗଦେଇଥିବା ବେଳେ ଅତିଥି ମାନଙ୍କ ଦ୍ଵାରା ୧୬୦ ଜଣ ମହିଳାଙ୍କୁ ଶାଢ଼ୀ ପ୍ରଦାନ କରାଯାଇଥିଲା।

ଏଥିରେ ସିଆରପିଏଫ କ୍ୟାମ୍ପର ଆସିଷ୍ଟାଣ୍ଟ କମାଡେଣ୍ଟ ଶଶି କୁମାରନ.ଭି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅମ୍ବାଦଳା ଥାନା ଅଧିକାରୀ କମଳା କାନ୍ତ କହଁର, ଡିମିରିଗୁଡ଼ା ସରପଞ୍ଚ ଚୂମୁଲି ମାଝୀ ମଞ୍ଚାସୀନ ରହି ଥିଲେ । ସିଆରପିଏଫ  ପକ୍ଷରୁ ଏପରି ଜନ ମଙ୍ଗଳ କାର୍ଯ୍ୟକ୍ରମ ଲୋକଙ୍କ ମନରେ ସୁରକ୍ଷା ଯୋଜନା ପ୍ରତି ବିଶ୍ୱାସ ଭାବ ସୃଷ୍ଟି କରୁଛି ଏଵଂ ଆଗମୀ ଦିନରେ ଅଂଚଳରେ ଏପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶ୍ରୀ ଶଶି କୁମାରନ ଜଣାଇ ଛନ୍ତି। ଏଥିରେ କ୍ୟାମ୍ପର ଯବାନ ବିଶ୍ୱଜିତ ମଲ୍ଲିକ, ଅରବିନ୍ଦ କିଲୀ, ସାଗର କୁମାର, ଶିବ ପ୍ରସାଦ ଦାସ ଓ ଅନ୍ୟ ଜବାନ ମାନେ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଅମ୍ବାଦଳା ଥାନା ଅଧିକାରୀ କମଳା କାନ୍ତ ବସନ୍ତ କହଁରଙ୍କ ସହ ଅନ୍ୟ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

Related Post

ଥୁଆମୂଳ ରାମପୁର ଠାରେ ପ୍ରାଚୀନ ପରମ୍ପରା ଅନୁଯାୟୀ ଅଗ୍ନି ଭୈରବ ଙ୍କ ଝାମୁ ଯାତ୍ରା ସମାରୋହ ର ସହ ପାଲିତ

Posted by - September 17, 2022 0
ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଡ଼ ଘେରା ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ସମୃଦ୍ଧ ଥୁଆମୂଳ ରାମପୁର…

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଶପଥ ପାଠ ଉତ୍ସବ

Posted by - October 26, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ପୂର୍ବାହ୍ନ ୧୧ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଏକ ଶପଥ ପାଠ ଉତ୍ସବ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ…

ବେନକେରା ଠାରେ ରୋଟାରି କ୍ଲବ ତରଫରୁ ରାଜ୍ୟ ସଭ୍ୟ ସାଂସଦ ନିରଞ୍ଜନ ବିଶିଙ୍କ ସହଯୋଗରେ ମେଗା ସ୍ବାସ୍ଥ୍ୟ ଶିବିର

Posted by - September 20, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା)  ଖପ୍ରାଖୋଲ ବ୍ଲକ ଧଣ୍ଡ।ମୁଣ୍ଡ ପଞ୍ଚାୟତ ବେନକେରା ସେବା ଶ୍ରମ ଠାରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ ସହଯୋଗ ରେ…

ଖୋଲାନ ଉପଡାକଘର କର୍ମଚାରୀଙ୍କ ମଧ୍ୟାହ୍ନ ବିରତିରେ ସର୍ବଭାରତୀୟ ଏକ ଦିବସୀୟ ଧାରଣା ପ୍ରର୍ଦଶନକୁ ସମର୍ଥନ

Posted by - March 5, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) କେନ୍ଦ୍ରୀୟ କର୍ମଚାରୀ ଓ ଶ୍ରମିକ କ୍ରିୟାନୁଷ୍ଠାନ କମିଟିର ଆହ୍ଵାନ କ୍ରମେ ଓଡିଶାସାରା ସବୁ ଡାକ ମଣ୍ଡଳରେ ଏକ ଦିବସୀୟ ଧାରଣା ବଲାଙ୍ଗୀର…

ଜାତୀୟ ପଞ୍ଚାୟତୀ ରାଜ ଦିବସ ପାଳନ

Posted by - April 27, 2022 0
ରାୟଗଡା :(ଅଞ୍ଜନ କୁମାର ନାଏକ)  କାଶୀପୁର ବ୍ଲକ ର ପ୍ରାୟ ସମସ୍ତ ପଂଚାୟତ ରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳନ କରାଯାଇଛି, କୌଣସି କାରଣରୁ ଚନ୍ଦ୍ରଗିରି…