Breaking News
10:57 pmଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି; ବିଭିନ୍ନ ବର୍ଗରେ ଓଡ଼ିଶାରୁ ୩ ଜଣ ସାମିଲ 10:56 pmଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ,୨ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ମହିଳା ଗିରଫ 10:54 pmପୁରୀ ଜିଲ୍ଲା ପରିଷଦ ଜୋନ ୧୧ର ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା,ଖୋଲିବ ଗୁମର, ହଜିଲା ମୋବାଇଲ ଫୋନ୍‌ ମିଳିଲା 10:53 pmକୋରାପୁଟ: କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ଜଙ୍ଗଲରେ ବୁଲୁଛି ବାଘ। ବନ ବିଭାଗ ପକ୍ଷରୁ ନିଆଯାଇଛି ଆବଶ୍ୟକ ପଦକ୍ଷେପ। କୋରାପୁଟ ଜିଲ୍ଲାପାଳଙ୍କ ସୂଚନା 10:52 pmକୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜଲାପୁଟ ଗାଁ ନିକଟ ମାହାରାଗାଁ ଓ ପଲାମୁଗାଁ ନିକଟ ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଠାବ କରି ନିଷ୍କ୍ରିୟ କଲା ବିଏସଏଫ୍‌

ପାଟଣାଗଡ଼ ବ୍ଲକ ପୋଡଛାପର ଉ. ପ୍ରା ସ୍କୁଲରେ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର

26 0

ପାଟଣାଗଡ଼ : (ତାପସ ରଞ୍ଜନ ବେହେରା)  ପାଟଣାଗଡ଼ ଉପଖଣ୍ଡ ପୋଡ଼ଛାପର ଉପ୍ରା ସ୍କୁଲରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦାବନ କୁମ୍ଭାରଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନ୍ମଥ ଶବର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରେଣୀ ସିଲାବସ ବ୍ୟତିତ ଅନ୍ୟାନ୍ୟ ଉପାଦେୟ ଶିଶୁ ପତ୍ରିକା, ଗ୍ରନ୍ଥ ପାଠ ପଢିବାକୁ ପରାମର୍ଶ ଦେଇଥିଲେ।

ବିଦ୍ୟାଳୟର ସହକାରୀ ଶିକ୍ଷକ ଧରଣୀଧର ତାଣ୍ଡି, ଗୁପ୍ତେଶ୍ୱର ଧରୁଆ ସମୟ ଅପଚୟ ନ କରି ଦିନଚର୍ଯ୍ୟା ଅନୁସାରେ ଶ୍ରେଣୀ ଶିକ୍ଷା ସହିତ ଅନ୍ୟାନ୍ୟ ପୁସ୍ତକ ପଢି ଜ୍ଞାନ ବଢ଼ାଇବାକୁ କହିଥିଲେ। ଏହି କର୍ମଶାଳାରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା, ସେଥିରେ କୃତି ପ୍ରତିଯୋଗୀ ରଚନା ମାଝି, ପୁଜା ସୁନା, ଅଙ୍କିତା ମେହେରଙ୍କୁ ମାନପତ୍ର ସହିତ ପଢା ସାମଗ୍ରୀ ଦେଇ ସମ୍ମାନିତ କରାଯାଇଥିଲା। ଶେଷରେ କାର୍ଯ୍ୟକ୍ରମର ଆବାହକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Related Post

ଜୁନାନୀବାହାଲରେ ପୋଲିସର ଜନସମ୍ପର୍କ ଶିବିର : ବିଭିନ୍ନ ଉପକରଣମାନ ବଣ୍ଟନ

Posted by - April 19, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ତେଲେନପାଲି ପଂଚାୟତ ଜୁନାନୀ ବାହାଲ ଗାଁ ରେ ଖପ୍ରାଖୋଲ ପୋଲିସ ତାରଫରୁ ଜନସମ୍ପର୍କ ଶିବିର ମଙ୍ଗଳବାର ଅନୁଷ୍ଟିତ ହୋଇଯାଇଛି…

ଖପ୍ରାଖୋଲ ପୋଲିସର ଚଢ଼ାଉ ୧୨ ଶିଶୁ ସମେତ ୩୧ ଦାଦନ ଶ୍ରମିକ ଉଦ୍ଧାର

Posted by - December 1, 2021 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ବେଆଇନ ଦାଦନ ଚାଲାଣ ବେଳେ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ପୋଲିସ ଚଢ଼ାଉ କରି ମଙ୍ଗଳବାର ୧୨ ଶିଶୁ ସମେତ ୩୧ ଦାଦାନ ଶ୍ରମିକ…

ପୁରୁଣା କଟକ ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ର କୁ ଅଣଦେଖା

Posted by - July 9, 2022 0
ବୌଦ୍ଧ: (ଚିତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ସ୍ୱାସ୍ଥ୍ୟ ବିଭାଗର ବିଚିତ୍ର ସ୍ୱାସ୍ଥ୍ୟସେବା ନୀତି ବିଭିନ୍ନ ମହଲକୁ ବିସ୍ମିତ କରିଛି । ହରଭଙ୍ଗା ବ୍ଲକର …

ୟୁଥ ରେଡକ୍ରସ ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଉଦଘାଟିତ  

Posted by - February 26, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ନରସିଂହ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ୟୁଥ ରେଡକ୍ରସ ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି ,ଏଥିରେ ଯାଜପୁର ବ୍ଲକ ବିଡିଓ ସୌରଭ ଚକ୍ରବର୍ତି, ଯାଜପୁର ପୌରପାଳିକାର ପ୍ରର୍ବତନ ପୌରପାଳ ଭବପ୍ରସାଦ ଦାସ ପ୍ରମୁଖ ଯୋଗ ଦେଇ ସମାଜସେବା କ୍ଷେତ୍ରରେ ରେଡକ୍ରସର ଭୂମିକା ସଂପର୍କରେର ଆଲୋଚନା କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀଙ୍କୁ ଦୁର୍ଘଟଣା ସମୟରେ କିଭଳି ସତର୍କତା ଅବଲମ୍ବନ କରାଯାଇପାରିବ ସେ ନେଇ ତାଲିମ ପ୍ରଦାନ କରାଯାଇଥିଲା । ତାରିଣି କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏହି ଶିବିର ଆସନ୍ତା ତିିନିଦିନଧରି ଚାଲିବ । ଏଥିରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ ଅଧ୍ୟାପକ ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ

Posted by - December 19, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଅଶୋକ…