କର୍ଲାବହାଲି ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତା ଅବରୋଧ କଲେ ଛାତ୍ରୀ ଛାତ୍ର ଓ ଅବିଭାବକ

43 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ବେଲପଡା ବ୍ଲକ୍ ଗମ୍ଭାରୀ ପଞ୍ଚାୟତ କର୍ଲାବାହାଲି ଗାଁ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ନିଯୁକ୍ତି ସହ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ଅନ୍ୟତ୍ର ବଦଳି ଦାବିରେ ଛାତ୍ରୀ ଛାତ୍ର ଓ ଅବିଭାବକ ମାନେ ଖପ୍ରାଖୋଲ ପାଟଣାଗଡ ମୁଖ୍ୟ ରାସ୍ତା ଧଣ୍ଡାମୁଣ୍ଡା ଛକ ଠାରେ ବୁଧବାର ସକାଳେ ରାସ୍ତା ରୋକ କରିଥିଲେ। ବିଦ୍ୟାଳୟ ର କୋଠା ଗୁଡ଼ିକ ଠିକ ନଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ କାର୍ଯ୍ୟରେ ଅନିୟମିତତା କରୁଥିବା , କୋଭିଡ୍ ବେଳେ ଛାତ୍ରୀ ଛାତ୍ର ଙ୍କୁ ମଧ୍ୟାହ୍ନ ଭୋଜନ ବାବଦ ଚାଉଳ ଓ ପଇସା ନ ଦେବା, ପ୍ରତିଦିନ ଠିକ୍ ସମୟରେ ବିଦ୍ୟାଳୟ ଆସୁନଥିବା ଅଭିଯୋଗ କରିବା ସହ ଶିକ୍ଷୟତ୍ରୀ ଙ୍କ ତୁରନ୍ତ ବଦଳି ସହ ନୂତନ ଶିକ୍ଷକ ଦାବୀରେ ଆଡି ବସିଥିଲେ ।

ଯାହାଫଳରେ ରାସ୍ତା ର ଉଭୟ ପାର୍ଶ୍ଵ ରେ ଶହ ଶହ ଗାଡ଼ି ମଟର ଅଟକି ରହି ଥିବା ବେଳେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗିଥିଲେ। ଖପ୍ରାଖୋଲ ପୋଲିସ ପହଞ୍ଚି ବୁଝାଇଲା ପରେ ମଧ୍ୟ ଆନ୍ଦୋଳନ କାରିମାନେ ରାସ୍ତା ରୁ ହଟି ନ ଥିଲେ। ମଧ୍ୟାହ୍ନ ରେ ବେଲପଡା ତହସିଲଦାର ପ୍ରଶାନ୍ତି ପ୍ରଧାନ, ଖପ୍ରାଖୋଲ ବିଡ଼ିଓ ରଶ୍ମି ରଞ୍ଜନ ରାଉତ, ବେଲପଡା ଏ.ବି.ଇ.ଓ ଚତୁର୍ଭୁଜ ମିର୍ଦ୍ଧା ପହଞ୍ଚି ନୂତନ ଶିକ୍ଷକ ନିଯୁକ୍ତି ପ୍ରତିଶୃତି ସହ ପ୍ରଧାନ ଶିକ୍ଷୟତ୍ରୀ ବଦଳି କରିବା ପ୍ରତିଶୃତି ପରେ ରାସ୍ତା ଅବରୋଧ ହଟିଥିଲା। ଏହି ଅବସରରେ ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ, ଏସ.ଆଇ ଗୋପୀନାଥ ମହାକୁଡ, ଏ.ଏସ.ଆଇ ସେୱନ କର୍କେଟା ,ଗମ୍ଭାରୀ ସରପଞ୍ଚ କୁଳମଣି କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ।

Related Post

ଫଳ ଓ ପନିପରିବା ଚାଷ ସମ୍ପର୍କରେ ତାଲିମ ଶିବିର

Posted by - October 27, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଉଦ୍ୟାନ ବିଭାଗ ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ ଗନ୍ଧର୍ଲା ପଞ୍ଚାୟତ ଉପାନ୍ତ ବରକାନି ଗାଁ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣ ଠାରେ ପନିପରିବା, ଫଳ ମୂଲ…

ରୁଦ୍ରକାଳୀ ମନ୍ଦିର ପ୍ରତିଷ୍ଠା ଦ୍ୱତୀୟ ଦିବସରେ ଭକ୍ତଙ୍କ ସମାଗମ

Posted by - April 5, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ଠାରେ ନୂତନ ରୁଦ୍ରକାଳୀ ମନ୍ଦିର ପ୍ରତିଷ୍ଠା ଆଜି ଦ୍ୱତୀୟ ଦିବସରେ ବହୁ ଭକ୍ତଙ୍କ ବହୁ ସମାଗମ ହୋଇଥିଲା।ଆଜି ବୌଦ୍ଧ ବିଧାୟକ ପ୍ରଦୀପ କୁମାର…

ନନ୍ଦନକାନନ ନିକଟବର୍ତ୍ତୀ ରଘୁନାଥପୁର ଗ୍ରାମରେ ନବମ ତମ ରଜ ମହୋତ୍ସବ

Posted by - June 15, 2022 0
ଭୁବନେଶ୍ୱର:(ପାୟଲ ରାଉତ)ଭୁବନେଶ୍ୱର ନନ୍ଦନକାନନ ନିକଟବର୍ତ୍ତୀ ରଘୁନାଥପୁର ଗ୍ରାମରେ ନବମ ତମ ରଜ ମହୋତ୍ସବ ଶ୍ରୀ. ଶ୍ରୀନିବାସ ପଢ଼ିଆରୀ ଙ୍କ ସମ୍ପାଦନା ରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ…

ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ କମିଟି ବୈଠକ

Posted by - July 27, 2020 0
ଯାଜପୁର ଅଫିସ: ତା ୨୭ା୭ : ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରିଣୀ କମିଟି ବୈଠକ ସୋମବାର ପୂର୍ବାହ୍ନରେ ଜିଲ୍ଳ୍‌ା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା ।…

ଦିବଙ୍ଗତ କଳାକାରଙ୍କ ଫଟୋ ଉନ୍ମୋଚିତ

Posted by - January 7, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠାର ଅଗ୍ରଣୀ ତଥା ସର୍ବପୁରାତନ ସାଂସ୍କୃତିକ ଅନୁଷ୍ଠାନ ସର୍ବୋଦୟ ସାମାଜିକ କେନ୍ଦ୍ର ଆନୁକୂଲ୍ୟରେ ବେଲଗୁଣ୍ଠା ଅଞ୍ଚଳର ଦ୍ୱିବଂଗତ ସୁନାମଧନ୍ୟ କଳାକାର ମାନଙ୍କ ଫଟୋ…