ଥୁଆମୂଳ ରାମପୁର ଝାଡାବାନ୍ତି ପ୍ରଭାବିତ ଅଞ୍ଚଳ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

99 0

ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଝାଡାବାନ୍ତି ରୋଗର ପ୍ରକୋପ ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକିବାରେ ଲାଗିଛନ୍ତି। ଏକ ସପ୍ତାହ ମଧ୍ୟରେ ୬ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଥିବା ସୂଚନା ପାଇଲା ପରେ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ସୋମବାର ଥୁଆମୂଳ ରାମପୁର ଗସ୍ତରେ ଆସି ପ୍ରଭାବିତ ଅଞ୍ଚଳ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।ପ୍ରଥମେ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସ୍ବାସ୍ଥ୍ୟସେବା ପରିଚାଳନା ଏବଂ ସମ୍ପ୍ରତି ସ୍ଥିତିକୁ ନେଇ ସ୍ଥାନୀୟ ତହସିଲଦାର ଶ୍ରୀ ଈଶ୍ୱର ଚନ୍ଦ୍ର ଦାଶ,ସ୍ଥାନୀୟ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଡକ୍ଟର ନିତିଶ ଝା,ବିପିଏମ୍ ଦୀପକ ମାଝୀ,ଫାର୍ମାସିଷ୍ଟ ସୁଧାଂଶୁ ପଣ୍ଡା,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଜେ.ଜ୍ୟୋସ୍ନାରାଣୀ ପାତ୍ର ସ୍ଥାନୀୟ ସିଡିପିଓ ମିନତୀବାଳା ପଟ୍ଟନାୟକ,ଜଳ ଓ ପରିମଳ ବିଭାଗର ଯନ୍ତ୍ରୀ ମନ୍ମଥ ମୁର୍ମୁ ଏବଂ ବ୍ଲକ ପ୍ରଶାସନ ପକ୍ଷରୁ ଭାରପ୍ରାପ୍ତ ବିଡ଼ିଓ ଭରତ କୁମାର ମେହେର, ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ ପ୍ରମୁଖଙ୍କ ସହିତ ଆଲୋଚନା କରିଥିଲେ।

ରୋଗୀସେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଅସ୍ଥାୟୀ ଶଯ୍ୟା ବ୍ୟବସ୍ଥା କରାଯିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ବିଶୁଦ୍ଧ ପାନୀୟ ଜଳଯୋଗାଣ ଉପରେ ଗୁରୁତ୍ୱ ଦେଇଥିଲେ। ଏଥିସହିତ ସମସ୍ତ ରୋଗୀଙ୍କୁ ସଚେତନ କରିବା ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।ସମସ୍ତ ଅଙ୍ଗନବାଡି,ଆଶାକର୍ମୀ ଏବଂ ସ୍ବାସ୍ଥ୍ୟ କର୍ମୀ ମାନଙ୍କୁ ଏନେଇ ତତ୍ପରତା ସହ ତଥ୍ୟ ଦେବା ସହିତ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି।ଏହାପରେ ବିଶେଷ ପ୍ରଭାବିତ ବିରିକୋଟ ଗ୍ରାମ ପଞ୍ଚାୟତ ଅଧିନସ୍ଥ ସେମେଲପଦରର କେନ୍ଦୁପଡା ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ।ପ୍ରାୟ ୪୦ ପରିବାର ବସବାସ କରୁଥିବା ଏହି ଗାଁରେ ବିଶୁଦ୍ଧ ପାନୀୟ ଜଳର ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିବା ବେଳେ ଲୋକେ ନିକଟସ୍ଥ ଝରଣାର ଦୂଷିତ ପାଣି ବ୍ୟବହାର କରୁଥିବା ଅଭିଯୋଗ ଜାଣିଲା ପରେ ଯଥା ସମ୍ଭବ ପାନୀୟଜଳ ସମସ୍ୟା ର ସମାଧାନ କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମସ୍ତଙ୍କୁ ଶୌଚାଳୟ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ମହୋଦୟା।ଏବଂ ସମସ୍ତେ ମଶାରୀ ବ୍ୟବହାର କରିବା ପାଇଁ ମଧ୍ୟ କହିଛନ୍ତି।ସ୍ଥିତିରେ ସୁଧାର ଆସିବା ପର୍ଯ୍ୟନ୍ତ ସ୍ବତନ୍ତ୍ର ଅମ୍ବୁଲାନ୍ସ ବ୍ୟବସ୍ଥା କରିବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।ଜିଲ୍ଲାପାଳଙ୍କ ଗସ୍ତ ପରେ ଲୋକଙ୍କ ମନରେ ନୂତନ ଆଶା ସଞ୍ଚାର ହୋଇଛି ହେଲେ ସମସ୍ୟା ନିରାକରଣ କେମିତି ହେଉଛି ଦେଖିବାକୁ ବାକି ରହିଲା।

Related Post

ଓଡିଶା ସାହିତ୍ୟ ଏକାଡେମୀ ସ୍ଵନକ୍ଷତ୍ର ଦିବସ ୨୦୨୨

Posted by - July 8, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ଓଡିଶା ସାହିତ୍ୟ ଏକାଡେମୀ ର ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା ଯଥା – ବକ୍ତୃତା, ପ୍ରବନ୍ଧ, କବିତା ଆବୃତ୍ତି…

ଆଗାମୀ ପିଢିର ଦାୟିତ୍ଵ ହେଉ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା

Posted by - March 10, 2022 0
ଆମ୍ବାଦଳା:(ରମାକାନ୍ତ ପଡାଲ)ଅବୈତନିକ ଜିଲ୍ଲା ବନ୍ୟପ୍ରାଣୀ ତତ୍ୱା ବଧାରକ ଗୌରାଙ୍ଗ ଚରଣ ରାଉତଙ୍କ ନିଜସ୍ଵ ଉଦ୍ୟମରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ଗୁଡିକରେ ଜଙ୍ଗଲ ସୁରକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।…

ଗୁଣ୍ଡିଚା ମନ୍ଦିରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

Posted by - June 28, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ର ପ୍ରସିଦ୍ଧ ରଥଯାତ୍ରାକୁ ଆଉମାତ୍ର ଦୁଇଦିନ ବାକିଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତିର ସମୀକ୍ଷା ଚାଲିଛି । ଏହି ପରିପ୍ରେକ୍ଷିରେ…

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ଓ ବନ୍ୟଜନ୍ତୁଙ୍କ ସୁରକ୍ଷା କୁ ନେଇ ସଚେତନତା ବାର୍ତ୍ତା ଓ ଶପଥ ଗ୍ରହଣ

Posted by - March 11, 2022 0
ବୌଦ୍ଧ :(ଚିତ୍ତରଂଜନସିଂ)ଜଙ୍ଗଲ ବଞ୍ଚିଲେ ଅlମେବଞ୍ଚିବା!ଏହାକୁ ପାଥେୟ କରି ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପୋ ଙ୍କ ତତ୍ଵାବଧାନରେ ଜନସାଧାରଣ ଙ୍କୁ ସଚେତନତା ବାର୍ତ୍ତା ଓ ଶପଥ ଗ୍ରହଣ…

ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ସେତୁ କାର୍ଯ୍ୟକ୍ରମ ଶୁଭାରମ୍ଭ

Posted by - July 23, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ସେତୁ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଛନ୍ତି l ସୋନପୁର ମଝିପଡ଼ା ସରକାରୀ…