ବସ୍ତା ବ୍ଲକର ଅମର୍ଦ୍ଦାରୋଡ ନଟାକଟା ପଞ୍ଚାୟତରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ

221 0

ବାଲେଶ୍ଵର/ବସ୍ତା :ବାଲେଶ୍ଵର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପ୍ରଦାନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଗତ ୨୬ ତାରିଖ ରେ ଶୁଭାରମ୍ଭ କରିବା ପରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ ଓ ବିଧାୟକ ଦ୍ୱାରା ସ୍ମାର୍ଟ କାର୍ଡ ବଣ୍ଟନ ଚାଲୁଥିବା ବେଳେ ମଙ୍ଗଳବାର ବସ୍ତା ବ୍ଲକର ଅମର୍ଦ୍ଦାରୋଡ ନଟାକଟା ପଞ୍ଚାୟତରେ ପଞ୍ଚାୟତ ଅଫିସ ପ୍ରାଙ୍ଗଣ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଳେଶ୍ଵର ବିଧାୟକ ଅଶ୍ୱନି କୁମାର ପାତ୍ର ଯୋଗଦେଇ ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହିତ ଏହି କାର୍ଡ ଦ୍ୱାରା ମହିଳା ମାନେ ୧୦ ଲକ୍ଷ୍ୟ ଓ ପରିବାର ଅନ୍ୟବ୍ୟକ୍ତି ମାନେ ୫ ଲକ୍ଷ ଟଙ୍କାର ଚିକିତ୍ସା  ସୁବିଧା ପାଇ ପାରିବେ ବିଧାୟକ ଆଲୋକପାତ କରିଥିଲେ।

ବିଧାୟକଙ୍କ ସହିତ ବସ୍ତା ବିଡ଼ିଓ ଜ୍ଞାନରଞ୍ଜନ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସମ୍ଭୁନାଥ ସେଠୀ,ସରପଞ୍ଚ ରବିନ୍ଦ୍ର ମହାନ୍ତି,ବିଜୁ ଜନତା ଦଳର ଜିଲ୍ଲା ସମ୍ପାଦକ ସମୀର ଚଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।ସେହିପରି ନାଟାକଟା ପଞ୍ଚାୟତର ହଦମୌଦ ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଥିଲା।ତେବେ ଆଜି କୁଳିଦା ପଞ୍ଚାୟତରେ ମଧ୍ୟ ମୁଖ୍ୟଅତିଥି ଭାବେ ଜଳେଶ୍ଵର ବିଧାୟକ ଅଶ୍ଵନି କୁମାର ପାତ୍ର ଯୋଗଦେଇ ହେଲଥ କାର୍ଡ ବଣ୍ଟନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବସ୍ତା ବିଡ଼ିଓ ଶ୍ରୀ ସାହୁ,ସରପଞ୍ଚ ସୁନିଲ ସେନାପତି,ସମିତି ସଭ୍ୟ ଦାମୋଦର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ନଟାକଟା ପଞ୍ଚାୟତର ଜିଆରଏସ ମାନସ ରଞ୍ଜନ ନାୟକ,ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ,ଅଙ୍ଗନୱାଡ଼ି କର୍ମୀ ପ୍ରମୁକ ଉପସ୍ଥିତ ରହି ସୁଚାରୁ ରୂପେ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ଆଇନ ଶୃଙ୍ଖଳାକୁ ଦୃଷ୍ଟି କୁ ରଖି ପୋଲିସ ମୁତୟନ କରାଯାଇଥିଲା।

Related Post

ବେଣାସୁର ପଞ୍ଚାୟତ ରେ ଅଭିଯୋଗ ଓ ପରାମର୍ଶ ଶିବିର ଅନୁଷ୍ଠିତ

Posted by - July 18, 2022 0
କୋରାପୁଟ:କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ବେଣାସୁର ପଞ୍ଚାୟତ ରେ ଆଜି ଅଭିଯୋଗ ତଥା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା। ବ୍ଳକ ରେ ପ୍ରତି ସୋମବାର ଦିନ…

ପାଇଲଟ ସେଲବୀଙ୍କର ଶିଳ୍ପୋଦ୍ୟୋଗୀ ସୌମ୍ୟଙ୍କ ସହିତ ବିବାହ

Posted by - July 26, 2023 0
ଭୁବନେଶ୍ୱର:୨୬/୦୭(କିଶୋର ଦ୍ଵିବେଦୀ )କଥାରେ ଅଛି ବିଭାଘର ସ୍ଵର୍ଗରେ ଘଟିଥାଏ। ନିକଟରେ ଭୁବନେଶ୍ୱର ପାର୍ଶ୍ଵବର୍ତ୍ତୀ କୁରଙ୍ଗଠାରେ ଥିବା ମିରାଜ୍ କୋଟୟାର୍ଡ ଏକ ଭୂସ୍ବର୍ଗରେ ପରିଣତ ହୋଇଥିଲା। ଘଟଣାଟି ଥିଲା…

କଳାକାର ମାନଙ୍କୁ ପରିଚୟ ବଂଟନ କାର‌୍ୟ୍ୟକ୍ରମ ଅନୁଷ୍ଠିତ 

Posted by - August 19, 2021 0
ଯାଜପୁର ବ୍ଲକ କାର୍ଯ୍ୟାଳୟ ପରିସରରେ କଳାକାର ମାନଙ୍କୁ ସରକାରୀ ପରିଚୟ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,ଏଥିରେ ଯାଜପୁର ବିଡିଓ ସୌରଭ ଚକ୍ରବର୍ତି ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ ଦେଇଥିଲେ ,ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ପୌରାଧକ୍ଷ ଭବ ପ୍ରସାଦ ଦାସ, ଜିଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ, ବ୍ଲକ ଅଧକ୍ଷ ପ୍ରଦିପ କୁମାର ନାୟକ, ଗଣେଷ ମହାକୁଡ ପ୍ରମୁଖ ଯୋଗ ଦେଇ କଳାକାର ମାନଙ୍କୁ ଏହି ପରିଚୟ ପତ୍ର ବଂଟନ କରିଥିଲେ ଜିଲାର ପ୍ରଥମେ ଯାଜପୁର ବ୍ଲକରେ ଅଜି ୧୮୦ଜଣଙ୍କୁ ଏହି ପରିଚୟ ପତ୍ର ବଂଟନ କରାଯାଇ ଶୁଭାରମ୍ଭ କରାଯାଇଛି  ପୂର୍ବରୁ କଳାକାର ମାନେ ଦୁଃସ୍ଥ ଜୀବନ ଯାପନ କରୁଥିବା ବେଳେ ଏବେରାଜ୍ୟ ସରକାର ସେମାନଙ୍କୁ ଭତା ସହିତ ପରିଚୟ ପତ୍ର ବଂଟନ କରିଛନ୍ତି । ଏଥିପାଇଁ କଳାକାର ମାନେ ରାଜ୍ୟ ସରକାର ଏବଂ ଜିଲାପ୍ରଶାସନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ଠାକୁରଗଡ ୟୁଥ ପାୱାରର ପ୍ରତିଷ୍ଠା ଦିବସ, ରକ୍ତଦାନ ଶିବିର ରେ ୧୮୭ ୟୁନିଟ ରକ୍ତ ସଂଗ୍ରହ

Posted by - November 8, 2019 305
ଅନୁଗୁଳ:(ମହେଶ ଭୋମରାଜ)ଆଜିର ସ୍ୱାର୍ଥପର ସମାଜରେ ମାନବିକତାକୁ ବଞ୍ଚାଇ ରଖିବା ସହ ଅସହାୟ ମାନଙ୍କର ଦୁଃଖରେ ନିଜକୁ ସାମିଲ କରି ସହଯୋଗର ହାତ ବଢ଼ାଇବା ପାଇଁ ଅାଜି ଅନୁଗୋଳ…