ଆଉ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା, ୨୫ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୨୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରେ ମାତ୍ର ଜଣେ ଚିହ୍ନଟ ହୋଇଛନ୍ତି। ଏହି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
4th Health Update, 8th May
24 New Positive Cases in Ganjam
(All Surat returnees)
Contact tracing and follow-up action is being done.— I & PR Department, Odisha (@IPR_Odisha) May 8, 2020
ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୨୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ମୁବାଇ ରୁ ଟ୍ରକ ନେଇ ଆସିଥିବା ଜଣେ ଡ୍ରାଇଭରଙ୍କ ର ଦୁର୍ଘଟଣା ହୋଇଥିଲା ।ସେ ଭୁବନେଶ୍ବର ଏମ୍ସ ରେ ଚିକିସିତ ହେଉଛନ୍ତି। ତାଙ୍କର ମଧ୍ୟ ପୋଜିଟିଭ ଆସିଛି। ମାତ୍ର ତାହା ମହାରାଷ୍ଟ୍ର ରେ ଗଣା ଯିବ ବୋଲି ସୂଚନା ମିଳିଛି। ତେଣୁ ଖୋର୍ଦ୍ଧା ରେ ୫୧ ପରିବର୍ତେ ୫୦ ବୋଳି ଜଣା ପଡିଛି। ତେଣେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି।ତେବେ ଓଡିଶା ରେ ୨୭୦ ଚିହ୍ନଟ ହୋଇଛନ୍ତି । ଦେଖନ୍ତୁ କୋରୋନା ଅପଡେଟ ଉପରେ।