ହରଭଙ୍ଗା,:୨୬/୦୪ (ଚିତ୍ତରଞ୍ଜନ ସିଂହ)ବୈ।ଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ରେ “ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଲିମିଟେଡ”, ଭୁବନେଶ୍ୱର ଓ ମିଶନ ଶକ୍ତି ର ମିଳିତ ପ୍ରୟାସ ରେ ଦୁର୍ଗମ ଅଞ୍ଚଳ ସ୍ଥିତ ମାରଡା ଗାଆଁ ରେ ଗ୍ରାମବାସୀ ଓ ମିଶନ ଶକ୍ତି ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କ ପାଇଁ ଖଜୁରୀ ଗୁଡ ପ୍ରସ୍ତୁତି ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଦୂରାନ୍ତ ଦୂର୍ଗମ ଅଞ୍ଚଳରେ ଗୋଷ୍ଠୀ ଗଢିଥିବା ମା ମାନେ କୈ।ଣସି ଜୀବିକା ନିର୍ବାହ ପନ୍ଥା ଅବଲମ୍ବନ କରିପାରିନାହାନ୍ତି।
ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଙ୍କ ପ୍ରଚେଷ୍ଟା ବଳରେ ଜଙ୍ଗଲ ସ୍ଥିତ ୩୦୦-୪୦୦ ଖଜୁରୀ ଗଛର ରସ ବ୍ୟବହାର କରି କିପରି ଖଜୁରୀ ଗୁଡ ପ୍ରସ୍ତୁତି କରାଯାଇପାରିବ ସେ ଦିଗରେ ଜନସାଧାରଣ ଙ୍କୁ ଉତ୍ସାହିତ କରାଯାଇଥିଲା। ଆଗକୁ ତାଲିମ ଦିଆଯିଵାର ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ଆଜିର ଏହି କାର୍ଯ୍ୟକ୍ରମ ରେ “ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ ଲିମିଟେଡ”, ଭୁବନେଶ୍ୱର ସଭାପତି ଶ୍ରୀଯୁକ୍ତ ପ୍ରଫୁଲ କୁମାର ଜେନା, ଗୋପାଳକୃଷ୍ଣପଟ୍ଟନାୟକ,ସ୍ପେସିଆଲ ଅଫିସର- ଅଜିତ କିରଣ ପାଲ୍, ମ୍ୟାନେଜର ଅପରେସନ୍- ମୁରଲୀଧର ସେଠୀ,ସୁପରଭାଇର, ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର -ବଳଭଦ୍ର ନାୟକ, ଆସିଷ୍ଟାଣ୍ଟ ମ୍ୟାନେଜର -ଯୋଗେଶ୍ୱର ବିଶୋଇ ଙ୍କ ସମେତ ମିଶନ ଶକ୍ତି ଓ ଆଇ. ସି. ଡି. ଏସ୍ ହରଭଙ୍ଗା -ପଲ୍ଲବୀ ମଙ୍ଗରାଜ ଓ ଆଇ. ସି. ଡି. ଏସ୍.ହରଭଙ୍ଗା -ସୈ।ଦାମିନୀ ପଣ୍ଡା, ବ୍ଳକ ମିଶନ ଶକ୍ତି ସଯୋଜିକା -ଶୁଭଶ୍ରୀ ଶୁଭଶ୍ମିତା ରାଉତ, ସୁପରଭାଇଜର ଆଦି କର୍ମକର୍ତ୍ତା ବୃନ୍ଦ ଅଂଶ ଗ୍ରହଣ କରିଥିଲେ।