କେସିଙ୍ଗା : (ପ୍ରୀତେଶ ପଟେଲ)ନିର୍ବାଚନ ଯେତେ ପାଖେଇ ଆସୁଛି ଦଳ ଡ଼ିଆଁ ଓ ମିଶ୍ରଣ ପର୍ବ ସେତିକି ଜୋର୍ ସୋର୍ ରେ ଚାଲିଛି ।ଆଜି କେସିଙ୍ଗା ନଗର ବିଜେପି ପକ୍ଷରୁ କେସିଙ୍ଗା ଏନ୍ ଏ ସି ୱାର୍ଡ ନମ୍ବର ୩ ରେ ଏକ ବୁଥ ସଭା ଆୟୋଜନ କରାଯାଇଥିଲା ।ଏହି ସଭାର ନେତୃତ୍ୱ ନେଇଥିଲେ ପୂର୍ବତନ ନଗର ସଭାପତି ସତ୍ୟବ୍ରତ ଦାସ୍ ,ପୂର୍ବତନ କାଉନସିଲର ଜୟନ୍ତୀ ଗହିର ଓ ମହାଦେବ ମଙ୍ଗରାଜ ।

ଉକ୍ତ ୱାର୍ଡ ର  ୨୦/୩୦ ଯୁବକ  ଭାରତୀୟ ଜନତା ପାର୍ଟି ର ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଧିବଦ୍ଧ ଭାବେ ବିଜେପି ରେ ସାମିଲ ହୋଇଥିଲେ ।ଏହି କାର୍ଯ୍ୟକ୍ରମ ରେ ନଗର ସଭାପତି ମଗନ୍ ସିନ୍ଦୂର,ଜିଲ୍ଲା ସମ୍ପାଦକ ସନ୍ତୋଷ ଦାସ୍ ,ନଗର ସାଧାରଣ ସମ୍ପାଦକ ପ୍ରିତେଶ ପଟେଲ ,୪ ନମ୍ବର ୱାର୍ଡ ର କାଉନସିଲର ଧରଣୀଧର ନାଏକ ,ଯୁବ ମୋର୍ଚ୍ଚା ସଭାପତି ପୀଙ୍କୁ ପରିଡ଼ା ,ବରିଷ୍ଠ ନେତା କୈଳାଶ ଚନ୍ଦ୍ର ଜୈନ,ସୁନିଲ ଜୈନ ,ସୁଶାନ୍ତ ସୁନା ,ଅମିତ୍ ସିନ୍ଦୂର ପ୍ରମୁଖ ଉପସ୍ଥିତ ଥିଲେ ।