ପରମ୍ପରା ଓ ବିଧି ଅନୁଯାୟୀ ମହାପ୍ରଭୁ ବୁଢାରାଜାଙ୍କ ଦଶରା ପର୍ବ ଅନୁଷ୍ଠିତ

56 0

ଭବାନୀପାଟଣା : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟି ମୁଣ୍ଡରେ ପୂଜା ପାଉଥିବା ଆରଧ୍ୟ ଦେବତା ବୁଢାରଜା ଦେବଙ୍କ ବାର୍ଷିକ ଦଶହରା ଶୁକ୍ରବାର ଶନିବାର ଦ୍ଵି ଦିନ ବ୍ୟାପୀ ମହାସମାରୋହରେ ପାଳିତ ହୋଇଛି । ଆୟୋଜିତ ଦଶହରା ପୁଜାରେ ବୁଢାରଜା ପୀଠରେ ଶୁକ୍ଲ ଭୋଗ ଓ ପାର୍ଶ୍ଵ ଦେବା ଦେବୀଙ୍କୁ ରକ୍ତ ଭୋଗ ଦିଆଯାଇଥିଲା । ପୀଠରେ ୨ଟି ଲିଙ୍ଗକୁ ପୁଜା କରାଯାଉଥିବା ବେଳେ ଗୋଟିଏ ଲିଙ୍ଗରେ ଶୁକ୍ଲ ଭୋଗ ତଥା ନଡିଆ, ଧୂପ ଓ ମୁଆଁ ଦେଇ ପୁଜା କରାଯାଇଥିବା ବେଳେ ଅନ୍ୟ ଲିଙ୍ଗରେ ରକ୍ତ ଭୋଗ ଦିଆଯାଇଥିଲା । ଦର୍ଶକ ଓ ଭକ୍ତ ମାନେ ମାନସିକ ପୁରଣ ପାଇଁ ଦେଇଥିବା ପଶୁ ପକ୍ଷୀକୁ ଜେନାବୁଢା ନିକଟରେ ବଳି ଦିଆଯାଇଥିବା ଦେଖିବାକୁ ମିଳିଥିଲା । ଏକଦା ଏହି ଦଶହରା ଶନିବାର ଦିନ ହୋଇଆସୁଥିବା ବେଳେ ବିଗତ କିଛି ବର୍ଷ ହେବ ଶୁକ୍ରବାର ଓ ଶନିବାର ୨ଦିନ ଧରି ଦଶହରା ପୁଜା ହେଉଛି । ଯା’ରି ଫଳରେ ଏହି ଦଶହରା ପୁଜା ମହୋତ୍ସବରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି । ଶୁକ୍ରବାର ଦିନ ଆୟୋଜକ କମିଟି ତରଫରୁ ସ୍ଥାନୀୟ ବୁଢାରଜା ମଞ୍ଚରେ ରେକର୍ଡ ଡ୍ୟନ୍ସ ଆୟୋଜନ ହୋଇଥିଲା। ଶନିବାର ଦଶହରା ପୁଜାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ପୂର୍ବ ବିଧି ଅନୁସାରେ ଶନିବାର ଅପରାହ୍ନ ୧୦ଟା ସମୟରେ ଏକ ବିରାଟ ଲାଠି ଯାତ୍ରା ପୁଜକଙ୍କ ଘରୁ ଶୋଭାଯାତ୍ରାରେ ବାହାରି ବୁଢାରଜା ମନ୍ଦିରକୁ ପହଞ୍ଚିଥିଲା।

ଲାଠି ଶୋଭାଯାତ୍ରାରେ ବିଭିନ୍ନ ଗ୍ରାମରୁ ଦେବାଦେବୀଙ୍କ ଲାଠି, କାଳିଶିଙ୍କ ଗହଣରେ ଭବାନୀପାଟଣାର ଆଦିଶକ୍ତି ନିଶାନ ଦଳ, କୋକସରା କାଲେଶ୍ବର ଘଣ୍ଟଦଳ, ସୁନାମାଲର ଖୋଟଲା ନାଚ ଭଲି ବିଭିନ୍ନ ଲୋକନୃତ୍ୟ ନିଜ ନିଜର ବାଦ୍ୟ ବଜାଇ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ବିଶେଷ କରି ନାଗରା ଓ ଘଣ୍ଟ ବାଦ୍ୟର ତାଳେ ତାଳେ ଦେବାଦେବୀ ମାନେ ଝୁମି ଝୁମି ନାଚି ଯାଉଥିବା ଦୃଶ୍ୟ ଭକ୍ତ ଓ ଦର୍ଶକକୁ ଆକର୍ଷିତ କରିଥିଲା । ଫଳରେ ପୁଜକ ଘର ଠାରୁ ମନ୍ଦିର ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ଜନ ଗହଳି ଦେଖିବାକୁ ମିଳିଥିଲା । ଏହି ସମୟରେ ଆମପାଣି ପୋଲିସ ଥାନା ନିକଟରେ ବାଲି ଗଜା ଅର୍ପଣ କରାଯାଇ ଥିଲା। ମନ୍ଦିର କୁ ପହଞ୍ଚିବା ପରେ ଲାଠି କୁ ସ୍ୱାଗତ କରି ପାଛୋଟି ନିଆଯାଇଥିଲା । ବୁଢାରଜା ପୀଠକୁ ପହଞ୍ଚିବା ପରେ ଉକ୍ତ ବାଲି ଗଜାକୁ ବୁଢାରଜାଙ୍କ ପୁଜା ସ୍ଥଳରେ ରଖାଯାଇ ପୁଜା କରାଯାଇଥିଲା । ପରେ ପୁଜକ ଫକୀର ପୁଝାରୀଙ୍କ ଦ୍ଵାରା ମନ୍ଦିରରେ ପୁଜାପାଠ ଆରମ୍ଭ ହୋଇଥିଲା । ମଣ୍ଡେଇ ଯାତ୍ରା ସମାପନ ହେବା ପରେ ପୁଣି ଥରେ ବୁଢାରଜା ପୀଠକୁ ଦେବାଦେବୀ ମାନେ ଚାଲି ଯାଇଥିଲେ । ପରେ ମନ୍ଦିର ନିକଟରେ ଲାଖବିନ୍ଧା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଶହ ଶହ ଯୁବକ ଏହି ଲାଖବିନ୍ଧା କାର୍ଯ୍ୟକ୍ରମରେ ଯୋଗଦେଇ ଗଛ ଶିଖରରେ ରଖାଯାଇ ଥିବା ଜହ୍ନିକୁ ଲକ୍ଷ କରି ପଥର ଫୋପାଡି ଥିଲେ ।

ତା ପରେ ମନ୍ଦିର ପଶ୍ୱର୍ରେ ଥିବା ଜେନାବୁଢା ପୀଠରେ ବଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ହଜାର ହଜାର ଭକ୍ତ ଓ ଦର୍ଶକ ବୁଢାରଜାଙ୍କ ନିକଟରେ ପୁଜା କରିବା ସହ ଶହ ଶହ ସଂଖ୍ୟାରେ ପଶୁ, ପକ୍ଷୀଙ୍କ ବଳି ଭୋଗ ଅର୍ପଣ କରାଯାଇଥିଲା । ଭକ୍ତ ଓ ଦର୍ଶକ ନିଜର ମନସ୍କାମନା ପୁରଣ ଓ ସୁଖରେ ରଖିବା କାମନା କରି ଗୁହାରି କରିଥିଲେ । ରକ୍ତ ଭୋଗ ଅର୍ପଣ ଫଳରେ ବଳି ସ୍ଥଳ ରକ୍ତ ରଞ୍ଜିତ ହୋଇଥିବା ଦେଖିବାକୁ ମିଳିଥିଲା । ଦିର୍ଘ ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ବୁଢାରଜାଙ୍କ ଦଶହରା ପର୍ବ ନିରାଡମ୍ବର ଭାବରେ ପାଳିତ ହୋଇଥିଲା । ଚଳିତ ବର୍ଷ ମହା ଆଡମ୍ବରରେ ଦଶରା ପର୍ବ ପାଳିତ ହେଉଥିବା ବେଳେ ସଂଧ୍ୟାରେ ବୁଢାରଜା ସାଂସ୍କୃତିକ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲା ଓ ଜିଲ୍ଲା ବାହାରୁ ସାଂସ୍କୃତିକ ଦଳ ଯୋଗଦେଇ ନିଜର ନୃତ୍ୟ ପରିବେଷଣ କରି ହଜାର ହଜାର ଭକ୍ତ ଓ ଦର୍ଶକଙ୍କୁ ବିମୋହିତ କରିଥିଲେ । ହଜାର ହଜାର ଦର୍ଶକ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ହଜେଇ ବାଦ୍ୟ, ଗୀତ ଓ ନୃତ୍ୟର ତାଳେ ତାଳେ ନାଚି ଉଠିଥିବା ଦେଖିବାକୁ ମିଳିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ସମାପନ ହେବା ପରେ ବିଳମ୍ବିତ ରାତିରେ ଘୁମୁରା ଓ ନାଟକ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।

ଆମପାଣି ବୁଢାରଜା ଦଶହରା ମହୋତ୍ସବରେ ବହୁଳ ଭାବେ ଜନ ଗହଳି ରହିଥିବାରୁ ଉପଖଣ୍ଡ ପୋଳିସ ଅଧିକାରୀ ଧିରଜ କୁମାର ଚୋପଦାର ଓ ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକଙ୍କ ନେତୃତ୍ବରେ ପୋଲିସ ଅଧିକାରୀ ମାନେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଆମପାଣିର ସବୁ ସ୍ଥାନରେ ପୋଲିସ ଫୋର୍ସ ମୃତୟନ କରିଥିଲେ । ଚଳିତ ବର୍ଷ ଦଶହରା ପୂଜା କମିଟିର ସଭାପତି କୁମୁଦ ଚନ୍ଦ୍ର ପୁଝାରୀ, ଉପସଭାପତି ତିଲୋତ୍ତମା ନାଏକ, ସଂପାଦକ ନକୁଲ ବାଣୁଆ, କୋଷାଧ୍ୟକ୍ଷ ଜିତେନ୍ଦ୍ର ପଣ୍ଡା, ସଦସ୍ୟ ବିଘ୍ନେଶ୍ୱର ନାଏକ, ଟିକିଚନ୍ଦ୍ର ଧଙ୍ଗଡା ମାଝୀ, ତ୍ରିନାଥ ପ୍ରସନ୍ନ ରାୟ, ନିତ୍ୟାନନ୍ଦ ମାଝୀ, ରୁତୁରାଜ ମାଝୀ, ପ୍ରମୂଖ ଦାୟୀତ୍ୱ ତୁଳାଉଛନ୍ତି । ମହେଶ୍ୱର ପୁଝାରୀ, ନିତ୍ୟାନନ୍ଦ ମାଝୀ, କେଶବ ବେଣୁପାଣି, ତ୍ରିନାଥ ପ୍ରଶନ୍ନ ରାୟ, କେ. ଭାସ୍କର ରାଓ, ଦୟାନିଧି ନାଏକ, ଫକୀର ମାଝୀ, ମନୋରଞ୍ଜନ ବାଣୁଆ ପ୍ରମୂଖ କମିଟିର ଶତାଧିକ କର୍ମକର୍ତ୍ତା ସହଯୋଗ କରିଥିଲେ । ଏହି ଦଶରା ପୁଜା ଓ ମହୋତ୍ସବ ଦେଖିବାକୁ ସୀମାନ୍ତ ଜିଲା, ରାଜ୍ୟ ତଥା ରାଜ୍ୟ ବାହାରୁ ଏବଂ ଆଖପାଖ ଅଞ୍ଚଳରୁ ୩୦ ହଜାରରୁ ଉର୍ଦ୍ଧ ଭକ୍ତ ଓ ଦର୍ଶକ ଙ୍କ ସମାଗମ ହୋଇଥିଲା ।

Related Post

ଫୁଲଝରି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

Posted by - August 13, 2021 0
ହରଭଙ୍ଗା:(ଚିତ୍ତରଂଜନସିଂ) ହରଭଂଗା ବ୍ଳକ ପୁରୁଣାକଟକ କ୍ଲଷ୍ଟର ଅନ୍ତର୍ଗତ ଫୁଲଝରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ, ଜୋତା ଓ ମୋଜା ବଣ୍ଟନ କରା ଯାଇଥିଲା…

ଟିଟିଲାଗଡ ଲାୟନ୍ସକ୍ଲବ ତରଫରୁ ଅକ୍ସିଜେନ କନସର୍ନଟ୍ରେଟର ବ୍ୟାଙ୍କ ଲୋକାର୍ପିତ

Posted by - October 26, 2021 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)କୋଭିଡ ସଂକ୍ରମଣ ସମୟରେ ଅକ୍ସିଯେନର ଘୋର ଅଭାବ ଦେଖାଦେଇଥିଲା, ସରକାର ସମେତ ବହୁତ ସ୍ୱେଚ୍ଛାସେବି ସଙ୍ଗଠନ ଲୋକଙ୍କୁ ଅକ୍ସିଯେନ ଯୋଗାଇବାରେ ଆଗକୁ ସାହାଯ୍ୟର ହାତ…

ବଡବିଲ ଯୁବ ବିଜୁଜନତା ଦଳ ପକ୍ଷରୁ ଜୀବନବିନ୍ଦୁ ରକ୍ତଦାନ ଶିବିର ଆୟୋଜନ

Posted by - April 26, 2020 0
ବଡବିଲ: (ସୀତାରାମ ଦୀକ୍ଷିତ)ସାରା ବିଶ୍ବରେ କୋରାନା ମହାମାରୀ ଭୟଙ୍କର ଭାବେ ନିଜର କାୟା ବିସ୍ତାର କରିଥିବାବେଳେ ଆମ ଦେଶ ଭାରତ ମଧ୍ୟ ଏହାର ପ୍ରକୋପ ବୃଦ୍ଧି ହେବାରେ…

ବହୁମୁଖୀ ମହିଳା ଓ ପୁରୁଷ ମିଳିତ ସ୍ୱାସ୍ଥ୍ୟ କର୍ମୀ ସଙ୍ଘ ପକ୍ଷରୁ ଏକ ସଭା ଅନୁଷ୍ଠିତ 

Posted by - May 23, 2022 0
ଯାଜପୁର :(ଅନନ୍ଦ ଚାନ୍ଦ୍ର ଶହୁ )ଯାଜପୁର ଜ଼ିଲ୍ଲା ମା ମଣ୍ଡପରେ ବହୁମୁଖୀ ମହିଳା ଓ ପୁରୁଷ ମିଳିତ ସ୍ୱାସ୍ଥ୍ୟ କର୍ମୀ ସଙ୍ଘ ପକ୍ଷରୁ ଏକ ସଭା ଅନୁଷ୍ଠିତ…

ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ ସ୍ବରଚିତ ଦେଶାତ୍ମବୋଧକ କବିତା ପାଠ ଅନୁଷ୍ଠିତ

Posted by - August 18, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡିଆ ଭାଷା ସଂସ୍କୃତି ବିଭାଗ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କବିତା ପାଠ ସ୍ଥାନୀୟ…