ଧର୍ମଗଡ ସର୍ବୋଦୟ ସମିତି ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଗାନ୍ଧୀ ଜୟନ୍ତୀ ପାଳିତ

123 0

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ ସର୍ବୋଦୟ ସମିତି ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଗାନ୍ଧୀ ଜୟନ୍ତୀ ଆଜି ପାଳିତ ହୋଇ ଯାଇଛି। ଏହି ଅବସରରେ ସର୍ବୋଦୟ ସମିତି ପରିଚାଳନା ସମିତିର ସଭାପତି ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଷିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଧର୍ମଗଡ ତହସିଲଦାର ହରେକୃଷ୍ଣ ବରିହା ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ପଞ୍ଚାୟତ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ସତ୍ୟ ପଟ୍ଟନାୟକ ମୁଖ୍ୟ ବକ୍ତା, ଶିକ୍ଷାବିତ୍ ରାଧାମୋହନ ଦାସ ଓ ସର୍ବୋଦୟ ସମିତି ପରିଚାଳନା ସମିତିର ସଦସ୍ୟ ସାମ୍ବାଦିକ ବିଦ୍ୟାଧର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।

ପ୍ରତିଯୋଗୀତା ଆୟୋଜିତ ହୋଇଥିଲା। ପ୍ରବନ୍ଧ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଧର୍ମଗଡ ସରକାରୀ ବାଳିକା ବିଦ୍ୟାଳୟ ର ଛାତ୍ରୀ ସମ୍ବିଧା ବାରିକ, ସରସ୍ଵତୀ ବିଦ୍ୟା ମନ୍ଦିର ର ଛାତ୍ରୀ ରାକ୍ଷୀ ନାୟକ ଦ୍ଵିତୀୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର ମିତ୍ରଭାନୁ ମହାନନ୍ଦ ତୃତୀୟ ତଥା ବକୃତା ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଗୁରୁଜୀ ମଧୁସୂଦନ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମଧୁସ୍ମିତା ଶଗଡ଼ିଆ, ଦ୍ୱିତୀୟ ହୋଇଥିବା ସ୍କୋଲାର ମଡେ଼ଲ ସ୍କୁଲର ଶିବାଶିଷ ପାତ୍ର ଓ ତୃତୀୟ ସ୍ଥାନ ଅଧିକାର କରିଥିବା ରାମ କୃଷ୍ଣ ଉଚ୍ଚ ବିଦ୍ୟାଳୟ, ବ୍ରାହ୍ମଣ ଛେଣ୍ଡିଆ ର ଛାତ୍ରୀ ଚମ୍ପା ମାଝୀ ତଥା ଖଦୀ ବୁଣାକାର ଅମିତ୍ ମେହେର ଙ୍କୁ ଏହି ଅବସରରେ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ଅନୁଷ୍ଠାନ ର ସଦସ୍ୟା ଗୀତା ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ମ୍ୟାନେଜର ଦେବରାଜ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲୋ।

Related Post

ଧଣ୍ଡମୁଣ୍ଡା ରେ ଉତ୍କଳ ଦିବସ ପାଳିତ

Posted by - April 2, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଧଣ୍ଡମୁଣ୍ଡା ସରସ୍ବତୀ ଶିଶୁମନ୍ଦିର ଠାରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ସନ୍ୟାସୀ କତ୍ବାଙ୍କ ଅଧ୍ୟକ୍ଷତାରେ…

ପି. ଇ.ଓ. ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Posted by - March 2, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ନୀଳଗିରି ବ୍ଲକ ର ଜଣେ ଦକ୍ଷ, କର୍ତ୍ତବ୍ୟ ନିଷ୍ଟ ଓ ସଚ୍ଚୋଟ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସୂଚନା…

କୋରୋନା ଯୋଗୁଁ ପିଂକା ପଡିଲା ଯାଜପୁରର ପ୍ରସିଦ୍ଧ ରସିକାକଡି ଯାତ୍ରା

Posted by - April 21, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ଯୋଗୁଁ ପିଂକା ପଡିଲା ଯାଜପୁରର ପ୍ରସିଦ୍ଧ ରସିକାକଡି ଯାତ୍ରା । ଦଶରଥପୁର ବ୍ଲକ ର ପ୍ରସିଦ୍ଧ ସିଦ୍ଧେଶ୍ୱର ପୀଠରେ ପ୍ରତିବର୍ଷ…

ସୋନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପରିସରରେ ପୁରୁଣା ଛାତ୍ର ଏକିତ୍ରିକରଣ

Posted by - October 19, 2021 0
ସୋନପୁର:(ଅଜିତ୍ କୁମାର ପୁଝାରୀ)ସୋନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପରିସରରେ ପୁରୁଣା ଛାତ୍ର ଏକିତ୍ରିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଛାତ୍ର ପରିଷଦ ଅଧ୍ୟକ୍ଷ ଓମ୍ ପ୍ରକାଶ…