ସମ୍ୱଲପୁର ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ବୁଢ଼ାରଜା ପାହାଡ଼ରେ ବ୍ରୁକ୍ଷ ମାନଙ୍କୁ ରକ୍ଷାବନ୍ଧନ କାର୍ଯ୍ଯକ୍ରମ ଅନୁଷ୍ଠିତ

52 0

ସମ୍ୱଲପୁର:(ରମାକାନ୍ତ ବିଶ୍ବାଳ) ସବୁଜ ବ୍ରୁକ୍ଷରାଜି ପରିବେଷ୍ଟିତ ପ୍ରାକ୍ରୁତିକ ସୌନ୍ଦର୍ଯ୍ଯରେ ଭରପୁର ଐତିହାସିକ ବୁଢ଼ାରଜା ପାହାଡ଼ ସମ୍ୱଲପୁରର ଫୁସ୍’ଫୁସ୍ ଭାବରେ ସୁପରିଚିତ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଜି ବୁଢ଼ାରଜା ବନ ସଂରକ୍ଷଣ ସମିତିର କର୍ମକର୍ତ୍ତା , ସଭ୍ୟସଭ୍ଯା, ପରିବେଶ ପ୍ରେମୀ ନାଗରିକ ବ୍ରୁନ୍ଦ ଏବଂ ବୁଢ଼ାରଜା ରାମକଲୀ ଦେବୀ ଟ୍ରଷ୍ଟ ଜୁନିୟର୍ କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ଯାପିକା ବ୍ରୁନ୍ଦ ବୁଢ଼ାରଜା ପାହାଡ଼ ପାଦ ଦେଶରେ ସମବେତ ହୋଇ ବ୍ରୁକ୍ଷ ମାନଙ୍କ ପୂଜାର୍ଚ୍ଚନା କରିବା ସଙ୍ଗେ ସଙ୍ଗେ ବ୍ରୁକ୍ଷ ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ । “ଗଛ ଆମର ଭାଇ, ଗଛ ମାନଙ୍କୁ କାଟିବ ନାହିଁ , ବ୍ରୁକ୍ଷ ହିଁ ଜୀବନ , ଗଛ ବଂଚିଲେ ଆମେ ବଂଚିବା, ପରିବେଶ ସୁରକ୍ଷା ଜୀବନ ରକ୍ଷା” ଆଦି ଧ୍ୱନୀରେ ଗଗନ ପବନ ମୁଖରିତ ହୋଇ ଉଠିଥିଲା । ସମିତିର ସଭାପତି ପ୍ରକ୍ରୁତି ବନ୍ଧୁ ମେଘୁ ମୁଣ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରକ୍ଷାବନ୍ଧନ ଉତ୍ସବରେ ସମାଜସେବୀ ସଂସ୍କ୍ରୁତି ରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର୍ ମୂଖ୍ଯ ଅତିଥି ଭାବରେ ଯୋଗଦାନ କରିଥିଲେ ।

ସମିତିର ସଭ୍ଯ ପୂଜକ ରାଜେଶ ସିଂହ ଓ ନାରାୟଣ ଚକ୍ରବର୍ତ୍ତୀ ଙ୍କ ଦ୍ୱାରା ପୁଷ୍ପ ସିନ୍ଦୁର ଧୂପ ଦୀପ ଦ୍ୱାରା ବ୍ରୁକ୍ଷ ମାନଙ୍କ ପୂଜାର୍ଚ୍ଚନା ପରେ ପୁଷ୍ପାଂଜଳୀ ପ୍ରଦାନ ଓ ବ୍ରୁକ୍ଷ ମାନଙ୍କୁ ରକ୍ଷାବନ୍ଧନ କରା ଯାଇଥିଲା । ତାପରେ ବ୍ରୁକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଉପ ବନାଂଚଳ ଅଧିକାରୀ ପ୍ରୁଥ୍ୱୀରାଜ ବେହେରା, ବନପାଳ ତପନ କୁମାର ପ୍ରଧାନ, ବନରକ୍ଷୀ ଅନ୍ନପୂର୍ଣ୍ଣା ନେଗୀ ଙ୍କ ସମେତ ପ୍ରକ୍ରୁତି ବନ୍ଧୁ ତ୍ରିବିକ୍ରମ ପୋଢ଼, ପ୍ରକ୍ରୁତି ବନ୍ଧୁ କିଶୋର ଛତର୍, ରାମ ସାଗର ସାହୁ, ବାସନ୍ତୀ ପୋଢ଼, ଫୁଲ୍’କି ଜାଲ, ଅଂଜଳି ସାହୁ, ପାର୍ବତୀ ଧନୁଆର୍, ସମୀକ୍ଷା ପୋଢ଼, ଦୟାନିଧି ଲାକ୍ରା, ଧିରେନ୍ଦ୍ର ଧନୁଆର୍, ଅଶୋକ ପଟେଲ, ସବିତା ନନ୍ଦନ ପଣ୍ତା, ମାୟାଧର ଜେନା, ରମାକାନ୍ତ ନାୟକ, ସୁଧାଂଶୁ ସାହୁ, ସୁଶାନ୍ତ ସିଂହ, ବିଶ୍ୱଜିତ୍ ପାଢ଼ୀ, ପ୍ରସନ୍ନ ସରକାର୍, ପ୍ରଭୂଲାଲ୍ ଓରାମ୍, ଭବାନୀ ମୁଣ୍ତା ପ୍ରମୁଖ ରକ୍ଷାବନ୍ଧନ ଉତ୍ସବରେ ଯୋଗଦାନ କରିଥିଲେ । ସମ୍ପାଦକ ତପନ କୁମାର ପ୍ରଧାନ ଙ୍କ ଧନ୍ଯବାଦ ଅର୍ପଣ ପରେ ପ୍ରସାଦ ବଣ୍ଟନ କରା ଯାଇଥିଲା ଏବଂ ବୁଢ଼ାରଜା ପାହାଡ଼ରେ ବ୍ରୁକ୍ଷରୋପଣ କରା ଯାଇଥିଲା ।

Related Post

ଭିଡିଓ ଭାଇରାଲ ହେବା ଘଟଣା ରେ ପ୍ରତିକ୍ରିୟା ରଖିଛି ବିଂଝାରପୁର ଡିଲର ସଙ୍ଘ ଓ ବିତନା ସରପଞ୍ଚ

Posted by - April 18, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବିତନା ପଞ୍ଚାୟତ ଖଣ୍ଡାହତା ଗ୍ରାମର ଡିଲର ଶ୍ରୀନିବାସ ମିଶ୍ର ରାତିଅଧିଆ ଚାଉଳ ବିକ୍ରି କରିବା ନେଇ…

ବର୍ଷାରେ ବେହାଲ ଯୋଡା ପୌରପାଳିକା, ରୋଡ ଉପରେ ସର୍ଭିସ ସେଣ୍ଟର, ମନ୍ଦିର ଭିତରେ ଆଣ୍ଠୁଏ ପାଣି

Posted by - August 27, 2020 0
ଯୋଡା:(ସୀତାରାମ ଦୀକ୍ଷିତ)ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲାଗିରହିଛି ଲଗାଣ ବର୍ଷା । ବର୍ଷାରେ ସମଗ୍ର ରାଜ୍ୟବାସୀ ବେହାଲ ହୋଇପଡିଥିବା ବେଳେ ସେଥିରୁ ବର୍ତ୍ତିନାହାନ୍ତି ଯୋଡା ସହରବାସୀ ।…

ସରକାରୀ ବିଭାଗର ଦାଦାଗିରି ବ୍ୟକ୍ତିଗତ ଜମି ଉପରେ ବଳପୂର୍ବକ ଗୃହ ନିର୍ମାଣ

Posted by - January 11, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)କୌଣସି ବ୍ୟକ୍ତି ବିଶେଷ କିମ୍ବା ଜମି ମାଫିଆ ନୁହନ୍ତି ଖୋଦ ସରକାର ଜଣେ ପ୍ରଜାଙ୍କ ଜମିରେ ବେଆଇନ ଭାବେ ବଳପୂର୍ବକ ଗୃହ ନିର୍ମାଣ କରିବା…

୨୦୨୧ ମସିହା ର କୃଷିବିମା ପ୍ରଦାନ ଦାବିରେ ଜିଲ୍ଲା କୃଷକ ସଂଗଠନ ତରଫରୁ ଆନ୍ଦୋଳନ

Posted by - September 27, 2022 0
ଖପ୍ରାଖୋଲ: ୨୬/୦୯( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ର ହରିଶଙ୍କର ରେଳ ଷ୍ଟେସନ ଠାରେ ସୋମବାର ଦିନ ଜିଲ୍ଲା ଚାଷୀ ସଂଗଠନ…