Breaking News
12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର 12:35 amସହାରାଞ୍ଚଳ ବିକାଶରେ ଗୋଷ୍ଠୀ ସହଭାଗୀତାରେ କ୍ଷୀପ୍ର, ବ୍ୟାପକ ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା 2:45 pmଓଡ଼ିଶାରେ ଖାଲି ହୋଇଥିବା ୩ଟି ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ 5:42 pmବଲାଙ୍ଗିର ସହରର ଜନଗହଳି ଆର୍‍ଟିଓ ଅଫିସ୍‍ ଛକରେ ସିରିଜ ଦୁର୍ଘଟଣାକୁ ନେଇ ନୂଆ ତଥ୍ୟ ,ଦୁର୍ଘଟଣା ନୁହେଁ ପୂର୍ବ ଯୋଜନା ମୁତାବକ ହତ୍ୟା: ଏସ୍‌ପି

ଯାଜପୁରରେ ପୁରୀ ଶ୍ରୀମନ୍ଦିର ସିଂହଦ୍ବାରର ଜୟ ବିଜୟ ମୂର୍ତ୍ତିକୁ ଦିଆଯାଉଛି ଶେଷ ସ୍ପର୍ଶ,ତିଆରି ବେଳେ ଘଟିଛି ଆଲୋକିକ ଘଟଣା

1750 129

 

ଚଣ୍ଡୀଖୋଲ : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଶିଳ୍ପୀଗ୍ରାମ ଶୁଖୁଆପଡାର ବିଶିଷ୍ଟ ଶିଳ୍ପୀ ନିର୍ମଳ ମହାରଣା ଅତି ନିଖୁଣ ଭାବେ ମୂର୍ତ୍ତିଦ୍ବୟକୁ ନିର୍ମାଣ କରିଛନ୍ତି। ଗତ ଫନି ବାତ୍ୟାରେ ଭାଙ୍ଗି ଯାଇଥିବା ଶ୍ରୀମନ୍ଦିର ସିଂହଦ୍ବାରର ଜୟ ବିଜୟ ମୂର୍ତ୍ତିକୁ ଆଜି ଶେଷ ସ୍ପର୍ଶ ମିଳିଛି।ଆସନ୍ତାକାଲି ଅପରାହ୍ନରେ ଦୁଇ ମୂର୍ତ୍ତି ପୁରୀ ଅଭିମୁଖେ ବାହାରିବ। ସେଠାରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ସିଂହଦ୍ବାରରେ ଦୁଇ ମୂର୍ତ୍ତିକୁ ସ୍ଥ‌ାପନ କରିବାର କାର୍ଯ୍ୟକ୍ରମ ରଖିଛି।

ଜୟ ବିଜୟ ମୂର୍ତ୍ତିଦ୍ବୟ ଖଣ୍ଡ୍‌ଲାଇଟ୍ ପଥରରେ ନିର୍ମାଣ କରାଯାଇଛି। ମୂର୍ତ୍ତିର ଉଚ୍ଚତା ପାଞ୍ଚଫୁଟ ୧୦ ଇଞ୍ଚ ଥିବା ବେଳେ ଓସାର ତିନି ଫୁଟ୍ ରହିଛି। ତେବେ ସିଂହଦ୍ବାର ପାଇଁ ଏହି ଦୁଇ ଦୁର୍ଲଭ ମୂର୍ତ୍ତି ନିର୍ମାଣ କରୁଥିବା ଶ୍ରୀ ମହାରଣା ନିର୍ମାଣ ବେଳର କିଛି ଅନୁଭୂତି ବଖାଣିଛନ୍ତି। ତାଙ୍କ କହିବା କଥା ଶ୍ରୀମନ୍ଦିରର ପୂର୍ବରୁ ସେ ଅନେକ କାମ କରିଛନ୍ତି। ଗର୍ଭଗୃହ, କଳାହାଟ ଦ୍ବାର ନିର୍ମାଣ ‌ବେଳେ ତାଙ୍କୁ କାମ କରିବାର ସୁଯୋଗ ମିଳିଥିଲା। ଏଏସଆଇ ପକ୍ଷରୁ ତାଙ୍କୁ ସବୁବେଳେ ନିର୍ମାଣ ସୁଯୋଗ ଦିଆଯାଇଥାଏ। ସବୁଠୁ ଅଲୌକିକ ଅନୁଭୂତି ସେ ଜୟ ବିଜୟ ମୂର୍ତ୍ତି ନିର୍ମାଣ ବେଳେ ପ‌ାଇଥିବା କହିଛନ୍ତି। ଗତ ଦୁଇ ବର୍ଷ ହେବ ସ୍ଥାନୀୟ ଏକ ପାହାଡରୁ ସଂଗ୍ରହ ହୋଇଥିବା ଦୁଇଟି ଖଣ୍ଡ୍‌ଲାଇଟ୍ ପଥର ସେ ଆଣିଥିଲେ। ତେବେ ଏ ପଥର ଦୁଇଟି ସେମିତି ପଡି ରହିଥିଲା। ଏଥିପାଇଁ ବରାଦ କାମ ଆସିଥିଲେ ବି ସଂଯୋଗବଶତଃ କାହାର କାମ କାହିଁକି କେଜାଣି ହୋଇପାରୁନଥିଲା। ଅଗ୍ରୀମ ଥିଲେ ବି ସେ ଦୁଇ ପଥର ବ୍ୟବହାର ହୋଇପାରିନଥିଲା। ଦୁଇବର୍ଷ ହେବ ସେମିତି ପଥର ଦୁଇଟି ପଡି ରହିଥିଲା। ତେବେ ଗତ ମେ ୩ ତାରିଖ ଫନି ବାତ୍ୟ‌ାରେ ସିଂହଦ୍ବାରରେ ଶୋଭାପାଉଥିବା ଜୟ ମୂର୍ତ୍ତି ଭାଙ୍ଗିଯିବା ପରେ ଏଏସଆଇ ପକ୍ଷରୁ ଗତ ମେ ୨୫ ତାରିଖରେ ତାଙ୍କୁ ଜୟ ବିଜୟ ମୂର୍ତ୍ତି ନିର୍ମାଣ କରିବାକୁ କୁହାଯାଇଥିଲା। ତେବେ ଯାହା ତାଙ୍କୁ କୁହାଯାଇଥିଲା, ଏହି ଦୁଇ ପଥର ହିଁ ଉପଯୁକ୍ତ ବୋଲି ସେ ଜାଣିବାକୁ ପାଇଥିଲେ। ସେତେବେଳେ ଅନୁଭବ ହୋଇଥିଲା କାହିଁକି ଦୁଇ ବର୍ଷ ହେବ ଏ ପଥର ଦୁଇଟି ସେମିତି ପଡି ରହିଥିଲା। ମହାପ୍ରଭୁଙ୍କ ପୂର୍ବ ବରାଦ ଥିଲା ବୋଲି ଶ୍ରୀ ମହାରଣା ଭାବବିହ୍ବଳ ହୋଇପଡିଥିଲେ। ସେହିଦିନ ଠାରୁ ସେ ନିଷ୍ଠାର ସହିତ ଏହି ଦୁଇ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କରୁଛନ୍ତି। ମହାପ୍ରଭୁଙ୍କ ସେବା ତାଙ୍କୁ ଏ ପ୍ରକାର ସୁଯୋଗ ମିଳିଥିବାରୁ ସେ ଖୁସିଥିବା କହିଛନ୍ତି।

Related Post

ବିଜେଡିରେ ନୂଆ ନିଯୁକ୍ତି, ଖୋର୍ଦ୍ଧା ସାଂଗଠନିକ ଜିଲ୍ଲା ସଭାପତି ହେଲେ ବିଭୂତି ବଳବନ୍ତରାୟ

Posted by - November 9, 2021 0
ଭୁବନେଶ୍ୱର:ଖୋର୍ଦ୍ଧା ସାଂଗଠନିକ ଜିଲ୍ଲା ପାଇଁ ନୂଆ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ବିଭୂତି…

ବିଜୁ ସ୍ଵାସ୍ଥ୍ୟ କାର୍ଡ କେଉଁ କାମକୁ ? ରୋଗିଙ୍କୁ ମିଳୁନି ଉପଯୁକ୍ତ ସ୍ୱାସ୍ଥ୍ୟ ସେବା

Posted by - November 9, 2021 0
ବୌଦ୍ଧ/ହରଭଙ୍ଗା :(ଚିତ୍ତ ରଂଜନ ସିଂ)ସରକାର ଜନ ସାଧାରଣଙ୍କ ସ୍ଵାସ୍ଥ୍ୟ ର ସୁବିଧା ନିମନ୍ତେ ବ୍ୟାପକ ଯୋଜନା ପ୍ରସ୍ତୁତ କରି ବହୁ କୋଟି ଟଙ୍କା ବ୍ୟୟ ବରାଦ କରୁଥିଲେହେଁ…

କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ମାଡ଼ ମାରିଲେ ସିକ୍ୟୁରିଟି ଗାଡ଼

Posted by - July 21, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ସିକ୍ୟୁରିଟି ଗାଡ଼ ଜଣେ ରୋଗୀଙ୍କୁ ଚିକିତ୍ସା ସମୟରେ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ।…

୨୨ ତାରିଖରେ ଜନତା କର୍ଫ୍ୟୁ, ସକାଳ ୭ରୁ ରାତି ୯ ଘରେ ହିଁ ରୁହନ୍ତୁ:-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Posted by - March 19, 2020 0
ନୂଆଦିଲ୍ଲୀ, ୧୯।୩ : ପ୍ରାଣଘାତୀ କରୋନା ଭାଇରସ୍‌ କ୍ରମଶଃ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଗୁରୁବାର ଏହା ଆଉ ଏକ ମୁଣ୍ଡ ଗଡ଼ାଇ ଥିବାବେଳେ ମୃତ୍ୟୁସଂଖ୍ୟା ୪କୁ…

ଦୂତୀ ଙ୍କୁ ମିଳିଲା ଅଲିମ୍ପିକ ଟିକେଟ

Posted by - June 30, 2021 0
ଭୁବନେଶ୍ୱର:ଓଡ଼ିଶା ପାଇଁ ଖୁସି ଖବର। ଦୌଡ଼ ରାଣୀ ଦୂତୀ ଚାନ୍ଦଙ୍କୁ ମିଳିଛି ଅଲମ୍ପିକ ଟିକେଟ୍‌। ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଦୂତୀ। ୱାର୍ଲଡ ରାଙ୍କିଙ୍ଗ…

There are 129 comments

Leave a comment

Your email address will not be published.