Breaking News
10:10 amଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର: ୨୭ ଏକର ଜମିକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ଅନୁମତି ୧୧୬୪ ଏକର ଜମିରେ ନିର୍ମାଣ ହେବ ବିମାନବନ୍ଦର 10:10 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢ଼େଇବର ଗ୍ରାମରେ ଚରିତ୍ର ଉପରେ ସନ୍ଦେହରୁ ଦୁଃଖଦ ପରିଣାମ: ବିଷଧର ନାଗ ଆଣି ପତ୍ନୀ ଓ ଶିଶୁକନ୍ୟାକୁ ହତ୍ୟା ଅଭିଯୁକ୍ତ ସ୍ବାମୀ ଗିରଫ 10:08 amଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗର ସୁପରିଟେଣ୍ଟେଡ଼ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁର ସ୍ଥିତ ଭଡାଘରେ ଆଜି ଭିଜିଲାନ୍ସ ରେଡ଼ କରିଛି 1:47 pmବୌଦ୍ଧ: ବୌଦ୍ଧ ବୁଟୁପାଲିରେ ଥିବା ପୁଲିସ କଲୋନୀର କ୍ୱାଟର୍ସରୁ ଜଣେ ମହିଳା କନେଷ୍ଟବଳଙ୍କ ମୃତଦେହ ଜବତ,ସ୍ୱାମୀ ଅଟକ 1:46 pmଭୁବନେଶ୍ବର: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ଅପରାହ୍ଣ ୪ଟା ଯାଏ ବିଧାନସଭା ମୁଲତବୀ।

ଶିଳ୍ପପତି ମହିମା ମିଶ୍ରଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ

1241 0

କଟକ: ବହୁଚର୍ଚ୍ଚିତ ପାରାଦୀପର ସିୱେଜ ସିପିଂ କମ୍ପାନୀର ମହାପ୍ରବନ୍ଧକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ଶିଳ୍ପପତି ମହିମା ମିଶ୍ରଙ୍କ ଜାମିନ ଆବେଦନକୁ ଗୁରୁବାର ଓଡ଼ିଶା ହାଇକୋର୍ଟ ଖାରଜ କରି ଦେଇଛନ୍ତି। ପୂର୍ବରୁ ମହିମା ମିଶ୍ରଙ୍କ ରିଭ୍ୟୁ ପିଟିସନକୁ ଗତ ନଭେମ୍ବର ୧୭ରେ ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ।

ମହିମା ମିଶ୍ରଙ୍କ ରିଭ୍ୟୁ ପିଟିସନ୍‌ ଗତ ନଭେମ୍ବର ୧୭ରେ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ମହିମାଙ୍କୁ ହାଇକୋର୍ଟ ଦେଇଥିବା ଜାମିନ୍‌କୁ ଗତ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ଖାରଜ କରିଦେବାପରେ ମହିମାଙ୍କ ଦ୍ବାରା ଏହାର ପୁନର୍ବିଚାର ପାଇଁ ସୁପ୍ରିମ‌କୋର୍ଟରେ ରିଭ୍ୟୁ ପିଟିସନ୍‌ ଦାଖଲ ହୋଇଥିଲା। ସୁପ୍ରିମକୋର୍ଟର ବିଚାରପତି ଏଲ୍‌ ନାଗେଶ୍ବର ରାଓ ଓ ବିଚାରପତି ମୋହନ ଏମ୍‌ ସନ୍ଥା ନାଗୌଦରଙ୍କ ଖଣ୍ଡପୀଠ  ଏହି ରିଭ୍ୟୁ ପିଟିସନ୍‌କୁ ଖାରଜ କରିଥିଲେ।

ଉ‌େଲ୍ଲଖଯୋଗ୍ୟ ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରେ ମହିମା ମିଶ୍ରଙ୍କୁ ଓଡ଼ିଶା ହାଇ‌େକାର୍ଟ ୨୦୧୭ ମେ’ ୧୬ରେ ଜାମିନ ମଂଜୁର କରିଥିଲେ। ମହିମାନନ୍ଦଙ୍କ ଜାମିନକୁ ବିରୋଧ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେପ୍ଟେମ୍ବର ୧୮ରେ ସୁପ୍ରିମକୋର୍ଟ ମହିମାଙ୍କ ଜାମିନ ଖାରଜ କରିବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ‌େନବାପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥି‌େଲ।

Related Post

Leave a comment

Your email address will not be published.