ବୌଦ୍ଧ ୨୩/୭ (ଚିତ୍ତ ରଞ୍ଜନ ସିଂ ) ବୌଦ୍ଧ ଜିଲ୍ଲା ଧଳପୁର -ହରଭଙ୍ଗା ଜଗନ୍ନାଥ ସଡ଼କ ରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି l ଏଭଳି ସମସ୍ୟା ଦେଖିବାକୁ ମିଳିଛି ଉକ୍ତ ରାସ୍ତାର ସାକୁସିଙ୍ଗା ନାଳ ଉପରେ l ସୂଚନା ଅନୁଯାଇ ରାସ୍ତା ର ଉନ୍ନତି କରଣ ପାଇଁ ନାଳ ଉପରେ ନୂତନ ସେତୁ ନିର୍ମାଣ କାର୍ଯ୍ୟ ଚାଲୁରହିଛି l କିନ୍ତୁ ଲୋକଙ୍କ ଯାତାୟାତ ପାଇଁ ବାଇପାସ ରାସ୍ତା ନିର୍ମାଣ ପାଇଁ ହୋମପାଇପ ପକାଇ ଏକ ଅସ୍ଥାୟୀ ପୋଲ ନିର୍ମାଣ କରାଯାଇଥିଲା l

କିନ୍ତୁ ଠିକାଦାର ଙ୍କ ମନମୁଖୀ ଓ ନିମ୍ନ ମାନର କାମ ଯୋଗୁଁ ଅସ୍ଥାୟୀ ରାସ୍ତା ଶୋଚନୀୟ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l ଅସରାଏ ବର୍ଷା ରେ ଧୋଇ ନେଇଛି ଉଭୟ କୂଳର ମାଟି ମୋରୁମ l

ଯାହାକି ରାସ୍ତାରେ ଯାଉଥିବା ଲୋକ ଙ୍କ ଯାତାୟାତ ଏକ ପ୍ରକାର ଠପ ହୋଇଯାଇଛି l ଉକ୍ତ ରାସ୍ତାରେ ଦୈନିକ ବସ ଯିବା ଆସିବା କରିବା, ଏବଂ ଅନୁଗୋଳ ରୁ ଫୁଲବାଣୀ ସହ ସହ କୋଇଲା ଟ୍ରକ ଯିବା ଆସିବା କରୁଥିବା ବେଳେ ବର୍ତମାନ ରାସ୍ତା ଧୋଇନେବାରୁ ଯାତାୟାତ ରେ ବାଧା ସୃଷ୍ଟି ଦେଖା ଯାଇଛି l ତୁରନ୍ତ ବିଭାଗୀୟ କତୃପକ୍ଷ ଦୃଷ୍ଟି ଦେଇ ରାସ୍ତାର ଉନ୍ନତି କରଣ କରିବାକୁ ଲୋକେ ଦାବି କରିଛନ୍ତି l