ହରଭଙ୍ଗା (ଚିତ୍ତରଞ୍ଜନସିଂ)ମୂଲ୍ୟବାନ ୨୧ ଖଣ୍ଡ ଶାଳ ଚୌକାଠ ସହିତ ଏକ ଗାଡ଼ି କୁ ଜବତ କରିଛି ବନବିଭାଗ। ସୂଚନା ମତେ ଗତକାଲି ରାତି ପ୍ରାୟ ୮  ଟା ସମୟରେ ମାଧପୁର ବନାଞ୍ଚଳ ଅଧିକାରୀ ଙ୍କ ନେତୃତ୍ୱ ରେ ବିଭାଗ ତରଫରୁ ନାଇଟ ପେଟ୍ରୋଲିଙ୍ଗ ଚାଲିଥିବା ସମୟରେ ଏକ ଅଶୋକ ଲୀଲାଣ୍ଡ ପିକ ଅପ OD -12-6056 ଗାଡ଼ି ଟି ମାଧପୁର ପଟୁ ବୌଦ୍ଧ ଅଭିମୁଖେ ଦ୍ରୁତ ଗତିରେ ଯିବା ସମୟରେ ବନବିଭାଗ ପକ୍ଷରୁ ସନ୍ଦେହ ରେ ଗାଡ଼ି ର ପିଛା କରି ଆଡ଼େଣିଗଡ଼ ରଙ୍ଗମାଟିଆ ଠାରେ ଅଟକାଯାଇଥିଲା । ଏବଂ ଗାଡ଼ିକୁ ଯାଞ୍ଚ କରାଯାଇଥିଲା । ସେଥିରୁ ପ୍ରାୟ ୨୧ ଖଣ୍ଡ ଶାଳ ଚୌକାଠ ସାଇଜ ବାହାରିଥିଲା।

ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ପଚାଶ ହଜାର ଟଙ୍କା ହବ ବୋଲି ବିଭାଗ ତରଫରୁ ସୂଚନା ମିଳିଛି।କିନ୍ତୁ ଗାଡ଼ି ଡ୍ରାଇଭର ଘଟଣା ସ୍ଥଳ ରୁ ଫେରାର ହୋଇଯାଇଥିଲା। ଉକ୍ତ ଗାଡ଼ିକୁ ଏବଂ ଜବତ ହୋଇଥିବା ଶାଳ ଚୌକାଠ ସାଇଜ କୁ ମାଧପୁର ବନାଞ୍ଚଳ ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଅଣାଯାଇ ଅଧିକ ତଦନ୍ତ ଚାଲିଥିବା କଥା ସୂଚନା ଦେଇଛନ୍ତି ମାଧପୁର ବନାଞ୍ଚଳ ଅଧିକାରୀ ଆସିକ କୁମାର ଦିଗାଲ।ଉକ୍ତ ପେଟ୍ରୋଲିଙ୍ଗ ରେ ବନାଞ୍ଚଳ ଅଧିକାରୀ ଆସିକ କୁମାର ଦିଗାଲ, ଫରେଷ୍ଟର ସୁନୀଲ ଖେତୀ, ଫରେଷ୍ଟ ଗାର୍ଡ ଶ୍ରୀକାନ୍ତ ନାୟକ, ମୃତ୍ୟୁଞ୍ଜୟ ମହାରଣା, ସୁବଳ ପ୍ରଧାନ ଙ୍କ ସମେତ ସମସ୍ତ ଫରେଷ୍ଟ ସ୍କ୍ୱାର୍ଡ ଉପସ୍ଥିତ ଥିଲେ।