
ହରଭଙ୍ଗା :21/07.(ଚିତ୍ତ ରଞ୍ଜନ ସିଂ )ଦୁଇଦିନ ଧରି ବୌଦ୍ଧ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି l ବର୍ଷା ପ୍ରଭାବ ରେ ଜିଲ୍ଲାର ହରଭଙ୍ଗା ବ୍ଲକ ର ରାମଗଡ ପଞ୍ଚାୟତ କୋଇଲିସୁତା ଗ୍ରାମରେ ଘର ଭାଙ୍ଗି ବେଘର କରି ଦେଇଛି ଅସହାୟ ପରିବାରକୁ l ସୂଚନା ଅନୁଯାଇ ଗ୍ରାମର ଦାଣ୍ଡ ବେହେରା (64) ଜଣେ ଅସହାୟ ବିଧବା ବୃଦ୍ଧା ଙ୍କ ଘର ଗତ ରାତ୍ରିରେ ଲଗାଣ ବର୍ଷା ପ୍ରଭାବ ରେ ଦୁଇ ବଖରା ଘର କାନ୍ଥ ଭୁଶୁଡି ପଡିଛି l ଘର ଭିତରେ ପରିବାର ଲୋକେ ସୋଇଥିବା ବେଳେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀ ଯାଇଛନ୍ତି l
ଘର ଭାଙ୍ଗି ଯିବା ଫଳରେ ବେଘର ହୋଇଯାଇଛନ୍ତି ଅସହାୟ ପରିବାର l ସେହିପରି ହରଭଙ୍ଗା ବ୍ଲକ ରେ ଲଘୁଚାପ ଜନିତ ଲଗାଣ ବର୍ଷାଯୋଗୁଁ ବହୁତ ଲୋକ ଙ୍କ ଘରଦ୍ୱାରା ଭାଙ୍ଗିଯିବା ସହିତ ବୌଦ୍ଧ ପୂର୍ତ୍ତବିଭାଗ ର ଧଳପୁର -ହରଭଙ୍ଗା ରାସ୍ତା ରେ ଖାଲ ଖମାରେ ପାଣି ଜମି ରହୁଥିବାରୁ ଯାତାୟାତ ରେ ବାଧାପ୍ରାପ୍ତ ହେଉଛି। ତେଣୁ ଜିଲାପାଳ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ ବିଭାଗ ତରଫରୁ ରାସ୍ତା ମରାମତି କରିବା ସହ କ୍ଷତି ଗ୍ରସ୍ତ ପରିବାର କୁ ସରକାରୀ ସହାୟତା ଯୋଗେଇ ଦେବା ପାଇଁ ସାଧାରଣ ରେ ଦାବୀ ହେଉଛି।