
କେସିଙ୍ଗା : ( ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଆମାଠ ଛକ ର ଆଗକୁ ବଲାଙ୍ଗୀର ସୀମା ରେ ଥିବା ତେଲନଦୀ ବ୍ରିଜ ବୁଲାଣି ରେ ଶନିବାର ରାତି ପ୍ରାୟ ୧୦ ଟା ସମୟରେ ଭୁବନେଶ୍ୱର ରୁ ଭବାନୀପାଟଣା ଆସୁଥିବା ଆୟକର ବିଭାଗ ର କାର ନ କୌଣସି କାରଣ ବଶତଃ ରାସ୍ତା ତଳକୁ ଖସି ଦୁର୍ଘଟଣା ଗ୍ରସ୍ତ ହୋଇ ଡ୍ରାଇଭର ସମେତ ଚାରି ଅଧିକାରୀ ଗୁରୁତର ହେଇଛନ୍ତି।ଆୟକାର ବିଭାଗର ଅଧିକାରୀ ମାନସ ସାହୁ,ସୁଶାନ୍ତ ସାହୁ, ହରିବନ୍ଧୁ ଗୋଡ଼ ଓ ଗାଡିଚାଳକ ଗୁରୁତର ଆହତ ହୋଇଥିଲେ।
ଉଦ୍ଧାରକାରୀ କେସିଙ୍ଗା ମାର୍କ ଫେଡ୍ ଗୋଦାମ ଅଧିକାରୀ ବାନାମ୍ବାର ପାତ୍ର ସହିତ କେସିଙ୍ଗା ର ବରିଷ୍ଠ ସାମ୍ବାଦିକ ଯଯାତି କେଶରୀ ଦେଓ ଓ ଆଇନଜୀବି ଆଲୋକ ରଂଜନ ଦାସ ପ୍ରଥମେ ଦୁର୍ଘଟଣା ଗ୍ରସ୍ତ କାର କୁ ଦେଖି ଆମ୍ବୁଲାନ୍ସ ଡକାଇ ସମସ୍ତ ଆହତ ମାନଙ୍କୁ କେସିଙ୍ଗା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର କୁ ଉପଚାର ପାଇଁ ଅଣାଯାଇଥିଲା।ପରେ କେସିଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ର କାରଣ ଖୋଜୁ ଥିବା ଜଣାପଡିଛି।