( ଦୟା ସୁନାନୀ ସାମ୍ବାଦିକ ମହାସଂଘ ର ନୂତନ ସାଧାରଣ ସଂପାଦକ ଓ ତେଜରାଜ୍ ସାହୁ ସହ ସଂପାଦକ୍ ଓ ମନୋଜ ସିଂ କାର୍ଯ୍ୟ କାରି ସଭାପତି ଭାବରେ ନିର୍ବାଚିତ)

କେସିଙ୍ଗା : ୨୨/୦୭ (ପ୍ରୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେ ଥିବା ସାମ୍ବାଦିକ ମହାସଂଘ ର ସଭାପତି ସୁଶାନ୍ତ ମହାପାତ୍ର ଙ୍କ ନେତୃତ୍ୱରେ ଏକ ଜରୁରୀକାଳୀନ ବୈଠକ ସ୍ଥାନୀୟ ବି ଏସ ଏ ସଭାଗ୍ରୁହରେ ଅନୁଷ୍ଟିତ ହୋଇଯାଇଛି।ଏଥିରେ କିଛି ନୂତନ ସଦସ୍ୟ ମାନଙ୍କୁ ସଂଘ ରେ ଯୋଡ଼ାଯାଇଥିବା ବେଳେ କେସିଙ୍ଗା ସହରର ବିଭିନ୍ନ ଛୋଟ ବଡ଼ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରାଯାଇ ସମାଧାନ ପାଇଁ ଉଚ୍ଚପଦସ୍ଥ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତି ନିଆଯାଇଥିଲା।

ଯେପରିକି ସହରର ଟ୍ରାଫିକ ସମସ୍ୟା,ସହରରେ ଚୋରା ଦେଶୀମଦ କାରବାର ବୃଦ୍ଧି,କେସିଙ୍ଗା ଠାରୁ ଭୁବନେଶ୍ଵର ପର୍ଯ୍ୟନ୍ତ ସିଧାସଳଖ ଟ୍ରେନ,ଇସ୍ପାତ ଟ୍ରେନ କୁ କେସିଙ୍ଗା କୁ ସମ୍ପ୍ରସାରଣ ଏମିତି ଅନେକ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଓ ଶେଷରେ ଆଗରୁ ଥିବା ସାଧାରଣ ସଂପାଦକ ଡମ୍ବରୁଧର ଭୋଇ ନିଜ ପଦରୁ ଇସ୍ତଫା ଦେବା ଫଳରେ ଖାଲିପଡ଼ିଥିବା ସାଧାରଣ ସଂପାଦକ ପଦ ପାଇଁ ନିର୍ବାଚନ ହୋଇଥିଲା ଶେଷରେ ସମସ୍ତ ସଦସ୍ୟ ଙ୍କ ସହମତିରେ ଦୟା ସୁନାନୀ ଙ୍କୁ ସର୍ବସମ୍ମତି କ୍ରମେ ସଂଘ ର ସାଧାରଣ ସଂପାଦକ ଭାବରେ ଦାଇତ୍ୱ ପ୍ରଦାନ କରାଯାଇଥିଲା ଏବଂ ସହ ସମ୍ପାଦକ ଭାବରେ ତେଜରାଜ ସାହୁ ଙ୍କୁ ମନୋନୀତ କରାଯାଇ ଥିଲା ଓ ମନୋଜ ସିଂ ଙ୍କୁ କାର୍ଯ୍ୟ କରି ସଭା ପତି ଭାବରେ ନିର୍ବାଚିତ ହୋଇଥିଲେ।

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଚନ୍ଦ୍ରମଣି ସ୍ୱାଇଁ,ମଧୁ ସିନ୍ଦୂର, ,ଶିବ ପ୍ରସାଦ ସାହୁ ମହମ୍ମଦ ଆଗାଜାନ,ସଂଗ୍ରାମ ଦେଓ, ବିନୋଦ ଜୈନ୍, ପ୍ରିତେଶ ପଟେଲ,ଅର୍ଜୁନ ପୋଡ଼,ମାଧବ ସାହୁ,ଓ ମଧୁ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।