୨୨ ଦିନରେ ପହଞ୍ଚିଲା ଗଣଧାରଣା। ତେଜୁଛି ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ଦାବୀ

207 0

ଜିଲ୍ଲା ଦାବୀ କୁ ସମର୍ଥନ କରି ଗଣଧାରଣା ରେ ବସିଲେ ଧର୍ମଗଡ ପଞ୍ଚାୟତ ସମିତି ର ନିର୍ବାଚିତ ପ୍ରତିନିଧି ଓ ଝରିଆ ସାହୁ ସମାଜ

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ ଜିଲ୍ଲା ଗଠନ ଦାବୀ ଗଣଧାରଣା ର ଆଜି ୨୨ ତମ ଦିବସ ରେ ଧର୍ମଗଡ ପଞ୍ଚାୟତ ସମିତିର ୨୪ ଜଣ ନିର୍ବାଚିତ ପ୍ରତିନିଧି ଓ ଝରିଆ ସାହୁ (ତେଲି) ସମାଜର କର୍ମକର୍ତ୍ତା ମାନେ ବସି ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ କରିଛନ୍ତି। ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ ଙ୍କ ନେତୃତ୍ୱରେ ଉପାଧ୍ୟକ୍ଷା ଜୁଲି ମେହେର, କଦଳୀ ମୁଣ୍ଡା ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟ ଜଏମନି ବୋଡ଼କିଆ, କନାଗାଁ ର ଜୟନ୍ତୀ ନାଏକ, କଙ୍କେରୀ ର ଜ୍ୟୋସ୍ନା ମୟୀ ଛତ୍ରିଆ, ଖଇରପଦର ର ପ୍ରସନ୍ନ ବିହାରୀ, ଗଡିଆଯୋର ର ଶଙ୍କର ନାଏକ,ଚଞ୍ଛାନବାହାଲି ର ଚର୍ଚ୍ଚିକା ଗୋପାଲ, ଛିଲିପା ର ଜୟତ ରାମ ବାଗ, ଜୟନ୍ତ ପୁର ର ଥବିର ନାଗ, ଟିପିଗୁଡା ର ଲତିକା ବାଗ, ତାରାପୁର ର ମେନକା ଶବର, ତମ୍ବା ଛଡ଼ାର ଚିତ୍ତ ରଞ୍ଜନ ସେନାପତି, ତେଣ୍ଡା ପାଲି ର ସଞ୍ଜୀବ ପଣ୍ଡା, ଧଅଁରପୁର ର କନକ ସେଠିଆ, ନନ୍ଦ ଗାଁ ର ଭୁବନେଶ୍ବର ଶବର, ପର୍ଲା ର ପୂର୍ଣ୍ଣମୀ ଧାରୁଆ, ବଗାଡ ର ଗୀତାଞ୍ଜଳୀ ସାହୁ, ବଡ ଘୁମର ର କୌଶଲ୍ୟା ନାଏକ, ବଡ ଫୁର୍ଲା ର ସରୋଜ ଶବର, ବ୍ରାହ୍ମଣ ଛେଣ୍ଡିଆର ଇନ୍ଦୁମତି ମାଝୀ, ବେହେରା ର କିଶୋର ନାଗ, ବୋଡ଼େନ ର ସୌଦାମିନୀ ଛତ୍ରିୟା ଓ ସନ୍ଧି କୁଲିହାରି ର ସମିତି ସଭ୍ୟ ସୁଜିତ କୁମାର ସାହୁ ପ୍ରମୁଖ ଯୋଗଦେଇ ସବୁ ପ୍ରକାର ଭିତ୍ତଭୂମି ଓ ମାପଦଣ୍ଡ କୁ ପୂରଣ କରୁଥିବାରୁ ଧର୍ମଗଡ ଉପଖଣ୍ଡ ଜିଲ୍ଲା ଦାବୀ ଯଥାର୍ଥ ଓ ଆସନ୍ତା ବିଧାସଭା ଅଧିବେଶନରେ ସରକାର ଧର୍ମଗଡ କୁ ସ୍ଵତନ୍ତ୍ର ଜିଲ୍ଲା ଭାବେ ଘୋଷଣା କରିବାକୁ ଦାବୀ କରିଥିଲେ।

ସେହିପରି ଆଜି ଝରିଆ ସାହୁ (ତେଲି) ସମାଜର ସଭାପତି ଟିକେ ରାମ ସାହୁ ଙ୍କ ନେତୃତ୍ଵରେ ସମାଜ ର ବିରଞ୍ଚି ସା, ହୃଷିକେଶ ସାହୁ, ଭଗବାନ ସାହୁ, ହେମନ୍ତ ସାହୁ, ବାସୁଦେବ ସାହୁ, ପରାସର ସାହୁ, ନୀଳାମ୍ବର ସାହୁ ପ୍ରମୁଖ ଜିଲ୍ଲା ଦାବୀ ରେ ଗଣ ଧାରଣାରେ ବସି ଥିଲେ।

ଧର୍ମଗଡ ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟି ର ସଂଯୋଜକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଶୀ ସଭା ପରିଚାଳନା କରିଥିବା ବେଳେ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ନିରଞ୍ଜନ ମହାପାତ୍ର, ପୁର୍ବତନ ବ୍ଲକ ଅଧ୍ୟକ୍ଷ ରବିନ୍ଦ୍ର ପଟ୍ଟଯୋଷୀ, ବରିଷ୍ଠ ବିଜେପି ନେତା ସୁଧୀର ପଟ୍ଟଯୋଷୀ,ଲକ୍ଷ୍ମୀକାନ୍ତ ବାଗ,ପ୍ରେମଲାଲ ସାଗର, ଘନଶ୍ୟାମ ଅଗ୍ରୱାଲ, ଜନ୍ମେଜୟ ନାଏକ, ସୁନୀଲ ମେହେର ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟ ଯେ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଗଣ ଧାରଣା ଆଜି ୨୨ ଦିନରେ ପହଞ୍ଚିଛି । ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିବା ଗଣ ଧାରଣା ରେ ପ୍ରତ୍ୟହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଧର୍ମଗଡ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଦେଉଛନ୍ତି।

Related Post

ଅନଶନରେ ବସିଲେ ମହିଳା ସଂୟ ସହାୟକ ଗୋଷ୍ଠୀ ମହିଳା

Posted by - December 1, 2021 0
ବାଲିଆପାଳ:ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଜାମକୁଣ୍ଡା ଗ୍ରାମ ପଞ୍ଚାୟତ ରେ CRP ଏବଂ MBK ନିଯୁକ୍ତି ଯେଉଁ ହୋଇ ଥିଲା ସେ ନିଯୁକ୍ତି ଙ୍କୁ ସଂମ୍ପୂର୍ଣ୍ଣ…

କଣ୍ଟାମାଳ ଅବସରପ୍ରାପ୍ତ କର୍ମଚାରୀ ସଂଘ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

Posted by - January 9, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଅବସରପ୍ରାପ୍ତ କର୍ମଚାରୀ ସଂଘ କଣ୍ଟାମାଳ ର 11 ତମ ବନ୍ଧୁମିଳନ ତଥା ବାର୍ଷିକ ଅଧିବେଶନ ବନ୍ଧପାଲି ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l…

ହରଭଙ୍ଗା ରେ ଏବିଭିପି ର ନଗର ସମ୍ମିଳନୀ

Posted by - November 19, 2021 0
ବୌଦ୍ଧ:(ଚିତ୍ତ ରଂଜନ ସିଂ) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ହରଭଙ୍ଗା ଆଞ୍ଚଳିକ ପଂଚାୟତ ମହାବିଦ୍ୟାଳୟ ଠାରେ ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି!ସମ୍ମିଳନୀ ରେ ଭାବେ ବଲାଙ୍ଗୀର SFD…

ଯାଜପୁର ଜିଲ୍ଲାପାଳ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ

Posted by - May 18, 2023 0
ଯାଜପୁର :ଆର୍ଥିକ ସଂସ୍ଥା ମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତ ଜମାକାରୀ ଙ୍କୁ ଚିହ୍ନଟ ଓ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ କ୍ଷତିଗ୍ରସ୍ତ ମିଳିତ ମଞ୍ଚ ପକ୍ଷରୁ ଯାଜପୁର ଜିଲ୍ଲାପାଳ…

ପ୍ରଥମ କରି ତ୍ରିରଙ୍ଗା ଧରିଲେ ମାଓ ପ୍ରବଣ ନିୟମଗିରି ଅଞ୍ଚଳର ଆଦିବାସୀ : ଶୁଭିଲା ବନ୍ଦେ ମାତରମ ର ନାରା

Posted by - August 18, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ସ୍ଵାଧୀନତାର ୭୫ ବର୍ଷ ପୁର୍ତ୍ତି ଅବସରରେ କେଉଁ ଆଦିମ କାଳରୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ…