Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ହରଭଙ୍ଗା : ତୃତୀୟ ଦିନରେ ପ୍ରାଥମିକ ଶିକ୍ଷକ ସଂଘ ର ଗଣଧାରଣା

20 0

ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ) ହରଭଙ୍ଗା ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ତଥା ରାଜ୍ୟ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆହ୍ବାନ ରେ ହରଭଙ୍ଗା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ତୃତୀୟ ଦିନରେ ଗଣଧାରଣା ଚାଲୁରହିଛି ମୁଖ୍ୟତଃ ତିନି ଦଫା ଦାବି ରାଜ୍ୟ ସରକାର ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହିତ ଶିକ୍ଷାକର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳକୁ ନୋସନାଲ ଇନକ୍ରୀମେଣ୍ଟ୍ ପ୍ରଦାନ କରି ମୂଳ ଚାକିରୀ ରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ କ୍ୟାଡର ଭୁକ୍ତ କରିବା,ଗଣଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ( ମୂଳ ବେତନ ଲେଭେଲ୍ ୯ ଗ୍ରେଡପେ ୪୨୦୦ ଅନୁଯାୟୀ ) ପ୍ରଦାନ କରାଯାଉ ।

ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ ଆଦି ତିନି ଦଫା ଦାବି ନେଇ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀ କୁମୁଦ ଚନ୍ଦ୍ର ପ୍ରଧାନ,କାର୍ଯ୍ୟକାରୀ ସଭାପତି ଶ୍ରୀ ସାଧୁ ଚରଣ ଦେହୁରୀ, ଉପଦେଷ୍ଟା ଶ୍ରୀ ବିରଞ୍ଚିନାରାୟଣ ପ୍ରଧାନ ତଥା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ NPS ସଭାପତି ଶ୍ରୀ ରଜତ କୁମାର ନାୟକ,ସାଧାରଣ ସମ୍ପାଦକ ଶ୍ରୀ ବାମଦେବ ଦାଶ, ଜିଲ୍ଲା ଏକ୍ସ କ୍ୟାଡର ଓ ଗଣଶିକ୍ଷକ ସଂଘ ସଭାପତି ବିରେନ ଦାସିଆ, ଉପସଭାପତି ଅଜୟ କୁମାର ପ୍ରଧାନ ଓ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ NPS ସମ୍ପାଦକ ଶ୍ରୀ ମହେଶ ସେଠୀ, ଏକ୍ସ କ୍ୟାଡର ଶିକ୍ଷକ ସଂଘ ସଭାପତି ଶ୍ରୀ ବିରେନ ଦାସିଆ,କୋଷାଧ୍ୟକ୍ଷ ଶ୍ରୀ ରଂଜିତ ଷଡଙ୍ଗୀ ତଥା ଶିକ୍ଷକ ନେତା ପ୍ରସନ୍ନଭୋକ୍ତା,ହରମୋହନ ଦନାୟକ୍,ଦିଲୀପ ମହାନ୍ତି,ସୁବାଷ ଚନ୍ଦ୍ର ପ୍ରଧାନ, ଅନିଲ କର୍ମୀ , ସକୁନ୍ତଳା ବେହେରା, ସୁବାଷ ଜାନୀ,ସରିତା ବିଶୋଇ, ମନମୋହନ ସାହୁ,ଶଦ୍ଧାଞଲି ପ୍ରଧାନ, ବିରେନ ମଲ୍ଲିକ,ବୃନ୍ଦାବନ ସାହୁ, ରଂଜିତ ପ୍ରଧାନ, ସମିର ପ୍ରଧାନ, ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିଲେ,

ପ୍ରକାଶ ଥାଉକି ନିମ୍ନଲିଖିତ ଦାବି ସମୂହ ପୂରଣ କରିବା ଦିଗରେ ଟାଳଟୁଳ ନିତି ଅବଲମ୍ବନ କରୁଥିବାରୁ ଗତ ତା 8 ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ହରଭଙ୍ଗା ବ୍ଲକରେ କାର୍ଯ୍ୟରତ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଗଣ ଧାରଣାରେ ସାମିଲ ହୋଇଛନ୍ତି। ଆଗାମୀ ଦିନରେ ଏହା ତିବ୍ରତର ହେବବୋଲି ସଂଘ ପକ୍ଷରୁ କୁହାଯାଇଛି।

Related Post

ଗୁମ୍ମା ଗ୍ରାମ ସ୍ଥିତ ତ୍ରିନାଥ ମନ୍ଦିର ପରିସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - July 20, 2022 0
ରାୟଗଡ। :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ରାୟଗଡ। ବ୍ଲକ ଅନ୍ତର୍ଗତ ଗୁମ୍ମା ଗ୍ରାମରେ ଥିବା ତ୍ରିନାଥ ମନ୍ଦିର ପରିସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ,…

କାଳ ବୈଶାଖୀ ପ୍ରଭାବ ରେ ବ୍ୟାପକ ତରଭୁଜ ଓ ଡ଼ାଳୁଅ ଧାନ ନଷ୍ଟ ଚାଷୀ ମୁଣ୍ଡରେ ଚଡ଼କ, ସରକାରୀ ସହାୟତା ପାଇଁ ଦାବୀ

Posted by - April 25, 2023 0
ବୌଦ୍ଧ :୨୫/୦୪ ( ଚିତ୍ତ ରଞ୍ଜନ ସିଂ ) ଆଜି ଦିନ ତମାମ ମୁଣ୍ଡ ଫଟା ଖରା ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ହଠାତ ଅପରାହ୍ନ ରେ…

ନିସନ୍ତାନ ଦମ୍ପତି ଆଇନ୍‌ଗତ ଭାବେ ପୋଷ୍ୟ ସନ୍ତାନ ଗ୍ରହଣକୁ ପ୍ରୋତ୍ସାହିତ କରିବା ଉଚିତ

Posted by - November 20, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ପ୍ରତ୍ୟେକ ଶିଶୁ ପାଇଁ ପରିବାର ଟିଏ ଓ ପ୍ରତି ପରିବାର ପାଇଁ ଶିଶୁଟିଏ ଖୁସି ଦେଇଥାଏ । ତେଣୁ ଅସୁବିଧା ବସତଃ…

ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମ୍ୟାନେଜର

Posted by - April 17, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ପୋଲିସ ହାତରେ ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମ୍ୟାନେଜେର । ଲୋକଙ୍କ ନାଁରେ ଋଣ ମଂଜୁର କରି ଆତ୍ମସାତ କରିଥିବା ଅଭିଯୋଗରେ…